ଅଷ୍ଟ୍ରେଲିଆନ୍ ଓପନ୍‌: ଅନଫିଟ୍ ସାନିଆ ଅଧାରୁ ଓହରିଗଲେ

ମେଲବର୍ଣ୍ଣ: ମା’ ହେବା ପରେ ଟେନିସ୍ କୋର୍ଟକୁ ଫେରିଥିବା ସାନିଆ ମିର୍ଜା ଆହତ କାରଣରୁ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମର ପ୍ରାରମ୍ଭିକ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଗୁରୁବାର ଡବଲ୍ସ ମୁକାବିଲାରେ ୟୁକ୍ରେନର ନାଦିଆ କିଚେନକଙ୍କୁ ସାଥୀ କରି ଖେଳୁଥିବା ସାନିଆ ଦ୍ୱିତୀୟ ରାଉଣ୍ଡର ପ୍ରଥମ ଗେମ୍ ପରେ ରିଟାୟର୍ଡ ହୋଇ କୋର୍ଟରୁ ବାହାରକୁ ଚାଲିଯାଇଥିଲେ। ସାନିଆ ଓ ନାଦିଆ ପ୍ରଥମ ରାଉଣ୍ଡରେ ଚାଇନିଜ୍ ଯୋଡ଼ି ଶିନୟୁନ୍ ହାନ୍ ଓ ଲିନ୍ ଝୁ’ଙ୍କ ବିପକ୍ଷରେ ୨-୬, ୦-୧ରେ ପଛୁଆ ଥିଲେ […]

sania

Ranjit Kumar Jena
  • Published: Thursday, 23 January 2020
  • , Updated: 23 January 2020, 10:00 PM IST

ମେଲବର୍ଣ୍ଣ: ମା' ହେବା ପରେ ଟେନିସ୍ କୋର୍ଟକୁ ଫେରିଥିବା ସାନିଆ ମିର୍ଜା ଆହତ କାରଣରୁ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମର ପ୍ରାରମ୍ଭିକ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଗୁରୁବାର ଡବଲ୍ସ ମୁକାବିଲାରେ ୟୁକ୍ରେନର ନାଦିଆ କିଚେନକଙ୍କୁ ସାଥୀ କରି ଖେଳୁଥିବା ସାନିଆ ଦ୍ୱିତୀୟ ରାଉଣ୍ଡର ପ୍ରଥମ ଗେମ୍ ପରେ ରିଟାୟର୍ଡ ହୋଇ କୋର୍ଟରୁ ବାହାରକୁ ଚାଲିଯାଇଥିଲେ।

ସାନିଆ ଓ ନାଦିଆ ପ୍ରଥମ ରାଉଣ୍ଡରେ ଚାଇନିଜ୍ ଯୋଡ଼ି ଶିନୟୁନ୍ ହାନ୍ ଓ ଲିନ୍ ଝୁ'ଙ୍କ ବିପକ୍ଷରେ ୨-୬, ୦-୧ରେ ପଛୁଆ ଥିଲେ ଏବଂ ଏହି ସମୟରେ ସାନିଆଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଥିଲା। ଆହତ ହେବା ପରେ ସାନିଆ କୋର୍ଟ ଛାଡ଼ିଥିଲେ।

ଏହି ମ୍ୟାଚର ପ୍ରଥମ ସେଟ୍ ପରେ ସାନିଆ ମେଡିକାଲ୍ ଟାଇମଆଉଟ୍ ନେଇଥିଲେ । ଦ୍ୱିତୀୟ ସେଟରେ ତାଙ୍କର ସର୍ଭିସ୍ ବ୍ରେକ୍ ହୋଇଥିଲା ଏବଂ ସେ ଆଉ ଖେଳିପାରିନଥିଲେ। ସୂଚନାଯୋଗ୍ୟ, ସାନିଆ ଦୁଇ ବର୍ଷ ପରେ ଟେନିସ୍ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

Related story