ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି: ମହାରାଷ୍ଟ୍ର ଓ କର୍ଣ୍ଣାଟକ ବିଜୟୀ

କଟକ: ସୟଦ ମୁସ୍ତାକ୍ ଅଲ୍ଲୀ ଟି–ଟ୍ୱେଣ୍ଟି ଟ୍ରଫିରେ ଆଜି କଟକ ବାରବାଟୀ ଓ ଡ୍ରିମ୍ସ ପଡିଆରେ ଖେଳାଯାଇଥିବା ୨ଟି ଭିନ୍ନ ଭିନ୍ନ ମ୍ୟାଚରେ ଯଥାକ୍ରମେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ବିଜୟୀ ହୋଇଛନ୍ତି। ମହାରାଷ୍ଟ ୩୧ ରନରେ ସର୍ଭିସେସକୁ ହରାଇଥିବା ବେଳେ ମୁମ୍ବାଇକୁ ୧ ରନରେ ପରାସ୍ତ କରିଛି କର୍ଣ୍ଣାଟକ। ମହାରାଷ୍ଟ୍ର ପଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୫୯ ରନ କରି ଅଲଆଉଟ ହୋଇଯାଇଥିଲା। ଏହାକୁ ପିଛା କରି ସର୍ଭିସ ୧୨୮ ରନରେ ସମସ୍ତ ୱିକେଟ […]

rabin uttappa

rabin uttappa

Rakesh Mallick
  • Published: Sunday, 03 January 2016
  • Updated: 03 January 2016, 12:11 PM IST

Sports

Latest News

କଟକ: ସୟଦ ମୁସ୍ତାକ୍ ଅଲ୍ଲୀ ଟି-ଟ୍ୱେଣ୍ଟି ଟ୍ରଫିରେ ଆଜି କଟକ ବାରବାଟୀ ଓ ଡ୍ରିମ୍ସ ପଡିଆରେ ଖେଳାଯାଇଥିବା ୨ଟି ଭିନ୍ନ ଭିନ୍ନ ମ୍ୟାଚରେ ଯଥାକ୍ରମେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ବିଜୟୀ ହୋଇଛନ୍ତି। ମହାରାଷ୍ଟ ୩୧ ରନରେ ସର୍ଭିସେସକୁ ହରାଇଥିବା ବେଳେ ମୁମ୍ବାଇକୁ ୧ ରନରେ ପରାସ୍ତ କରିଛି କର୍ଣ୍ଣାଟକ।

ମହାରାଷ୍ଟ୍ର ପଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୫୯ ରନ କରି ଅଲଆଉଟ ହୋଇଯାଇଥିଲା। ଏହାକୁ ପିଛା କରି ସର୍ଭିସ ୧୨୮ ରନରେ ସମସ୍ତ ୱିକେଟ ହରାଇଥିଲା। ମହାରାଷ୍ଟ୍ର ପକ୍ଷରୁ ଏନଏସ ନାଏକ ସର୍ବାଧିକ ୬୯ ରନ କରିଥିବାବେଳେ ବୋଲର ଏସଏମ କାଜି ଓ ଏସଏମ ଗୁଗାଲେ ସର୍ବାଧିକ ୩ଟି ଲେଖାଏଁ ୱିକେଟ ନେଇଥିଲେ। ସେହିପରି ସର୍ଭିସେସ୍ ପକ୍ଷରୁ ଏସଆର ସ୍ୱାଇଁ ସର୍ବାଧିକ ୨୭ ରନ କରିଥିଲେ। ଦଳପକ୍ଷରୁ ଏନ ଯାଦବ ୩ଟି ୱିକେଟ ନେଇଥିଲେ।

ସେହିପରି ଡ୍ରିମ୍ସ ପଡିଆରେ ଅନୁଷ୍ଠିତ ଅନ୍ୟଏକ ମ୍ୟାଚରେ କର୍ଣ୍ଣାଟକ ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ ୧୬୨ ରନ ସଂଗ୍ରହ କରିଥିଲା। ଏହାର ପିଛାକରି ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୧୬୧ ରନ କରିବାରେ ସକ୍ଷମ ହୋଇଥିଲା। କର୍ଣ୍ଣାଟକ ପକ୍ଷରୁ ଏମଡି ତାହା ୩୭ରନ, ରବିନ ଉଥାପ୍ପା ୩୦ ଓ ଷ୍ଟୁଆର୍ଡ ବିନି ୩୮ ରନ୍ କରିଥିଲେ। ମୁମ୍ବାଇ ପକ୍ଷରୁ ଡି କୁଲକର୍ଣ୍ଣି ଓ ଆର ରାଜେ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ମୁମ୍ବାଇ ପକ୍ଷରୁ ଏସ ଆୟାର ୩୨, ଅଭିଷେକ୍ ନାୟାର ୪୯ ଓ ଏପି ତାରେ ୨୮ ରନ କରିଥିଲେ। କର୍ଣ୍ଣାଟକ ପକ୍ଷରୁ ଅରବିନ୍ଦ ଶ୍ରୀନାଥ, ଷ୍ଟୁଆର୍ଡ ବିନ୍ନି ଓ କେସି ଚିରିପ୍ପା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos