ଦ୍ୱିତୀୟ ଟେଷ୍ଟ୍‌: ଭାରତ ଦ୍ୱିତୀୟ ଇନିଂସରେ ୨୨୭/୮

କୋଲକାତା: କୋଲକାତାର ଇଡେନ୍ ଗାର୍ଡେନ୍‌ରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍‌ରେ ଆଜି ତୃତୀୟ ଦିନ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଭାରତୀୟ ଦଳ ଦ୍ୱିତୀୟ ଇନିଂସ୍‌ରେ ୮ ୱିକେଟ୍ ହରାଇ ୨୨୭ ରନ୍ ସଂଗ୍ରହ କରିଛି। ଏହା ସହିତ ଦଳ ଏହି ଟେଷ୍ଟରେ ୩୩୯ ରନ୍‌ରେ ଆଗୁଆ ରହିଛି। ଗତକାଲିଠାରୁ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ଆଜି ୨୦୪ ରନ୍‌ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଗତକାଲି ଦଳ ୭ ୱିକେଟ୍ ହରାଇ ୧୨୮ […]

india

Rakesh Mallick
  • Published: Sunday, 02 October 2016
  • , Updated: 02 October 2016, 05:51 PM IST

କୋଲକାତା: କୋଲକାତାର ଇଡେନ୍ ଗାର୍ଡେନ୍‌ରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍‌ରେ ଆଜି ତୃତୀୟ ଦିନ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଭାରତୀୟ ଦଳ ଦ୍ୱିତୀୟ ଇନିଂସ୍‌ରେ ୮ ୱିକେଟ୍ ହରାଇ ୨୨୭ ରନ୍ ସଂଗ୍ରହ କରିଛି। ଏହା ସହିତ ଦଳ ଏହି ଟେଷ୍ଟରେ ୩୩୯ ରନ୍‌ରେ ଆଗୁଆ ରହିଛି।

ଗତକାଲିଠାରୁ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ଆଜି ୨୦୪ ରନ୍‌ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଗତକାଲି ଦଳ ୭ ୱିକେଟ୍ ହରାଇ ୧୨୮ ରନ୍ କରିଥିବା ବେଳେ ଆଜି ଆଉ ୭୬ ରନ୍ ଯୋଡ଼ି ଥିଲା। ପ୍ରଥମ ଇନିଂସରେ ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ସର୍ବାଧିକ ୫ଟି ୱିକେଟ୍ ନେଇଛନ୍ତି।

ଏହା ପରେ ଭାରତୀୟ ଦଳ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇ ଥିଲା। ପ୍ରଥମ ଇନିଂସ ପରି ଦ୍ୱିତୀୟ ଇନିଂସରେ ମଧ୍ୟ ଦଳକୁ ଓପନ୍‌ରମାନେ ହତାଶ କରିଥିଲେ। ଶିଖର ଧାୱନ ୧୭ ରନ୍ କରି ଆଉଟ୍ ହୋଇଥିବା ବେଳେ ମୁରଲୀ ବିଜୟ ମାତ୍ର ୭ ରନ୍ କରିଥିଲେ। ପ୍ରଥମ ଇନିଂସରେ ୮୭ ରନ୍ କରିଥିବେ ଚେତେଶ୍ୱର ପୂଜାରା ଆଜି ମାତ୍ର ୪ ରନ୍ କରି ଆଉଟ୍ ହୋଇଯାଇଥିଲେ। ବିରାଟ କୋହଲି ବି ବେଶୀ ସମୟ କ୍ରିଜ୍‌ରେ ରହି ପାରି ନ ଥିଲେ। ପ୍ରଥମ ଇନିଂସରେ ୯ ରନ୍ କରିଥିବା ବେଳ ଆଜି ୪୫ ରନ୍ କରି ଆଉଟ୍ ହୋଇଯାଇଥିଲେ। ଆଜିଙ୍କ୍ୟ ରାହାଣେ ୧ ରନ୍ କରି ଆଉଟ୍ ହୋଇଥିଲେ। ତେବେ ପ୍ରଥମ ଇନିଂସ୍‌ରେ ମାତ୍ର ୨ ରନ୍ କରିଥିବା ରୋହିତ ଶର୍ମା ଆଜି ୯ଟି ଚୌକା ଓ ୨ଟି ଛକା ସହାୟତାରେ ୮୨ ରନ୍ କରିଥିଲେ। ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଯଥାକ୍ରମେ ୫ ଓ ୬ ରନ୍ କରି ଆଉଟ୍ ହୋଇଥିଲେ। ରିଦ୍ଧିମାନ ଶାହା ୩୯ ରନ୍ କରି ଓ ଭୁବନେଶ୍ୱର କୁମାର ୮ ରନ୍ କରି ନଟ୍‌ ଆଉଟ୍ ଅଛନ୍ତି।

ନ୍ୟୁଜିଲାଣ୍ଡ ପକ୍ଷରୁ ମଟ୍ଟ ହେନରୀ ଓ ମିଚେଲ୍ ସାଣ୍ଟନର ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଟ୍ରେଣ୍ଟ ୨ଟି ୱିକେଟ୍ ନେଇଛନ୍ତି।

ପ୍ରଥମ ଇନିଂସରେ ଭାରତ ୩୧୬ ରନ୍ କରିଥିଲା।

Related story