ଚୟନକର୍ତ୍ତାଙ୍କ ରୁମରେ ଜବରଦସ୍ତି ପଶି ବଚସା କଲେ ବାଙ୍ଗର

ମୁମ୍ବାଇ: ଭାରତର ୱେଷ୍ଟଇଣ୍ଡିଜ୍ ଗସ୍ତ ଶେଷ ହୋଇଛି ଏବଂ ଏହା ମଧ୍ୟରେ ଟିମ୍ ଇଣ୍ଡିଆ ନୂଆ କୋଚିଂ ଷ୍ଟାଫ୍ ମଧ୍ୟ ଚୟନ ହୋଇସାରିଛି। ରବି ଶାସ୍ତ୍ରୀଙ୍କ ହାତରେ ପୁଣିଥରେ ମୁଖ୍ୟ କୋଚ୍ ଭାର ଦିଆଯାଇଛି। ତେବେ ବିଶ୍ୱକପ୍ ସେମିଫାଇନାଲରେ ଭାରତୀୟ ଟିମର ଖରାପ ବ୍ୟାଟିଂର ସବୁ ଦୋଷ ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗରଙ୍କୁ ଦିଆଯାଇଛି। ଫଳସ୍ୱରୂପ ବାଙ୍ଗରଙ୍କୁ ବ୍ୟାଟିଂ କୋଚ୍ ପଦରୁ ବିଦା କରାଯାଇଛି। ଏଥିରେ ଉତକ୍ଷିପ୍ତ ହୋଇ ବାଙ୍ଗର ୱେଷ୍ଟଇଣ୍ଡିଜ୍ ଗସ୍ତ ସମୟରେ ଜବରଦସ୍ତି ଚୟନକର୍ତ୍ତାଙ୍କ […]

bangar

bangar

Ranjit Kumar Jena
  • Published: Wednesday, 04 September 2019
  • Updated: 04 September 2019, 08:09 PM IST

ମୁମ୍ବାଇ: ଭାରତର ୱେଷ୍ଟଇଣ୍ଡିଜ୍ ଗସ୍ତ ଶେଷ ହୋଇଛି ଏବଂ ଏହା ମଧ୍ୟରେ ଟିମ୍ ଇଣ୍ଡିଆ ନୂଆ କୋଚିଂ ଷ୍ଟାଫ୍ ମଧ୍ୟ ଚୟନ ହୋଇସାରିଛି। ରବି ଶାସ୍ତ୍ରୀଙ୍କ ହାତରେ ପୁଣିଥରେ ମୁଖ୍ୟ କୋଚ୍ ଭାର ଦିଆଯାଇଛି। ତେବେ ବିଶ୍ୱକପ୍ ସେମିଫାଇନାଲରେ ଭାରତୀୟ ଟିମର ଖରାପ ବ୍ୟାଟିଂର ସବୁ ଦୋଷ ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗରଙ୍କୁ ଦିଆଯାଇଛି। ଫଳସ୍ୱରୂପ ବାଙ୍ଗରଙ୍କୁ ବ୍ୟାଟିଂ କୋଚ୍ ପଦରୁ ବିଦା କରାଯାଇଛି। ଏଥିରେ ଉତକ୍ଷିପ୍ତ ହୋଇ ବାଙ୍ଗର ୱେଷ୍ଟଇଣ୍ଡିଜ୍ ଗସ୍ତ ସମୟରେ ଜବରଦସ୍ତି ଚୟନକର୍ତ୍ତାଙ୍କ ରୁମରେ ପ୍ରବେଶ କରି ମନଇଚ୍ଛା ଗାଳିଗୁଲଜ କରିଥିଲେ।

ବାଙ୍ଗର ଗତ ପାଞ୍ଚବର୍ଷ ଧରି ଭାରତୀୟ କ୍ରିକେଟ୍ ଟିମର ବ୍ୟାଟିଂ କୋଚ୍ ଥିଲେ। କିନ୍ତୁ ବିଶ୍ୱକପ୍ ପରେ ମୁଖ୍ୟ କୋଚଙ୍କ ସହଯୋଗୀ ଭାବେ ତାଙ୍କ ଉପରେ ଚୟନକର୍ତ୍ତା ଆଉ ଭରସା ଦେଖାଇ ନାହାନ୍ତି। ଏବେ ଖବର ମିଳିଛି ଯେ ୱେଷ୍ଟଇଣ୍ଡିଜ୍ ଗସ୍ତ ସମୟରେ ଚୟନକମିଟି ଅଧ୍ୟକ୍ଷ ଏମଏସକେ ପ୍ରସାଦଙ୍କ ନେତୃତ୍ୱରେ ଜାତୀୟ ଚୟନକର୍ତ୍ତା ସହଯୋଗୀ ଷ୍ଟାଫଙ୍କର ଇଣ୍ଟରଭ୍ୟୁ ନେଉଥିବା ବେଳେ ବାଙ୍ଗର ହଠାତ୍ ଜାତୀୟ ଚୟନକର୍ତ୍ତା ଦେବାଙ୍ଗ ଗାନ୍ଧିଙ୍କ ରୁମକୁ ଜବରଦସ୍ତି ପଶି ଆସିଥିଲେ। ନିଜକୁ ବ୍ୟାଟିଂ କୋଚ୍ ଭାବେ ହଟାଇବା ନେଇ ବାଙ୍ଗର ଗାନ୍ଧିଙ୍କ ଉପରେ ନିଜର ରାଗ ଶୁଝାଇଥିଲେ।

ମିଳିଥିବା ଖବର ଅନୁଯାୟୀ, ବାଙ୍ଗର ବିଳମ୍ବିତ ସନ୍ଧ୍ୟା (ପ୍ରାୟ ଦୁଇ ସପ୍ତାହ ପୂର୍ବେ ଯେତେବେଳେ ଚୟନକର୍ତ୍ତା ଇଣ୍ଟରଭ୍ୟୁ ନେଉଥିଲେ) ଗାନ୍ଧିଙ୍କ ରୁମ ଆଡ଼କୁ ଯାଇଥିଲେ ଏବଂ ସେଠାରେ ଜୋରରେ କବାଟ ବାଡେଇଥିଲେ। ବାଙ୍ଗର ଚୟନକର୍ତ୍ତାଙ୍କୁ ବୁଝାଇବାକୁ ପ୍ରୟାସ କରିବାକୁ ଚାହୁଁଥିଲେ ଯେ, ସେ ଦୀର୍ଘ ୫ବର୍ଷ ଧରି ଟିମ୍ ସହ ଅଛନ୍ତି ଏବଂ ସବୁ ଖେଳାଳିମାନଙ୍କୁ ଭଲଭାବେ ବୁଝନ୍ତି। ଏଭଳି ସ୍ଥିତିରେ ତାଙ୍କୁ ବ୍ୟାଟିଂ କୋଚ୍ ପଦରୁ ହଟାଇବା ନିଷ୍ପତ୍ତି ଓଲଟା ସାବ୍ୟସ୍ତ ହୋଇପାରେ ବୋଲି ବାଙ୍ଗର ଧମକ ମଧ୍ୟ ଦେଇଥିଲେ। ବାଙ୍ଗର ଆହୁରି ମଧ୍ୟ କହିଥିଲେ ଯେ, ଯଦି ଚୟନକର୍ତ୍ତା ତାଙ୍କୁ ଭାରତୀୟ ବ୍ୟାଟିଂ କୋଚ୍ ଭାବେ ଫିଟ୍ ମାନୁ ନାହାନ୍ତି, ତାହେଲେ ତାଙ୍କୁ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ସାମିଲ୍ କରାଯାଉ।

ଆହୁରି ଖବର ମିଳିଛି ଯେ ଏନସିଏରେ ନିଯୁକ୍ତି କରିବା ଚୟନକମିଟିର କାମ ନୁହେଁ। ବାଙ୍ଗରଙ୍କ ଏହି ବ୍ୟବହାର ନେଇ ବୋର୍ଡ ଅସନ୍ତୋଷ ପ୍ରକାଶ କରିଛି। ବାଙ୍ଗରଙ୍କୁ ନେଇ ଜଡ଼ିତ ଏଭଳି କିଛି ଘଟଣା ଏବେ ପ୍ରଶାସନିକ କମିଟି (ସିଓଏ) ନିକଟରେ ପହଞ୍ଚିସାରିଛି। ଏହା ମଧ୍ୟରେ ବିସିସିଆଇ ସ୍ପଷ୍ଟ କରିଛି ଯେ ଯଦି ଟିମ୍ ମ୍ୟାନେଜମେଣ୍ଟ କିମ୍ବା କୋଚ୍ ରବି ଶାସ୍ତ୍ରୀ ବାଙ୍ଗରଙ୍କ ଖରାପ ବ୍ୟବହାରକୁ ନିଜ ରିପୋର୍ଟରେ ଦର୍ଶାନ୍ତି, ତାହେଲେ ବୋର୍ଡ ତାଙ୍କୁ (ବାଙ୍ଗର) ଏହାର ଜବାବ ମାଗିବ।

ସୂଚନାଯୋଗ୍ୟ, ଚୟନକମିଟି ବାଙ୍ଗରଙ୍କ ସ୍ଥାନରେ ଟିମ୍ ଇଣ୍ଡିଆ ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ବିକ୍ରମ ରାଠୋରଙ୍କୁ ଭାରତୀୟ ଟିମର ବ୍ୟାଟିଂ କୋଚ୍ ଭାବେ ଚୟନ କରିଛି। ସେହିପରି ଭରତ ଅରୁଣଙ୍କୁ ବୋଲିଂ କୋଚ୍ ଏବଂ ଆର୍ ଶ୍ରୀଧରଙ୍କୁ ଫିଲ୍ଡିଂ କୋଚ୍ ଭାବେ ବଜାୟ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story