ଘରୋଇ ଭେନ୍ୟୁରେ ଓଡ଼ିଶା ଏଫସିର ବିଜୟ ଶୁଭାରମ୍ଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସଏଲ)ରେ ଓଡ଼ିଶା ଏଫସି ଘରୋଇ ଭେନ୍ୟୁରେ ତା’ର ପ୍ରଥମ ମ୍ୟାଚରେ ଜାମଶେଦପୁର ଏଫସିକୁ ୨-୧ ଗୋଲରେ ପରାସ୍ତ କରିଛି। ଏଥିସହ ଘରୋଇ ଭେନ୍ୟୁ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ବିଜୟରୁ ଶୁଭାରମ୍ଭ କରିଛି। ଓଡ଼ିଶା ବିଜୟରେ ଆରିଡେନ୍ ସାଣ୍ଟାନା ମୁଖ୍ୟ ଭୂମିକା ବହନ କରିଛନ୍ତି, ଯିଏ ଦୁଇଟି ଯାକ ଗୋଲ୍ (୨୮ତମ ଓ ୪୫ତମ) ସ୍କୋର କରିଥିଲେ। ସେହିପରି ଜାମଶେଦପୁର ଏଫସି ପକ୍ଷରୁ ମୋନରୟ (୩୮ତମ) ଏକମାତ୍ର ଗୋଲ୍ […]

Odisha-fc1

Odisha-fc1

Ranjit Kumar Jena
  • Published: Friday, 27 December 2019
  • Updated: 27 December 2019, 09:56 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସଏଲ)ରେ ଓଡ଼ିଶା ଏଫସି ଘରୋଇ ଭେନ୍ୟୁରେ ତା'ର ପ୍ରଥମ ମ୍ୟାଚରେ ଜାମଶେଦପୁର ଏଫସିକୁ ୨-୧ ଗୋଲରେ ପରାସ୍ତ କରିଛି। ଏଥିସହ ଘରୋଇ ଭେନ୍ୟୁ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ବିଜୟରୁ ଶୁଭାରମ୍ଭ କରିଛି। ଓଡ଼ିଶା ବିଜୟରେ ଆରିଡେନ୍ ସାଣ୍ଟାନା ମୁଖ୍ୟ ଭୂମିକା ବହନ କରିଛନ୍ତି, ଯିଏ ଦୁଇଟି ଯାକ ଗୋଲ୍ (୨୮ତମ ଓ ୪୫ତମ) ସ୍କୋର କରିଥିଲେ। ସେହିପରି ଜାମଶେଦପୁର ଏଫସି ପକ୍ଷରୁ ମୋନରୟ (୩୮ତମ) ଏକମାତ୍ର ଗୋଲ୍ ପରିଶୋଦ କରିଥିଲେ।

ଚଳିତ ସଂସ୍କରଣରେ ଓଡ଼ିଶା ଏଫସିର ଏହା ତୃତୀୟ ବିଜୟ। ଓଡ଼ିଶା ଏଫସି ଏବେ ୧୦ ମ୍ୟାଚରୁ ୧୨ ପଏଣ୍ଟ ସହ ଷଷ୍ଠ ସ୍ଥାନକୁ ଉଠିଛି। ସେମିଫାଇନାଲରେ ସ୍ଥାନ ହାସଲ କରିବାକୁ ହେଲେ ଓଡ଼ିଶାକୁ ଅତିକମରେ ଶୀର୍ଷ-୪ ଭିତରେ ସ୍ଥାନ ହାସଲ ହାସଲ କରିବାକୁ ପଡ଼ିବ। ଓଡ଼ିଶା ଏବେ ତା'ର ପରବର୍ତ୍ତୀ ମୁକାବିଲା ଜାନୁଆରୀ ୬ ତାରିଖରେ ଚେନ୍ନାୟିନ୍ ଏଫସିକୁ କଳିଙ୍ଗ ଷ୍ଟାଡିୟମରେ ଭେଟିବ।

ଓଡ଼ିଶା ଏଫସି ଓ ଜାମଶେଦପୁର ମଧ୍ୟରେ ଖେଳାଯାଇଥିବା ଏହି ମୁକାବିଲା ଦେଖିବା ପାଇଁ କଳିଙ୍ଗ ଷ୍ଟାଡିୟମରେ ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ। ଘରୋଇ ଦର୍ଶକଙ୍କ ସମର୍ଥନ ପାଇ ଓଡ଼ିଶା ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲା। ମ୍ୟାଚର ଚତୁର୍ଥ ମିନିଟରେ ଜାମଶେଦପୁର ଖେଳାଳିମାନେ ପେନାଲ୍ଟି ପାଇଁ ଅପିଲ୍ କରିଥିଲେ, କିନ୍ତୁ ରେଫରୀ ଏହାକୁ ନାକଚ କରି ଦେଇଥିଲେ। ୧୯ତମ ମିନିଟରେ ଜାମଶେଦପୁର ଏଫସିର ବିକାଶ ଜାଇରୁଙ୍କୁ ଫାଉଲ୍ ମାରିବାରୁ ଓଡ଼ିଶା ଏଫସିର ଗୌରବ ବୋରାଙ୍କୁ ରେଫରୀ ୟେଲୋ କାର୍ଡ ଦେଖାଇ ଚେତାବନୀ ଦେଇଥିଲେ।

୨୮ତମ ମିନିଟରେ ଆରିଡେନ୍ କଳିଙ୍ଗରେ ପ୍ରଥମ ଗୋଲ୍ ଦେଇ ଓଡ଼ିଶା ଏଫସିର ଖାତା ଖୋଲିଥିଲେ। ନନ୍ଦକୁମାର ସେକାରଙ୍କଠାରୁ ପାସ୍ ପାଇ ଆରିଡେନ୍ ଏହି ଗୋଲ୍ ସ୍କୋର କରିଥିଲେ। ଏହା ପରେ ତିନି ମିନିଟ୍ ଭିତରେ ଓଡ଼ିଶା ଏଫସିର ନାରାୟଣ ଏବଂ ସି. ଡେଲଗାଡୋଙ୍କୁ ରେଫରୀ ୟେଲୋ କାର୍ଡ ଦେଖାଇଥିଲେ। ଜାମଶେଦପୁର ଗୋଲ୍ ପରିଶୋଧ କରିବା ପାଇଁ ଆକ୍ରମଣକୁ ଜୋରଦାର କରିଥିଲା। ୩୮ତମ ମିନିଟରେ ଓଡ଼ିଶା ଏଫସିର ଭୁଲ୍ କାରଣରୁ ଜାମଶେଦପୁରକୁ ଏକ ପେନାଲ୍ଟି ମିଳିଥିଲା ଏବଂ ମୋନରୟ ଏହାକୁ ଗୋଲରେ ପରିଣତ କରି ମୁକାବିଲାକୁ ୧-୧ରେ ବରାବର କରିଥିଲେ। ଏହା ପରେ ନନ୍ଦଙ୍କ ସହଯୋଗରେ ଆରିଡେନ୍ ୪୫ତମ ମିନିଟରେ ଓଡ଼ିଶା ଏଫସି ପାଇଁ ଦ୍ୱିତୀୟ ଗୋଲ୍ କରିଥିଲେ। ଏଥିସହ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଓଡ଼ିଶା ଏଫସି ୨-୧ ଗୋଲରେ ଆଗୁଆ ହୋଇଥିଲା।

ଦ୍ୱିତୀୟାର୍ଦ୍ଧରେ ଓଡ଼ିଶା ଏଫସି ଡିଫେନ୍ସ ଉପରେ ଅଧିକ ଗୁରୁତ୍ୱ ଦେଇଥିଲା। ଅନ୍ୟପକ୍ଷରେ ଜାମଶେଦପୁର ଗୋଲ୍ ବରାବର କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲା। ୬୨ତମ ମିନିଟରେ ଓଡ଼ିଶା ଏଫସିର ଶୁଭମଙ୍କୁ ୟେଲୋ କାର୍ଡ ମିଳିଥିଲା। ୬୯ତମ ମିନିଟରେ ଜାମଶେଦପୁରର ଫାରୁକ୍ ଚୌଧୁରୀ ଏକ ଭଲ ସୁଯୋଗ ହାତଛଡ଼ା କରିଥିଲେ। ଏହା ପରେ ଜାମଶେଦପୁର୍ ଏଫସି ଗୋଲ୍ ପରିଶୋଧ କରିବାକୁ ପ୍ରୟାସ କରିଥିଲେ ହେଁ, ସେମାନେ ଓଡ଼ିଶା ଏଫସିର ଡିଫେନ୍ସକୁ ଭେଦ କରିପାରିନଥିଲେ। ଫଳରେ ନିର୍ଦ୍ଧାରିତ ସମୟ ଶେଷ ସୁଦ୍ଧା ଓଡ଼ିଶା ଏଫସି ୨-୧ ଗୋଲରେ ଅଗ୍ରଣୀ ରହି ମୁକାବିଲାକୁ ଜିତି ନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story