ନେହେରାଙ୍କ ଫିଟ୍‌ନେସ୍‌ କୋହଲିଙ୍କ ଠାରୁ କମ ନୁହେଁ: ସେହୱାଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନେହେରାଙ୍କ ଫିଟନେସ୍‌ କୋହଲିଙ୍କ ଠାରୁ ବି କମ୍‌ ନୁହେଁ। ଏଭଳି କଥା କହିଛନ୍ତି ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହୱାଗ। ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ନେହେରାଙ୍କୁ ଦଳରେ ସାମିଲ କରାଯାଇଥିବାରୁ ବିବାଦ ଘନେଇଛି। ଯୁବରାଜ ଓ ରାଇନାଙ୍କ ଭଳି ଖେଳାଳିଙ୍କୁ ଫିଟ୍‌ନେସ କାରାଣରୁ ଦଳରୁ ବାଦ ଦିଆଯାଇଥିବା କୁହାଯାଉଥିବା ବେଳେ ନେହେରାଙ୍କୁ ଦଳରେ ସ୍ଥାନ ମିଳିବା କ୍ରୀଡାପ୍ରେମୀଙ୍କୁ ସହଜରେ ହଜମ ହୋଇପାରିନାହିଁ। ଏହାସହ ନେହେରାଙ୍କୁ ଏଥିପାଇଁ ସୋସିଆଲ ମିଡିଆରେ ସମାଲୋଚନା […]

cl_nehra-

cl_nehra-

Rakesh Mallick
  • Published: Thursday, 05 October 2017
  • Updated: 05 October 2017, 10:43 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନେହେରାଙ୍କ ଫିଟନେସ୍‌ କୋହଲିଙ୍କ ଠାରୁ ବି କମ୍‌ ନୁହେଁ। ଏଭଳି କଥା କହିଛନ୍ତି ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହୱାଗ। ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ନେହେରାଙ୍କୁ ଦଳରେ ସାମିଲ କରାଯାଇଥିବାରୁ ବିବାଦ ଘନେଇଛି। ଯୁବରାଜ ଓ ରାଇନାଙ୍କ ଭଳି ଖେଳାଳିଙ୍କୁ ଫିଟ୍‌ନେସ କାରାଣରୁ ଦଳରୁ ବାଦ ଦିଆଯାଇଥିବା କୁହାଯାଉଥିବା ବେଳେ ନେହେରାଙ୍କୁ ଦଳରେ ସ୍ଥାନ ମିଳିବା କ୍ରୀଡାପ୍ରେମୀଙ୍କୁ ସହଜରେ ହଜମ ହୋଇପାରିନାହିଁ। ଏହାସହ ନେହେରାଙ୍କୁ ଏଥିପାଇଁ ସୋସିଆଲ ମିଡିଆରେ ସମାଲୋଚନା ମଧ୍ୟ ହେବାକୁ ପଡୁଛି। ଏପରି ସ୍ଥିତିରେ ନେହାରାଙ୍କ ବନ୍ଧୁ ସେହୱାଗ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ନେହେରା ଯେତେବେଳେ ଟିମ୍‌ରେ ନଥାନ୍ତି ସେତେବେଳେ ବି ସେ ଅଭ୍ୟାସ ଜାରି ରଖିଥାନ୍ତି। ଏହାସହ ନିଜକୁ ଫିଟ୍‌ ରଖିବାକୁ ସର୍ବଦା ସେ ଚେଷ୍ଟା କରିଥାନ୍ତି। ତେଣୁ ସେ ବିରାଟ କୋହଲିଙ୍କ ଠାରୁ ବି ଫିଟ୍‌ନେସରେ କମ୍‌ ନୁହଁନ୍ତି ବୋଲି ସେହୱାଗ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos