ଶନିବାର ଦ୍ୱିତୀୟ ଦିନିକିଆ: ୨-୦ ଲକ୍ଷ୍ୟରେ ରହିବ ଟିମ୍‌ ଇଣ୍ଡିଆ

ମାଉଣ୍ଟ ମାଙ୍ଗାନୁଇ: ଘରୋଇ ନ୍ୟୁଜିଲ୍ୟାଣ୍ଡକୁ ନାପିଅର ସ୍ଥିତ ପ୍ରଥମ ଦିନିକିଆରେ ମାତ୍‌ ଦେଇଥିବା ଟିମ୍‌ ଇଣ୍ଡିଆ ଆସନ୍ତାକାଲି ଦ୍ୱିତୀୟ ଦିନିକିଆ ପାଇଁ ମାଉଣ୍ଟ ମାଙ୍ଗାନୁଇ ସ୍ଥିତ ବେ ଓଭାଲ ପଡ଼ିଆକୁ ଓହ୍ଲାଇବ। ଦଳ ବିଜୟ ଲକ୍ଷ୍ୟରେ ରହିବ। ତେବେ ଏହି ପିଚ୍‌ରେ ଭାରତ ପ୍ରଥମଥର ପାଇଁ ମ୍ୟାଚ୍‌ ଖେଳିବାକୁ ଯାଉଛି। ତଥାପି ଏହି ଦିନିକିଆ ଜିତି ସିରିଜ୍‌କୁ ୨-୦ରେ କରିବାକୁ ବିରାଟ୍‌ ବାହିନୀ ଚେଷ୍ଟା କରିବ। ଆସନ୍ତାକାଲି ସକାଳ ୭.୩୦ରେ ମ୍ୟାଚ୍‌ ଆରମ୍ଭ ହେବ। ପ୍ରଥମ ଦିନିକିଆରେ […]

fx

fx

Hemant Lenka
  • Published: Friday, 25 January 2019
  • Updated: 25 January 2019, 09:18 PM IST

Sports

Latest News

ମାଉଣ୍ଟ ମାଙ୍ଗାନୁଇ: ଘରୋଇ ନ୍ୟୁଜିଲ୍ୟାଣ୍ଡକୁ ନାପିଅର ସ୍ଥିତ ପ୍ରଥମ ଦିନିକିଆରେ ମାତ୍‌ ଦେଇଥିବା ଟିମ୍‌ ଇଣ୍ଡିଆ ଆସନ୍ତାକାଲି ଦ୍ୱିତୀୟ ଦିନିକିଆ ପାଇଁ ମାଉଣ୍ଟ ମାଙ୍ଗାନୁଇ ସ୍ଥିତ ବେ ଓଭାଲ ପଡ଼ିଆକୁ ଓହ୍ଲାଇବ। ଦଳ ବିଜୟ ଲକ୍ଷ୍ୟରେ ରହିବ। ତେବେ ଏହି ପିଚ୍‌ରେ ଭାରତ ପ୍ରଥମଥର ପାଇଁ ମ୍ୟାଚ୍‌ ଖେଳିବାକୁ ଯାଉଛି। ତଥାପି ଏହି ଦିନିକିଆ ଜିତି ସିରିଜ୍‌କୁ ୨-୦ରେ କରିବାକୁ ବିରାଟ୍‌ ବାହିନୀ ଚେଷ୍ଟା କରିବ। ଆସନ୍ତାକାଲି ସକାଳ ୭.୩୦ରେ ମ୍ୟାଚ୍‌ ଆରମ୍ଭ ହେବ।

ପ୍ରଥମ ଦିନିକିଆରେ ଭାରତର ଦୁଇ ରିଷ୍ଟ ସ୍ପିନର ଜବରଦସ୍ତ ପ୍ରଦର୍ଶନ କରି ୬ଟି ୱିକେଟ୍‌ ଦଖଲ କରିଥିଲେ। ସେହିପରି ଦ୍ରୁତ ବୋଲର ମହମ୍ମଦ ଶାମି ଓ ଭୁବନେଶ୍ୱର କୁମାର ବେଶ ଭଲ ଫର୍ମରେ ରହିଛନ୍ତି। ତେଣୁ ଭାରତ ବୋଲିଂ ବାହିନୀରେ କୌଣସି ପରିବର୍ତ୍ତନ କରି ନପାରେ। ତେବେ ଅଲରାଉଣ୍ଡର ବିଜୟ ଶଙ୍କର ସ୍ଥାନରେ ଟିମ୍‌ ମ୍ୟାନେଜ୍‌ମେଣ୍ଟ ରବୀନ୍ଦ୍ର ଜାଡେଜାଙ୍କୁ ଖେଳାଇ ପାରେ। ତେବେ ଆସନ୍ତାକାଲି ବେ ଓଭାଲ୍‌ ପିଚ୍‌ର ସ୍ଥିତି ଦେଖି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଭାରତ ପାଇଁ ସବୁଠାରୁ ଆଶ୍ୱସ୍ତିକର ବିଷୟ ହେଉଛି ଓପନର ଶିଖର ଧୱନ ଫର୍ମକୁ ଫେରିବା। ଗତ ମ୍ୟାଚ୍‌ରେ ଧୱନ୍‌ ଅପରାଜିତ ୭୫ ରନ୍‌ର ଇନିଂସ୍‌ ଖେଳିଥିଲେ। ତେବେ ଟିମ୍‌ ମ୍ୟାନେଜମେଣ୍ଟ ବିଶ୍ୱକପ୍‌ ପୂର୍ବରୁ ମଧ୍ୟକ୍ରମକୁ ନେଇ ଏବେ ବି ଦ୍ୱନ୍ଦ୍ୱରେ ରହୁଛି। ତଥାପି ଗତ ମ୍ୟାଚ୍‌ରେ ୨୩ଟି ବଲ୍‌ରେ ୧୩ ରନ୍‌ କରି ଅପରାଜିତ ରହିଥିବା ଅମ୍ବାତି ରାୟୁଡୁଙ୍କୁ ଦଳ ପୁଣିଥରେ ସୁଯୋଗ ଦେବାର ଯଥେଷ୍ଟ ସମ୍ଭାବନା ରହିଛି।

ଯଦି ଅମ୍ବାତି ରାୟୁଡୁଙ୍କୁ ସୁଯୋଗ ନ ମିଳେ, ତା’ହେଲେ ଶୁଭମନ୍‌ ଗିଲ୍‌ ଡେବ୍ୟୁ କରିବେ। ଅନ୍ୟଥା ଭାରତୀୟ ଦଳରେ ଆଉ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ। ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଶତକ ହାସଲ କରିଥିଲେ। କିନ୍ତୁ ତା’ପରଠାରୁ ସେ ବଡ଼ ଇନିଂସ୍‌ ଖେଳିପାରି ନାହାନ୍ତି। ତେଣୁ ରୋହିତଙ୍କୁ ନିଜର ଦକ୍ଷତା ଆସନ୍ତାକାଲି ଦେଖାଇବାକୁ ପଡ଼ିବ।

ଅନ୍ୟପକ୍ଷରେ କିୱି ଟିମ୍‌ ପାଇଁ ବ୍ୟାଟିଂ ଲାଇନ୍‌ ଅପ୍‌ ସବୁଠାରୁ ବଡ଼ ଚିନ୍ତା। ଅଧିନାୟକ କେନ୍‌ ୱିଲିମସନ୍‌ଙ୍କୁ ଛାଡ଼ିଦେଲେ ଭାରତୀୟ ସ୍ପିନ ବାହିନୀର ମୁକାବିଲା କୌଣସି ବ୍ୟାଟସ୍‌ମ୍ୟାନ୍‌ କରିପାରୁନାହାନ୍ତି।

ଏପରି ସ୍ଥିତିରେ ଦଳ ଏକାଧିକ ପରିବର୍ତ୍ତନ କରିପାରେ। ଡଗ୍‌ ବ୍ରାସୱେଲଙ୍କ ସ୍ଥାନରେ ଅଲରାଉଣ୍ଡର କଲିନ୍‌ ଗ୍ରାଣ୍ଡହୋମଙ୍କୁ ସୁଯୋଗ ଦେଇପାରେ। ସେହିପରି ଲୁକି ଫରଗୁସନ୍‌ଙ୍କ ବଦଳରେ ଅନ୍ୟତମ ସ୍ପିନର ଈଶ ଶୋଢ଼ିଙ୍କୁ ଦଳ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ଦେବାକୁ ଚିନ୍ତା କରୁଛି। ଦଳ ଆସନ୍ତାକାଲି ମ୍ୟାଚ୍‌ ଜିତି ସ୍ଥିତିକୁ ୧-୧ରେ ବରାବର କରିବାକୁ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ।

ଏବେ ଭାରତ ୫ ଟିକିଆ ଦିନିକିଆ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story