ପୁଣେ: ୱିକେଟକିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଅନ୍ତିମ ଏକାଦଶରେ ସ୍ଥାନ ପାଇବା ସହ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଦୁଇ ମ୍ୟାଚ୍ ମଧ୍ୟରେ ସର୍ବାଧିକ ମ୍ୟାଚ୍ ବାହାରେ ରହିବାରେ ନୂଆ ରେକର୍ଡ କରିଛନ୍ତି।
ସାମସନ୍ ନିଜର ଏକମାତ୍ର ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ୧୯ ଜୁଲାଇ, ୨୦୧୫ରେ ଜିମ୍ବାୱେ ବିପକ୍ଷରେ ଖେଳିଥିଲେ। ଏହା ମଧ୍ୟରେ ଭାରତ ୭୩ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିସାରିଛି ଏବଂ ଶୁକ୍ରବାର ସାମସନଙ୍କୁ ସୁଯୋଗ ମିଳିଛି। ତେବେ ସାମସନ୍ ନିଜକୁ ମିଳିଥିବା ଏହି ସୁଯୋଗର ପାଇଦା ଉଠାଇପାରି ନାହାନ୍ତି ଏବଂ ମାତ୍ର ୬ ରନ୍ କରି ଆଉଟ୍ ହୋଇଥିଲେ।
ସେ କ୍ରିଜକୁ ଆସିବା ମାତ୍ରକେ ପ୍ରଥମ ବଲରେ ଛକା ମାରି ଖାତା ଖୋଲିଥିଲେ। କିନ୍ତୁ ପରବର୍ତ୍ତୀ ବଲରେ ୱାନିନ୍ଦୁ ହସରଙ୍ଗାଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଯାଇଥିଲେ । ଏହା ପୂର୍ବରୁ ରେକର୍ଡ ଉମେଶ ଯାଦବଙ୍କ ନାଁରେ ଥିଲା, ଯିଏ ୨୦୧୨ରୁ ୨୦୧୮ ପର୍ଯ୍ୟନ୍ତ ୬୫ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଖେଳିନଥିଲେ। ତାଙ୍କ ପରେ ଦିନେଶ କାର୍ତ୍ତିକ (୫୬) ଓ ମହମ୍ମଦ ଶାମି (୪୩)ଙ୍କ ନମ୍ବର ଆସିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
କବାଟ ଲକରେ କେମିତି ଝୁଲିଲେ ମହିଳା? ହତ୍ୟା ଅଭିଯୋଗ ଆଣିଲେ ସ୍ୱାମୀ
ମହିଳାଙ୍କ ମୃତଦେହ ତାଙ୍କ ଘର କବାଟର ଲକରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଛି ପୁଲିସ। ମହିଳାଙ୍କୁ ଜଣେ ପୁଲିସ କନଷ୍ଟେବଲ ହତ୍ୟା କରିଥିବା ତାଙ୍କ ସ୍ୱାମୀ ଅଭିଯୋଗ ଆଣିଛନ୍ତି।
Accident
ଅଭିନେତ୍ରୀଙ୍କ କାର ଧକ୍କାରେ ଶ୍ରମିକ ମୃତ, ଏକାଧିକ ଗୁରୁତର
ଲୋକପ୍ରିୟ ମରାଠି ଅଭିନେତ୍ରୀ ଉର୍ମିଳା କୋଠାରେ ଏକ ଶୁଟିଂ ସାରି ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।
National
ଦିଲ୍ଲୀରେ ୧୦୧ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ବାୟୁ ମାନରେ ଆସିଲା ଉନ୍ନତି
ଦିଲ୍ଲୀରେ ତୁହାକୁ ତୁହା ବର୍ଷା ଜାରି ରହିଛି। ଫଳରେ ଦିନର ସର୍ବାଧିକ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସକୁ ଖସିଛି। ବର୍ଷା କାରଣରୁ ବାୟୁ ଗୁଣବତ୍ତାରେ ଉନ୍ନତି ଘଟିଛି ଏବଂ ବର୍ତ୍ତମାନ ସହରରୁ GRAP-3ର ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି।
Politics
ଦିଲ୍ଲୀ ସରକାରଙ୍କ ଯୋଜନାର ତଦନ୍ତ ନିର୍ଦ୍ଦେଶ, ସମାଲୋଚନା କଲେ କେଜ୍ରିୱାଲ
ଦିଲ୍ଲୀ ଭୋଟରଙ୍କୁ ପ୍ରଭାବିତ କରିବାକୁ ପଞ୍ଜାବ ସରକାର ଟଙ୍କା ପଠାଉଥିବା ଅଭିଯୋଗ ଆଣିଲା କଂଗ୍ରେସ। 'ମହିଳା ସମ୍ମାନ ଯୋଜନା'ର ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ।
National
ଅଶ୍ଳୀଳ ଫଟୋ ଲିକ୍ କରିବାକୁ ଧମକ, ବନ୍ଧା ହେଲେ ଅଭିନେତା
ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା, ବ୍ୟକ୍ତିଗତ ଫଟୋ ଲିକ୍ କରିବାକୁ ଧମକ ଦେବା ଓ ଅମାନୁଷିକ ଭାବେ ମାଡ଼ ମରୁଥିବା ନେଇ ତାଙ୍କ ବିରୋଧରେ ଜଣେ ୨୯ ବର୍ଷୀୟ ଅଭିନେତ୍ରୀ ଅଭିଯୋଗ କରିଛନ୍ତି।