ବେଙ୍ଗାଲୁରୁ: ରାୟପୁରରେ ଆସନ୍ତା ନଭେମ୍ବର ୧୭ରୁ ଡିସେମ୍ବର ୬ ଯାଏଁ ବିଶ୍ୱର ୮ଟି ଟିମ୍ ନେଇ ଆରମ୍ଭ ହେବାକୁ ଥିବା ହିରୋ ୱାର୍ଲ୍ଡ ଲିଗ୍ ଫାଇନାଲ୍ସ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଏହାର ନେତୃତ୍ୱ ନେବେ ଭେଟେରାନ୍ ମିଡଫିଲ୍ଡର ସର୍ଦ୍ଦାର ସିଂ। ଦଳର ଗୋଲ କିପର ପିଆର ଶ୍ରୀଜେସଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଦଳରେ ଏକମାତ୍ର ଓଡ଼ିଆ ଭାବେ ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା ସ୍ଥାନ ବଜାଇ ରଖିଛନ୍ତି। ତାଙ୍କ ସମେତ କୋଥାଜିତ ସିଂହ, ଭିଆର ରାଘୁନାଥ, ଜସଜିତ୍ ସିଂହ କୁଲାର ଓ ରୂପିନ୍ଦର ପାଲ ସିଂ, ସି.ଏସ୍. କାଙ୍ଗୁରାମ, ଦେବୀନ୍ଦର ୱାଲମକି, ମାନପ୍ରିତ ସିଂହ, ଧମରମବୀର ସିଂ, ଦାନିସ୍ ମୁଜତାୱା ଏସ.ଭି. ସୁନୀଲ, ରାମଦିପ୍ ସିଂ, ଆକାଶ ଦୀପ୍ ସିଂ, ଲିଲିତ ଉପାଧେୟ ଏବଂ ତଲୱିନ୍ଦର ସିଂ ଦଳରେ ସ୍ଥାନ ପାଇଛନ୍ତି।
ଘୋଷଣା ହୋଇଥିବା ଭାରତୀୟ ଦଳ ତିନି ଟିକିଆ ଟେଷ୍ଟ ମ୍ୟାଚ ନଭେମ୍ବର ୧୯ରୁ ୨୩ ତାରିଖ ଯାଏଁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିପାରେ। ଏହି ତିନିଟି ମ୍ୟାଚ ହିରୋ ହକି ୱାର୍ଲ୍ଡ ଲିଗ୍ ଫାଇନାଲ୍ସ ହେବା ପୂର୍ବରୁ ଛତିଶଗଡର ରାଜନାନ୍ଦ ଗାଁଓ ଓ ରାୟପୁରରେ ଖେଳାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।