ଏସିଆନ୍ ସ୍କ୍ୱାଶ୍ ଚାମ୍ପିଅନଶିପ୍ ଜିତିଲେ ସୌରଭ ଓ ଜୋଶ୍ନା

କୁଆଲାଲୁମ୍ପୁର: ଭାରତୀୟ ଖେଳାଳି ସୌରଭ ଘୋଷାଲ ଓ ଜୋଶ୍ନା ଚିନ୍ନାପ୍ପା ଚଳିତ ଏସିଆନ୍ ସ୍କ୍ୱାଶ୍ ଚାମ୍ପିଅନଶିପରେ ନିଜ ନିଜ ବିଭାଗରେ ଟାଇଟଲ୍ ଜିତିଛନ୍ତି। ଦ୍ୱିତୀୟ ସିଡ୍ ଜୋଶ୍ନା ମହିଳା ସିଙ୍ଗଲ୍ସ ଫାଇନାଲରେ ହଂକଂର ଟପ୍ ସିଡ୍ ଆନି ଆଉଙ୍କୁ ୧୧-୫, ୮-୧୧, ୧୧-୬, ୧୧-୬ ଗେମରେ ପରାସ୍ତ କରି ଚାମ୍ପିଅନ୍ ହୋଇଛନ୍ତି। ସେହିପରି ଟପ୍ ସିଡ୍ ତଥା ଗତଥରର ବିଜେତା ଘୋଷାଲ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ହଂକଂର ଚତୁର୍ଥ ସିଡ୍ ଲିଓ ଆଉ ଚୁନ୍ ମିଙ୍ଗଙ୍କୁ ୧୧-୯, […]

jj

Hemant Lenka
  • Published: Monday, 06 May 2019
  • , Updated: 06 May 2019, 08:26 PM IST

କୁଆଲାଲୁମ୍ପୁର: ଭାରତୀୟ ଖେଳାଳି ସୌରଭ ଘୋଷାଲ ଓ ଜୋଶ୍ନା ଚିନ୍ନାପ୍ପା ଚଳିତ ଏସିଆନ୍ ସ୍କ୍ୱାଶ୍ ଚାମ୍ପିଅନଶିପରେ ନିଜ ନିଜ ବିଭାଗରେ ଟାଇଟଲ୍ ଜିତିଛନ୍ତି। ଦ୍ୱିତୀୟ ସିଡ୍ ଜୋଶ୍ନା ମହିଳା ସିଙ୍ଗଲ୍ସ ଫାଇନାଲରେ ହଂକଂର ଟପ୍ ସିଡ୍ ଆନି ଆଉଙ୍କୁ ୧୧-୫, ୮-୧୧, ୧୧-୬, ୧୧-୬ ଗେମରେ ପରାସ୍ତ କରି ଚାମ୍ପିଅନ୍ ହୋଇଛନ୍ତି।

ସେହିପରି ଟପ୍ ସିଡ୍ ତଥା ଗତଥରର ବିଜେତା ଘୋଷାଲ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ହଂକଂର ଚତୁର୍ଥ ସିଡ୍ ଲିଓ ଆଉ ଚୁନ୍ ମିଙ୍ଗଙ୍କୁ ୧୧-୯, ୧୧-୨, ୧୧-୮ ଗେମରେ ହରାଇ ଟାଇଟଲ୍ ହାତେଛନ୍ତି। ଜୋଶ୍ନାଙ୍କ ପାଇଁ ଏହି ବିଜୟ ବହୁତ ସ୍ମରଣୀୟ, କାରଣ ଗତମାସରେ ସେ ମକାଉ ଓପନରେ ଆନିଙ୍କଠାରୁ ହାରିଯାଇଥିଲେ।

ଟାଇଟଲ୍ ଜିତିବା ପରେ ଜୋଶ୍ନା କହିଥିଲେ, ଫାଇନାଲରେ ମୋ ପ୍ରଦର୍ଶନ ଭଲ ରହିଥିଲା। ଗତ କିଛି ମୁକାବିଲାରେ ମୁଁ ଆନିଙ୍କଠାରୁ ପରାସ୍ତ ହୋଇଥିଲି। କିନ୍ତୁ ଏଠାକୁ ମୁଁ ଭଲ ଭାବେ ପ୍ରସ୍ତୁତ ହୋଇ ଆସିଥିଲି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୁଁ ମୋ ଲୟ ହାସଲ କରିବାରେ ସଫଳ ହୋଇଥିଲି ଏବଂ ଏହି କାରଣରୁ ଟାଇଟଲ୍ ଡିଫେଣ୍ଡ୍ କରିପାରିଛି ବୋଲି ଜୋଶ୍ନା କହିଛନ୍ତି।

Related story