ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ସେହାୱାଗ କାହିଁକି ଟିମ୍ ଇଣ୍ଡିଆର କୋଚ୍ ହୋଇପାରିଲେ ନାହିଁ, ଏହାକୁ ନେଇ ଏବେ ମୁହଁ ଖୋଲିଛନ୍ତି ନିଜେ ସେହୱାଗ। ଅନିଲ କୁମ୍ବଲେ ଟିମ୍ ଇଣ୍ଡିଆ କୋଚ୍ ପଦରୁ ଇସ୍ତଫା ଦେବାପରେ ନୂଆ କୋଚ୍ କିଏ ହେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହାରି ମଧ୍ୟରେ ସେହୱାଗଙ୍କ ନାଁ ସବୁଠୁ ଆଗରେ ଚାଲିଥିଲା। ହେଲେ ହଠାତ୍ ସମସ୍ତଙ୍କୁ ପଛରେ ପକାଇ ରବି ଶାସ୍ତ୍ରୀ ଟିମ୍ ଇଣ୍ଡିଆର ନୂଆ କୋଚ୍ ନିଯୁକ୍ତ ହୋଇଥିଲେ।
ଏହାକୁ ନେଇ ଏବେ ମୁହଁ ଖୋଲିଛନ୍ତି ସେହୱାଗ। ସେହୱାଗଙ୍କ କହିବା କଥା ଯେ ତାଙ୍କର ବିସିସିଆଇରେ କୌଣସି ସେଟିଂ ନଥିଲା ସେଥିପାଇଁ ସେ କୋଚ୍ ହୋଇପାରିଲେ ନାହିଁ। ସେ ଏହାମଧ୍ୟ କହିଛନ୍ତି ଯେ ତାଙ୍କର ଏହି ପଦ ପାଇଁ ଇଚ୍ଛା ନଥିବା ସ୍ଥଳେ ବିସିସିଆଇର ଜଣେ ଅଧିକାରୀଙ୍କ କହିବା ଅନୁସାରେ ସେ ଏହି ପଦବୀ ପାଇଁ ଆବେଦନ କରିଥିଲେ। ଏହି ପଦବୀ ପାଇଁ ଆବେଦନ ପୂର୍ବରୁ ସେ ଅଧିନାୟକ କୋହଲି ଏବଂ ରବି ଶାସ୍ତ୍ରୀଙ୍କ ସହ ମଧ୍ୟ କଥା ହୋଇଥିଲେ। ସେତେବେଳେ ଶାସ୍ତ୍ରୀ କହିଥିଲେ ଯେ କି ସେ ଟିମ୍ ଇଣ୍ଡିଆର କୋଚ୍ ପାଇଁ ସେ ଆବେଦନ କରିବେ ନାହିଁ। ଫଳରେ ସେହୱାଗ କୋଚ୍ ପଦ ପାଇଁ ଆବେଦନ କରିଥିଲେ ବୋଲି କହିଛନ୍ତି। ଯଦି ସେ ପୂର୍ବରୁ ଜଣିଥାନ୍ତେ କି ଶାସ୍ତ୍ରୀ କୋଚ୍ ପଦ ପାଇଁ ଆବେଦନ କରୁଛନ୍ତି ତେବେ ସେହୱାଗ କେବେବି ଏହି ପଦବୀ ପାଇଁ ଆବେଦନ କରିନଥାନ୍ତେ। କାରଣ ଶାସ୍ତ୍ରୀ ଅଧିନାୟକଙ୍କ ଅତି ପ୍ରିୟ ଥିଲେ ବୋଲି ସମସ୍ତେ ଜାଣନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।