ଏହି ଦୁଇ ଜଣଙ୍କ ଅତ୍ୟାଚାର ସହି ନ ପାରି ହକି ଛାଡ଼ିଛନ୍ତି ସର୍ଦ୍ଦାର

ନୂଆଦିଲ୍ଲୀ: ହକି ବିଶ୍ୱକପ୍‌ ପାଖେଇ ଆସୁଥିବା ବେଳେ ହକି ଇଣ୍ଡିଆର ଗୁମର ଖୋଲି ଦେଇଛନ୍ତି ପୂର୍ବତନ ପୁରୁଷ ହକି ଟିମ୍‌ର ଅଧିନାୟକ ସର୍ଦ୍ଦାର ସିଂହ। ନିକଟରେ ଅପ୍ରତ୍ୟାଶିତ ଭାବେ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଥିବା ସର୍ଦ୍ଦାର କାହିଁକି ଏଭଳି ନିଷ୍ପତ୍ତି ନେଲେ, ସେ ସମ୍ପର୍କରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ହକି ଇଣ୍ଡିଆର ହାଇ ପରଫର୍ମାନ୍ସ ନିର୍ଦ୍ଦେଶକ(ଏଚ୍‌ପିଡି) ଡେଭିଡ୍‌ ଜନ୍‌ ଓ ନେଦରଲ୍ୟାଣ୍ଡରୁ ଆସି ଭାରତୀୟ ପୁରୁଷ ହକି ଦଳର କୋଚ ହୋଇଥିବା ଏସ୍‌ଜୋରେଡ ମାରିଜେନ୍‌ଙ୍କ […]

sa1

Hemant Lenka
  • Published: Saturday, 03 November 2018
  • , Updated: 03 November 2018, 07:11 PM IST

ନୂଆଦିଲ୍ଲୀ: ହକି ବିଶ୍ୱକପ୍‌ ପାଖେଇ ଆସୁଥିବା ବେଳେ ହକି ଇଣ୍ଡିଆର ଗୁମର ଖୋଲି ଦେଇଛନ୍ତି ପୂର୍ବତନ ପୁରୁଷ ହକି ଟିମ୍‌ର ଅଧିନାୟକ ସର୍ଦ୍ଦାର ସିଂହ। ନିକଟରେ ଅପ୍ରତ୍ୟାଶିତ ଭାବେ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଥିବା ସର୍ଦ୍ଦାର କାହିଁକି ଏଭଳି ନିଷ୍ପତ୍ତି ନେଲେ, ସେ ସମ୍ପର୍କରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ହକି ଇଣ୍ଡିଆର ହାଇ ପରଫର୍ମାନ୍ସ ନିର୍ଦ୍ଦେଶକ(ଏଚ୍‌ପିଡି) ଡେଭିଡ୍‌ ଜନ୍‌ ଓ ନେଦରଲ୍ୟାଣ୍ଡରୁ ଆସି ଭାରତୀୟ ପୁରୁଷ ହକି ଦଳର କୋଚ ହୋଇଥିବା ଏସ୍‌ଜୋରେଡ ମାରିଜେନ୍‌ଙ୍କ ପାଇଁ ହକି ଛାଡ଼ିବାକୁ ବାଧ୍ୟ ହୋଇଛି।

ସର୍ଦ୍ଦାର କହିଛନ୍ତି, “କୌଣସି କାରଣ ନଥାଇ ଟିମ୍‌ ଇଣ୍ଡିଆର କୋଚ୍‌ ଭାବେ କାର୍ଯ୍ୟ କରୁଥିବା ରୋଏଲ୍ୟାଣ୍ଟ ଓଲଟମାସ୍‌ଙ୍କୁ ପଦରୁ ବାହାର କରିବା ପାଇଁ ହକି ଇଣ୍ଡିଆ ନିଷ୍ପତ୍ତି ନେଇଥିଲା। ତାଙ୍କ ସ୍ଥାନରେ ନେଦରଲ୍ୟାଣ୍ଡର ଏସ୍‌ଜୋରେଡ ମାରିଜେନ୍‌ଙ୍କୁ ଦାୟିତ୍ୱ ଦିଆଗଲା। ଓଲଟମାସ କୋଚ ପଦରୁ ବିଦା ହେବା ପରେ ଅନେକ କିଛି ଘଟଣା ଘଟିଲା। ଜନ୍‌ ଓ ବିଦେଶୀ କୋଚ ଟିମ୍‌ରେ ନୂଆ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚାହିଁଥିଲେ। ଆମେ ୨୦୧୭ ଏସିଆ କପ୍‌ ଜିତିଥିଲୁ। ଆଗକୁ ସେହି ଟିମ୍‌ କାମ କରିବ ବୋଲି ଭାବିଥିଲି। ହେଲେ କୌଣସି କାରଣ ନଥାଇ ହଠାତ୍‌ ମୋତେ ଟିମ୍‌ରୁ ବାଦ ଦିଆଗଲା।

[caption id="attachment_296778" align="aligncenter" width="981"] ଏସ୍‌ଜୋରେଡ ମାରିଜେନ୍‌[/caption]

"ଏହାପରେ କିଛି ଜୁନିୟର ଖେଳାଳିଙ୍କ ସହ ମୋତେ ୨୦୧୮ ସୁଲତାନ୍‌ ଆଜଲାନ୍‌ ଜୋହର ଟ୍ରଫି ପାଇଁ ପଠାଗଲା। ସେଠାରୁ ଫେରିବା ପରେ ମୋତେ ପୁଣିଥରେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ପାଇଁ ଅଣଦେଖା କରାଗଲା। ମୁଁ ଫିଟ୍‌ ଥିଲେ ମଧ୍ୟ ମୋତେ କାହିଁକି ଟିମ୍‌ରୁ ବାଦ୍‌ ଦିଆଗଲା, ତାକୁ ନେଇ ମୁଁ ନିଜକୁ ନିଜେ ପ୍ରଶ୍ନ କରିଥିଲି। ମୁଁ ୟୋ ୟୋ ଟେଷ୍ଟ୍‌ରେ ୨୧.୪ ପଏଣ୍ଟ ପାଇଥିଲେ ହେଁ ଜନ୍‌ ସର୍ବସମ୍ମୁଖରେ ମୁଁ ଫିଟ୍‌ନେସ୍‌ ଟେଷ୍ଟ୍‌ରେ ଧିମା ରହିଛି ବୋଲି କହିଥିଲେ। ଏହାବାଦ୍‌ ଅନେକ ଘଟଣା ଘଟିଛି। ଯେଉଁଠାରେ ଜନ୍‌ ଓ ବିଦେଶୀ କୋଚ୍‌ ମୋତେ ଟିମ୍‌ରୁ ବାହାର କରିବାକୁ ଚେଷ୍ଟା କରିଥିଲେ। ଏହାସତ୍ତ୍ୱେ ମୁଁ ଟିମ୍‌ରେ ଥିଲି। କିନ୍ତୁ ଶେଷରେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଲି।”

ସର୍ଦ୍ଦାରଙ୍କକ ଏଭଳି ବୟାନ ହକି ଇଣ୍ଡିଆ ଭିତରରେ ଚାଲିଥିବା ମାନମାନୀର ପର୍ଦ୍ଦାଫାସ କରିଛି।

Related story