ନୂଆଦିଲ୍ଲୀ: ଫେଡ୍ କପ୍ ଟୁର୍ଣ୍ଣାମେଣ୍ଟ୍ ପାଇଁ ଆଜି ପାଞ୍ଚଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି। ଡବଲ୍ସ ଷ୍ଟାର୍ ସାନିଆ ମିର୍ଜା ଚାରିବର୍ଷ ପରେ ଭାରତୀୟ ଫେଡ୍ କପ୍ ଟିମରେ ସ୍ଥାନ ପାଇଛନ୍ତି। ଏହାବ୍ୟତୀତ ଦେଶର ଟପ୍ ସିଙ୍ଗଲ୍ସ ଖେଳାଳି ଅଙ୍କିତା ରାଇନା ମଧ୍ୟ ଟିମରେ ସ୍ଥାନ ପାଇଛନ୍ତି।
ସାନିଆ ଶେଷଥର ଲାଗି ୨୦୧୬ରେ ଫେଡ୍ କପ୍ ଖେଳିଥିଲେ। କିନ୍ତୁ ୨୦୧୭ ଅକ୍ଟୋବର ପରଠାରୁ ସେ ଟେନିସ୍ କୋର୍ଟରୁ ଦୂରେଇ ଯାଇଥିଲା। ବର୍ତ୍ତମାନ ସାନିଆ ପୁଣିଥରେ କୋର୍ଟକୁ ଫେରିବାକୁ ମନସ୍ଥ କରିଛନ୍ତି।
ଭାରତୀୟ ଦଳରେ ସ୍ଥାନ ପାଇଥିବା ଅନ୍ୟ ତିନି ଖେଳାଳି ହେଲେ ରିୟା ଭାଟିଆ (୩୭୯), ଋତୁଜା ଭୋସଲେ (୪୬୬) ଓ କାମରାନ୍ କୌର ଥାଣ୍ଡି (୫୬୮)। ପୂର୍ବତନ ଡେଭିସ୍ କପ୍ ଖେଳାଳି ବିଶାଲ ଉପ୍ପଲ ଟିମର କ୍ୟାପଟେନ୍ ହୋଇଥିବା ବେଳେ ପୂର୍ବତନ ଫେଡ୍ କପର୍ ଅଙ୍କିତା ଭାମ୍ବ୍ରି ଟିମର କୋଚ୍ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଜାମା ମସଜିଦର ସର୍ଭେ ବେଳେ ହଙ୍ଗାମା, ପୁଲିସ ଉପରକୁ ପଥରମାଡ଼
ଭିଡ଼କୁ ହଟାଇବା ପାଇଁ ପୁଲିସ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିବା ସହ ଲାଠି ଚାର୍ଜ ମଧ୍ୟ କରିଛି।
National
କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ମୁମ୍ବାଇ ମୁହାଁ ମହାୟୁତି ବିଧାୟକ
ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ମହାୟୁତି ସମସ୍ତ ବିଜୟୀ ବିଧାୟକଙ୍କୁ ମୁମ୍ବାଇରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛି।
National
ବିଜୟ ଉତ୍ସବ ବେଳେ ଲାଗିଲା ନିଆଁ, ଜଳିଗଲେ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ମହିଳା
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ରେଜଲ୍ଟ ଘୋଷଣା ପରେ ବିଜୟ ଉତ୍ସବ ପାଳନ କରିଛନ୍ତି ନବନିର୍ବାଚିତ ପ୍ରାର୍ଥୀ। ତେବେ ଏହି ବିଜୟ ଉତ୍ସବ ବେଳେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ।
Politics
ମହାରାଷ୍ଟ୍ରରେ ସୁଶାସନର ବିଜୟ ହୋଇଛି କହିଲେ ମୋଦି, କଂଗ୍ରେସକୁ କଲେ ଟାର୍ଗେଟ
ମହାରାଷ୍ଟ୍ରରେ ସୁଶାସନ ଓ ସାମାଜିକ ନ୍ୟାୟର ବିଜୟ ହୋଇଛି କହିଲେ ମୋଦି। ମିଛ, ବିଭାଜନକାରୀ ଶକ୍ତି ଓ ପରିବାରବାଦର ହାର୍ ହୋଇଛି କହି ବିରୋଧୀଙ୍କୁ କଲେ ସମାଲୋଚନା।
Politics
ଜେଏମଏମର ରାମଦାସଙ୍କ ଠାରୁ ହାରିଲେ ଚମ୍ପାଇ ସୋରେନଙ୍କ ପୁଅ
ବିଜେପି ତାଙ୍କୁ ପ୍ରଥମଥର ପାଇଁ ଘାଟଶିଳା ଆସନରୁ ପ୍ରାର୍ଥୀ କରିଥିଲା। ହେଲେ ତାଙ୍କୁ ଜେଏମଏମର ରାମଦାସ ସୋରେନଙ୍କ ଠାରୁ ହାରିବାକୁ ପଡ଼ିଛି।