ସାନିଆ-ହିଙ୍ଗିସ ଜିତିଲେ ଗୁଆଙ୍ଗଝୁ ଓପନ୍

ଗୁଆଙ୍ଗଝୁ: ଭାରତ-ସ୍ୱିସ୍ ଯୋଡ଼ି ସାନିଆ ମିର୍ଜା ଓ ମାର୍ଟିନା ହିଙ୍ଗିସ ଗୁଆଙ୍ଗଝୁ ଓପନ ଫାଇନାଲରେ ବିଜୟୀ ହୋଇଛନ୍ତି। ଏହି ବିଜୟ ସହ ସାନିଆ ଓ ହିଙ୍ଗିସ୍ ଯୋଡ଼ି ଚଳିତ ବର୍ଷ ଷଷ୍ଠତମ ମହିଳା ଡବଲ୍ସ ଟାଇଟେଲ ହାସଲ କରିଛନ୍ତି। ଏଥିରେ ରହିଛି ୱିମ୍ବଲଡନ ଓ ୟୁଏସ ଓପନ ପରି ବହୁ ଗୁରୁତ୍ୱପୂର୍ଣ୍ଣ ଗ୍ରାଣ୍ଡସ୍ଲାମ୍। ଆଜି ସାନିଆ ଓ ହିଙ୍ଗିସ୍ ଯୋଡ଼ି ୬-୩, ୬-୧ରେ ଚୀନ୍ ଯୋଡି ଶିଲୀନ୍ ଜୁ ଓ ଜିଓଦି ୟୁଙ୍କୁ ପରାସ୍ତ କରିଛନ୍ତି। ଏହି […]

sania-hingis

sania-hingis

Rakesh Mallick
  • Published: Saturday, 26 September 2015
  • Updated: 26 September 2015, 12:44 PM IST

sania-hingisଗୁଆଙ୍ଗଝୁ: ଭାରତ-ସ୍ୱିସ୍ ଯୋଡ଼ି ସାନିଆ ମିର୍ଜା ଓ ମାର୍ଟିନା ହିଙ୍ଗିସ ଗୁଆଙ୍ଗଝୁ ଓପନ ଫାଇନାଲରେ ବିଜୟୀ ହୋଇଛନ୍ତି। ଏହି ବିଜୟ ସହ ସାନିଆ ଓ ହିଙ୍ଗିସ୍ ଯୋଡ଼ି ଚଳିତ ବର୍ଷ ଷଷ୍ଠତମ ମହିଳା ଡବଲ୍ସ ଟାଇଟେଲ ହାସଲ କରିଛନ୍ତି। ଏଥିରେ ରହିଛି ୱିମ୍ବଲଡନ ଓ ୟୁଏସ ଓପନ ପରି ବହୁ ଗୁରୁତ୍ୱପୂର୍ଣ୍ଣ ଗ୍ରାଣ୍ଡସ୍ଲାମ୍।

ଆଜି ସାନିଆ ଓ ହିଙ୍ଗିସ୍ ଯୋଡ଼ି ୬-୩, ୬-୧ରେ ଚୀନ୍ ଯୋଡି ଶିଲୀନ୍ ଜୁ ଓ ଜିଓଦି ୟୁଙ୍କୁ ପରାସ୍ତ କରିଛନ୍ତି। ଏହି ବିଜୟ ସହ ଚଳିତ ବର୍ଷ ରେକର୍ଡ ସ୍ଥାପନ କରିଛନ୍ତି ଏହି ସଫଳ ଯୋଡି।

ଶୁକ୍ରବାର ଟପ୍ ଟିଡ ସାନିଆ-ହିଙ୍ଗିସ ଯୋଡି ୧ ଘଣ୍ଟା ୧୨ ମିନିଟରେ ଇସ୍ରାଇଲ-ସ୍ୱିଡେନ୍ ଯୋଡି ଜୁଲିଆ ଗ୍ଲସକୋ ଓ ରେବେକ୍କା ପିଟରସନଙ୍କୁ ୬-୩, ୬-୪ ସେଟରେ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଥିଲେ।

ସାନିଆ ଓ ହିଙ୍ଗିସ୍ ଡବ୍ଲୁଟିଏ ଟାଇଟଲ୍ ଜିତି ଚଳିତ ସିଜିନକୁ ଶେଷ କରିବାକୁ ଚେଷ୍ଟା କରିବେ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos