ଥାଇଲ୍ୟାଣ୍ଡ୍ ଓପନ୍: କ୍ୱାର୍ଟରରେ ୭ ଭାରତୀୟ ବକ୍ସର

ନୂଆଦିଲ୍ଲୀ: ବ୍ୟାଙ୍ଗକକରେ ଚାଲିଥିବା ଥାଇଲ୍ୟାଣ୍ଡ୍ ଓପନ୍ ଇଣ୍ଟରନ୍ୟାଶନାଲ୍ ବକ୍ସିଂ ଚାମ୍ପିଅନଶିପରେ ଭାରତର ୭ଜଣ ବକ୍ସର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଏସିଆନ୍ ଚାମ୍ପିଅନଶିପ୍ ରୌପ୍ୟ ପଦକ ବିଜେତା ଦୀପକ (୪୯ କେଜି) ଓ ଏସିଆନ୍ ଚାମ୍ପିଅନଶିପ୍ ବ୍ରୋଞ୍ଜ ପଦକ ବିଜେତା ମନିଶା ମୌନ୍ (୫୭ କେଜି) ଅନ୍ତିମ-୪ରେ ସ୍ଥାନ ହାସଲ କରିଛନ୍ତି। ଏହି ଦୁଇ ବକ୍ସରଙ୍କ ବ୍ୟତୀତ ଷ୍ଟ୍ରାଞ୍ଜା କପ୍ ସ୍ୱର୍ଣ୍ଣ ପଦକ ବିଜେତା ନିଖତ ଜରୀନ୍ (୫୧ କେଜି), ଏସିଆନ୍ ଚାମ୍ପିଅନଶିପ୍ ରୌପ୍ୟ ବିଜେତା ଆଶିଷ କୁମାର […]

boxking

boxking

Ranjit Kumar Jena
  • Published: Monday, 22 July 2019
  • Updated: 22 July 2019, 09:35 PM IST

Sports

Latest News

ନୂଆଦିଲ୍ଲୀ: ବ୍ୟାଙ୍ଗକକରେ ଚାଲିଥିବା ଥାଇଲ୍ୟାଣ୍ଡ୍ ଓପନ୍ ଇଣ୍ଟରନ୍ୟାଶନାଲ୍ ବକ୍ସିଂ ଚାମ୍ପିଅନଶିପରେ ଭାରତର ୭ଜଣ ବକ୍ସର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଏସିଆନ୍ ଚାମ୍ପିଅନଶିପ୍ ରୌପ୍ୟ ପଦକ ବିଜେତା ଦୀପକ (୪୯ କେଜି) ଓ ଏସିଆନ୍ ଚାମ୍ପିଅନଶିପ୍ ବ୍ରୋଞ୍ଜ ପଦକ ବିଜେତା ମନିଶା ମୌନ୍ (୫୭ କେଜି) ଅନ୍ତିମ-୪ରେ ସ୍ଥାନ ହାସଲ କରିଛନ୍ତି।

ଏହି ଦୁଇ ବକ୍ସରଙ୍କ ବ୍ୟତୀତ ଷ୍ଟ୍ରାଞ୍ଜା କପ୍ ସ୍ୱର୍ଣ୍ଣ ପଦକ ବିଜେତା ନିଖତ ଜରୀନ୍ (୫୧ କେଜି), ଏସିଆନ୍ ଚାମ୍ପିଅନଶିପ୍ ରୌପ୍ୟ ବିଜେତା ଆଶିଷ କୁମାର (୭୫ କେଜି), ଷ୍ଟ୍ରାଞ୍ଜା କପ୍ ରୌପ୍ୟ ବିଜେତା ମଞ୍ଜୁ ରାନୀ (୪୮ କେଜି) ଓ ଇଣ୍ଡିଆ ଓପନ୍ ରୌପ୍ୟ ବିଜେତା ବ୍ରିଜେଶ୍ ଯାଦବ (୮୧ କେଜି) ମଧ୍ୟ କ୍ୱାର୍ଟର୍ ଫାଇନାଲରେ ପହଞ୍ଚିଛନ୍ତି। ମହିଳା ୭୫ କେଜି ବର୍ଗରେ ଭାଗ୍ୟବତୀ ଆଚାରୀ ପ୍ରଥମ ରାଉଣ୍ଡ ବାଏ ପାଇ କ୍ୱାର୍ଟରରେ ପହଞ୍ଚିଛନ୍ତି।

ଦୀପକ ୫-୦ରେ ମରକ୍କୋର ସେଡ୍ ମୋର୍ତାଜିଙ୍କୁ, ଆଶିଷ କୁମାର ଘରୋଇ ଖେଳାଳି ଆଫିସିତ୍ ଖାଙ୍ଖୋକ୍ରୁଇଆଙ୍କୁ ୪-୧ରେ, ମନିଶା ୫-୦ରେ ଶ୍ରୀଲଙ୍କାର ସଜୀୱନି ଶ୍ରୀମାଲିଙ୍କୁ, ନିଖତ୍ ୫-୦ରେ ଅଷ୍ଟ୍ରେଲିଆର ତାସମିନ୍ ବେନ୍ନିଙ୍କୁ, ମଞ୍ଜୁ ଲାଓସର ଚାଣ୍ଟିଲାଥ ଦାଇମାୟୁଲିଙ୍କୁ ୫-୦ ଏବଂ ବ୍ରିଜେଶ୍ ୫-୦ରେ କ୍ରୋଏସିଆର ମାତେଜ୍ ଉରେମୋଭିକଙ୍କୁ ହରାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos