ମୋଦିଙ୍କ ବିରୋଧରେ ସବୁ ସୀମା ଟପିଲେ ପାକ୍ କ୍ରିକେଟର୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପୁଣି ବିବାଦୀୟ ବୟାନ୍ ଦେଇଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର୍ ଶାହିଦ୍ ଆଫ୍ରିଦି। ଏଥର ଏହି ବିବାଦୀୟ ପାକିସ୍ତାନ କ୍ରିକେଟର୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ଡରପୋକ୍’ ଅର୍ଥାତ୍ ‘ଭୟାଳୁ’ ବୋଲି ସମ୍ବୋଧିତ କରିଥିବା ଦେଖିବାକୁ ମିଳିଛି। ମୋଦିଙ୍କ ବ୍ୟତୀତ ଆଫ୍ରିଦି ଭାରତୀୟ ସେନାକୁ କଡ଼ା ଶବ୍ଦରେ ଗାଳିଗୁଲଜ କରିଛନ୍ତି। What @SAfridiOfficial is saying is not surprising. Pakistan was created on foundation of Hindu hatred. When […]

modi

Ranjit Kumar Jena
  • Published: Sunday, 17 May 2020
  • , Updated: 17 May 2020, 05:45 PM IST

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପୁଣି ବିବାଦୀୟ ବୟାନ୍ ଦେଇଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର୍ ଶାହିଦ୍ ଆଫ୍ରିଦି। ଏଥର ଏହି ବିବାଦୀୟ ପାକିସ୍ତାନ କ୍ରିକେଟର୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ 'ଡରପୋକ୍' ଅର୍ଥାତ୍ 'ଭୟାଳୁ' ବୋଲି ସମ୍ବୋଧିତ କରିଥିବା ଦେଖିବାକୁ ମିଳିଛି। ମୋଦିଙ୍କ ବ୍ୟତୀତ ଆଫ୍ରିଦି ଭାରତୀୟ ସେନାକୁ କଡ଼ା ଶବ୍ଦରେ ଗାଳିଗୁଲଜ କରିଛନ୍ତି।


ଭିଡିଓରେ ଆଫ୍ରିଦି କରୋନା ଭାଇରସ୍ ସମ୍ବନ୍ଧରେ କହିଥିଲେ। କିନ୍ତୁ ଏହା ପରେ ସେ ମୋଦି ଓ କଶ୍ମୀରକୁ ନେଇ ବୟାନ ଦେଇଥିଲା। ଏହି ଭିଡିଓରେ ଆଫ୍ରିଦି କହୁଛନ୍ତି, "କରୋନାଠାରୁ ବଡ଼ ରୋଗ ହେଉଛି ମୋଦିଙ୍କ ହୃଦୟ ଓ ମନ ଏବଂ ସେହି ରୋଗ ହେଉଛି ଧର୍ମର ରୋଗ। ସେ (ମୋଦି) ଏହି ରୋଗକୁ ନେଇ ରାଜନୀତି କରୁଛନ୍ତି ଏବଂ ଆମର କଶ୍ମୀର ଭାଇ-ଭଉଣୀ ଏବଂ ବଡ଼ମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ତାଙ୍କୁ ଏହାର ଜବାବ ଦେବାକୁ ପଡ଼ିବ।"


ଏହା ପରେ ଆଫ୍ରିଦି କଶ୍ମୀର ଉପରେ ନିଜର ନିୟନ୍ତ୍ରଣ ହରାଇ ବସିଥିଲେ ଏବଂ କହିଲେ, "ମୋଦି ବହୁତ ସାହସୀ ହେବାକୁ ପ୍ରୟାସ କରୁଛନ୍ତି, କିନ୍ତୁ ସେ ଜଣେ ଭୟାଳୁ ମଣିଷ। ମୋଦି କଶ୍ମୀରରେ ୭ଲକ୍ଷ ଭାରତୀୟ ସେନାକୁ ମୁତୟନ କରିଛନ୍ତି, ଯାହାକି ପୂରା ପାକିସ୍ତାନରେ ସେତିକି ସଂଖ୍ୟକ ସୈନ୍ୟ ଅଛନ୍ତି। କିନ୍ତୁ ସେ ଜାଣିନାହାନ୍ତି ଯେ ପାକିସ୍ତାନର ସେହି ୭ଲକ୍ଷ ସେନା ସହ ପୂରା ୨୨-୨୩ କୋଟିର ପାକିସ୍ତାନୀ ଅଛନ୍ତି। ଆମେ ଆମ ପାକିସ୍ତାନୀ ସେନା ସହ ସର୍ବଦା ରହିଛୁ।"


ଆଫ୍ରିଦି ପ୍ରଥମଥର ଲାଗି ମୋଦିଙ୍କ ବିରୋଧରେ ଏଭଳି ବିବାଦୀୟ ବୟାନ ଦେଇନାହାନ୍ତି। ଚଳିତ ବର୍ଷ ଫେବୃଆରୀରେ ଆଫ୍ରିଦି କହିଥିଲେ, "ଯେ ପର୍ଯ୍ୟନ୍ତ ମୋଦି କ୍ଷମତାରେ ଅଛନ୍ତି, ସେ ଯାଏ ଭାରତ-ପାକିସ୍ତାନ ସମ୍ପର୍କରେ ସୁଧାର ଆସିପାରିବ ନାହିଁ। ମୋଦିଙ୍କ ଚିନ୍ତାଧାରା ସମ୍ପୂର୍ଣ୍ଣ ନକାରାତ୍ମକ। କେବଳ ମୋଦିଙ୍କ ପାଇଁ ହିଁ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଖରାପ ହୋଇଛି। ମୋଦି କ'ଣ କରିବାକୁ ଚାହାନ୍ତି, ତାହା ମୋତେ ଜଣାନାହିଁ।"

Related story