ରଣଜୀରେ ତ୍ରିଶତକ ମାରିଲେ ସର୍ଫରାଜ

ମୁମ୍ବାଇ: ଯୁବ ବ୍ୟାଟ୍ସମ୍ୟାନ୍ ସର୍ଫରାଜ ଖାନ୍ ରଣଜୀ ଟ୍ରଫିରେ ନିଜର ପ୍ରଥମ ତ୍ରିଶତକ ମାରିଛନ୍ତି, ଯାହା ବଳରେ ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଉତ୍ତର ପ୍ରଦେଶ ବିପକ୍ଷ ମ୍ୟାଚର ପ୍ରଥମ ଇନିଂସରେ ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ ହାସଲ କରିଛି। ସର୍ଫରାଜ ତୃତୀୟ ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ଭାବେ ରଣଜୀ ଟ୍ରଫିରେ ତ୍ରିଶତକ ମାରିବାର ରେକର୍ଡ କରିଛନ୍ତି। ଏଥିସହ ସେ ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ଯଥା ସୁନୀଲ ଗାଭାସ୍କର, ସଞ୍ଜୟ ମଞ୍ଜରେକର, ୱାସିମ୍ ଜାଫର, ରୋହିତ୍ ଶର୍ମା, ବିଜୟ ମର୍ଚ୍ଚାଣ୍ଟ […]

sarfaraz

sarfaraz

Ranjit Kumar Jena
  • Published: Wednesday, 22 January 2020
  • Updated: 22 January 2020, 08:40 PM IST

ମୁମ୍ବାଇ: ଯୁବ ବ୍ୟାଟ୍ସମ୍ୟାନ୍ ସର୍ଫରାଜ ଖାନ୍ ରଣଜୀ ଟ୍ରଫିରେ ନିଜର ପ୍ରଥମ ତ୍ରିଶତକ ମାରିଛନ୍ତି, ଯାହା ବଳରେ ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଉତ୍ତର ପ୍ରଦେଶ ବିପକ୍ଷ ମ୍ୟାଚର ପ୍ରଥମ ଇନିଂସରେ ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ ହାସଲ କରିଛି। ସର୍ଫରାଜ ତୃତୀୟ ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ଭାବେ ରଣଜୀ ଟ୍ରଫିରେ ତ୍ରିଶତକ ମାରିବାର ରେକର୍ଡ କରିଛନ୍ତି।

ଏଥିସହ ସେ ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ଯଥା ସୁନୀଲ ଗାଭାସ୍କର, ସଞ୍ଜୟ ମଞ୍ଜରେକର, ୱାସିମ୍ ଜାଫର, ରୋହିତ୍ ଶର୍ମା, ବିଜୟ ମର୍ଚ୍ଚାଣ୍ଟ ଏବଂ ଅଜିତ୍ ୱାଡେକରଙ୍କ ସହ ଏଲିଟ୍ ଲିଷ୍ଟରେ ସାମିଲ୍ ହୋଇଛନ୍ତି। ମୁମ୍ବାଇର ପୂର୍ବତନ କ୍ୟାପଟେନ୍ ଜାଫର୍ ରଣଜୀ ଇତିହାସର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଦୁଇଥର ତ୍ରିଶତକ ମାରିଛନ୍ତି।

ମୁମ୍ବାଇ ବିପକ୍ଷରେ ଉତ୍ତର ପ୍ରଦେଶ ପ୍ରଥମ ଇନିଂସରେ ୮ ୱିକେଟ୍ ହରାଇ ୬୨୫ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଜବାବରେ ମୁମ୍ବାଇ ଏକ ସମୟରେ ୧୨୮ ରନରେ ୪ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା । ଏହି ସମୟରେ ବ୍ୟାଟିଂ କରିବାକୁ ଆସିଥିଲେ ସର୍ଫରାଜ। ସର୍ଫରାଜ ସିଦ୍ଦେଶ ଲାଡ(୯୮)ଙ୍କ ସହ ମିଶି ପଞ୍ଚମ ୱିକେଟ୍ ପାଇଁ ୨୧୦ ରନ୍ ଯୋଡ଼ିଥିଲେ।

ଏହା ପରେ ସର୍ଫରାଜ କ୍ୟାପଟେନ୍ ଆଦିତ୍ୟ ତାରେଙ୍କ ସହ ଷଷ୍ଠ ୱିକେଟ୍ ପାଇଁ ୧୭୯ ରନ୍ ଏବଂ ଶାମ୍ସ ମୁଲାନୀଙ୍କ ସହ ସପ୍ତମ ୱିକେଟ୍ ପାଇଁ ୧୫୦ ରନର ଭାଗୀଦାରୀ କରିଥିଲେ। ଏଥିସହ ମୁମ୍ବାଇ ପ୍ରଥମ ଇନିଂସରେ ୭ ୱିକେଟ୍ ହରାଇ ୬୮୮ ରନ୍ କରି ୫୩ ରନରେ ଆଗୁଆ ହୋଇଥିଲା। ସର୍ଫରାଜ ୩୯୧ ବଲରେ ୩୦ ଚୌକା ଓ ୮ ଛକା ସହ ୩୦୧ ରନ୍ କରି ଅପରାଜିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos