ଯବାନ ଆମ ପାଇଁ ସବୁବେଳେ ସଜାଗ: ସେହୱାଗ

ନୂଆଦିଲ୍ଲୀ: ସୋସିଆଲ୍ ମାଇକ୍ରୋ-ବ୍ଲଗିଙ୍ଗ୍ ସାଇଟ୍ ଟ୍ୱିଟରରେ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ୍ ପୂରା ଆକ୍ଟିଭ୍। ସେ ବିଶେଷ କରି ସାରା ବିଶ୍ୱର କ୍ରିକେଟରଙ୍କୁ ସେମାନଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାନ୍ତି ଓ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜର ମତ ରଖନ୍ତି। ଏହା ସହିତ ଭାରତୀୟ ସେନାକୁ ପ୍ରଶଂସା କରି ଟ୍ୱିଟ୍ କରନ୍ତି। ଉରୀରେ ଆତଙ୍କବାଦୀ ହମ୍‌ଲାରେ ୧୯ ଜଣ ଭାରତୀୟ ଯବାନ ସହିଦ ହେବା ପରେ ସେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ନିୟମିତ ଭାବେ କିଛି […]

sehwag

Rakesh Mallick
  • Published: Sunday, 02 October 2016
  • , Updated: 02 October 2016, 04:35 PM IST

ନୂଆଦିଲ୍ଲୀ: ସୋସିଆଲ୍ ମାଇକ୍ରୋ-ବ୍ଲଗିଙ୍ଗ୍ ସାଇଟ୍ ଟ୍ୱିଟରରେ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ୍ ପୂରା ଆକ୍ଟିଭ୍। ସେ ବିଶେଷ କରି ସାରା ବିଶ୍ୱର କ୍ରିକେଟରଙ୍କୁ ସେମାନଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାନ୍ତି ଓ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜର ମତ ରଖନ୍ତି। ଏହା ସହିତ ଭାରତୀୟ ସେନାକୁ ପ୍ରଶଂସା କରି ଟ୍ୱିଟ୍ କରନ୍ତି। ଉରୀରେ ଆତଙ୍କବାଦୀ ହମ୍‌ଲାରେ ୧୯ ଜଣ ଭାରତୀୟ ଯବାନ ସହିଦ ହେବା ପରେ ସେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ନିୟମିତ ଭାବେ କିଛି ନା କିଛି ବୀର ଯବାନଙ୍କ ବିଷୟରେ ଟ୍ୱିଟ୍ କରୁଛନ୍ତି। ଆଜି ସେ ଟ୍ୱିଟ୍‌ରରେ ଲେଖିଛନ୍ତି,“ଆମେ ଯେତେବେଳେ ଶୋଇବାକୁ ଯାଉ, ଆମ ଯବାନମାନେ ସେତେବେଳେ ସଜାଗ ଥାଆନ୍ତି। ଆମେ ଯେତେବେଳେ ସକାଳୁ ଉଠୁ ସେତେବେଳେ ବି ସେମାନେ ସଜାଗ ଥାଆନ୍ତି। ସେମାନଙ୍କ ନିକଟରେ ଆମେ କୃତଜ୍ଞ।”

Related story