ଟପ୍‌-୧୦ରେ ସାତ୍ତ୍ୱିକ-ଚିରାଗ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ଓ ଚିରାଗ ସେଟ୍ଟୀ ସଦ୍ୟ ପ୍ରକାଶିତ ବିଡବ୍ଲ୍ୟୁଏଫ୍ ରାଙ୍କିଙ୍ଗର ଟପ୍‌-୧୦ରେ ପ୍ରବେଶ କରିଛନ୍ତି। ଏହି ଯୋଡ଼ି ନିକଟରେ ଶେଷ ହୋଇଥିବା ବିଡବ୍ଲ୍ୟୁଏଫ୍ ସୁପର୍‌-୭୫୦ ଇଭେଣ୍ଟରେ ପ୍ରଥମଥର ଫାଇନାଲରେ ପହଞ୍ଚିଥିଲେ। ଏହି ଭାରତୀୟ ଯୋଡ଼ି ଏବେ ଦୁଇଟି ସ୍ଥାନ ଉପରକୁ ଉଠି ନବମରେ ପହଞ୍ଚିଛନ୍ତି। ଦୁହେଁ ଦ୍ୱିତୀୟଥର ପାଇଁ ଟପ୍‌-୧୦ରେ ପ୍ରବେଶ କରିଛନ୍ତି। ଗତ ଅଗଷ୍ଟରେ ସାତ୍ତ୍ୱିକ-ଚିରାଗ ଭାରତର ପ୍ରଥମ ପୁରୁଷ ଡବଲ୍ସ ଯୋଡ଼ି ଭାବେ ଥାଇଲ୍ୟାଣ୍ଡ ଓପନ୍ ବିଡବ୍ଲ୍ୟୁଏଫ୍ […]

satwik-and-chirag

Ranjit Kumar Jena
  • Published: Wednesday, 30 October 2019
  • , Updated: 30 October 2019, 09:23 PM IST

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ଓ ଚିରାଗ ସେଟ୍ଟୀ ସଦ୍ୟ ପ୍ରକାଶିତ ବିଡବ୍ଲ୍ୟୁଏଫ୍ ରାଙ୍କିଙ୍ଗର ଟପ୍‌-୧୦ରେ ପ୍ରବେଶ କରିଛନ୍ତି। ଏହି ଯୋଡ଼ି ନିକଟରେ ଶେଷ ହୋଇଥିବା ବିଡବ୍ଲ୍ୟୁଏଫ୍ ସୁପର୍‌-୭୫୦ ଇଭେଣ୍ଟରେ ପ୍ରଥମଥର ଫାଇନାଲରେ ପହଞ୍ଚିଥିଲେ। ଏହି ଭାରତୀୟ ଯୋଡ଼ି ଏବେ ଦୁଇଟି ସ୍ଥାନ ଉପରକୁ ଉଠି ନବମରେ ପହଞ୍ଚିଛନ୍ତି। ଦୁହେଁ ଦ୍ୱିତୀୟଥର ପାଇଁ ଟପ୍‌-୧୦ରେ ପ୍ରବେଶ କରିଛନ୍ତି।

ଗତ ଅଗଷ୍ଟରେ ସାତ୍ତ୍ୱିକ-ଚିରାଗ ଭାରତର ପ୍ରଥମ ପୁରୁଷ ଡବଲ୍ସ ଯୋଡ଼ି ଭାବେ ଥାଇଲ୍ୟାଣ୍ଡ ଓପନ୍ ବିଡବ୍ଲ୍ୟୁଏଫ୍ ସୁପର୍‌-୫୦୦ ଟାଇଟଲ୍ ଜିତି ଇତିହାସ ରଚିଥିଲେ। ଫାଇନାଲରେ ଏହି ଭାରତୀୟ ଯୋଡ଼ି ଚୀନର ଲି ଜୁନ୍ ହୁଇ ଓ ଲିଉ ୟୁ ଚେନଙ୍କୁ ହରାଇଥିଲେ। କିନ୍ତୁ ଗତ ସପ୍ତାହରେ ପ୍ୟାରିସରେ ଆୟୋଜିତ ଫ୍ରେଞ୍ଚ୍ ଓପନରେ ସାତ୍ତ୍ୱିକ-ଚିରାଗଙ୍କ ଯୋଡ଼ି ଫାଇନାଲରେ ହାରି ରନର୍ସଅପରେ ସନ୍ତୁଷ୍‌ଟ ହୋଇଥିଲେ।

Related story