କେଉଁ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବାକୁ ଡରୁଥିଲେ ଆଫ୍ରିଦି?

ନୂଆଦିଲ୍ଲୀ: ପାକିସ୍ତାନର ଅଭିଜ୍ଞ ଅଲରାଉଣ୍ଡର ଶାହିଦି ଆଫ୍ରିଦି ନିଜର ବିସ୍ଫୋରକ ବ୍ୟାଟିଂ ଓ ଲେଗ୍ ସ୍ପିନ୍ ପାଇଁ ଖୁବ୍ ପରିଚିତ। ତେବେ ଆଫ୍ରିଦିଙ୍କର ପସନ୍ଦର ବ୍ୟାଟ୍ସମ୍ୟାନ୍‌, ଯାହାଙ୍କ ବିରୋଧରେ ବୋଲିଂ କରିବା ତାଙ୍କ ପାଇଁ ଅଧିକ ଚ୍ୟାଲେଞ୍ଜିଂ ଥିଲା, ତା’ର ଖୁଲାସା କରିଛନ୍ତି ଏହି ପାକ୍ କ୍ରିକେଟର୍। ଆଫ୍ରିଦିଙ୍କ ମତରେ ୱେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରାଙ୍କ ଆଗରେ ବୋଲିଂ କରିବା ପାଇଁ ତାଙ୍କ ପକ୍ଷେ ସବୁଠାରୁ କଷ୍ଟକର। ଆଫ୍ରିଦି କହିଛନ୍ତି, ମୁଁ ଲାରାଙ୍କ ବିରୋଧରେ କେବେବି […]

lara

Ranjit Kumar Jena
  • Published: Sunday, 19 April 2020
  • , Updated: 19 April 2020, 08:21 PM IST

ନୂଆଦିଲ୍ଲୀ: ପାକିସ୍ତାନର ଅଭିଜ୍ଞ ଅଲରାଉଣ୍ଡର ଶାହିଦି ଆଫ୍ରିଦି ନିଜର ବିସ୍ଫୋରକ ବ୍ୟାଟିଂ ଓ ଲେଗ୍ ସ୍ପିନ୍ ପାଇଁ ଖୁବ୍ ପରିଚିତ। ତେବେ ଆଫ୍ରିଦିଙ୍କର ପସନ୍ଦର ବ୍ୟାଟ୍ସମ୍ୟାନ୍‌, ଯାହାଙ୍କ ବିରୋଧରେ ବୋଲିଂ କରିବା ତାଙ୍କ ପାଇଁ ଅଧିକ ଚ୍ୟାଲେଞ୍ଜିଂ ଥିଲା, ତା'ର ଖୁଲାସା କରିଛନ୍ତି ଏହି ପାକ୍ କ୍ରିକେଟର୍। ଆଫ୍ରିଦିଙ୍କ ମତରେ ୱେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରାଙ୍କ ଆଗରେ ବୋଲିଂ କରିବା ପାଇଁ ତାଙ୍କ ପକ୍ଷେ ସବୁଠାରୁ କଷ୍ଟକର।

ଆଫ୍ରିଦି କହିଛନ୍ତି, ମୁଁ ଲାରାଙ୍କ ବିରୋଧରେ କେବେବି ଆତ୍ମବିଶ୍ୱାସର ସହ ବୋଲିଂ କରୁନଥିଲି। ଲାରା ଜଣେ ବିଶ୍ୱସ୍ତରୀୟ ବ୍ୟାଟ୍ସମ୍ୟାନ୍। ସେ ପ୍ରତି ବୋଲରଙ୍କ ଉପରେ ଦବଦବା କାଏମ୍ ରଖୁଥିଲେ। ଏପରିକି ଶ୍ରୀଲଙ୍କାର ମହାନ ସ୍ପିନର୍ ମୁଥିଆ ମୁରଲୀଧରନଙ୍କ ବିରୋଧରେ ମଧ୍ୟ ସେ ସହଜରେ ରନ୍ ସଂଗ୍ରହ କରୁଥିଲେ। ଲାରାଙ୍କ ଫୁଟୱର୍କ ଚମତ୍କାର ଥିଲା ଏବଂ ଏହି କାରଣରୁ ସେ ସବୁ ବୋଲରଙ୍କ ବିରୋଧରେ ସର୍ବଶ୍ରେଷ୍ଠ ଥିଲେ।

ସୂଚନାଯୋଗ୍ୟ, ବ୍ୟାଟିଂ ବ୍ୟତୀତ ଆଫ୍ରିଦିଙ୍କ ବୋଲିଂ ମଧ୍ୟ ଖୁବ୍ ପ୍ରଶଂସନୀୟ। ସେ ପାକିସ୍ତାନ ପକ୍ଷରୁ ୩୯୮ ଦିନିକିଆ ଖେଳି ୩୯୫ ୱିକେଟ୍ ନିଜ ନାଁରେ କରିଛନ୍ତି। ଏହାବ୍ୟତୀତ ୧୧୭ ଷ୍ଟ୍ରାଇକରେଟରେ ୮ହଜାରରୁ ଅଧିକ ରନ୍ ମଧ୍ୟ କରିଛନ୍ତି। ସେହିପରି ଲାରା ଅନ୍ତର୍ଜାତୀୟ କ୍ରିକେଟରେ ୨୦ହଜାରରୁ ଊର୍ଦ୍ଧ୍ୱ ରନ୍ କରିଛନ୍ତି।

ଲାରାଙ୍କ ନାଁରେ ଟେଷ୍ଟରେ କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ରନ୍ କରିବାର ବିଶ୍ୱ ରେକର୍ଡ ରହିଛି। ଲାରା ୨୦୦୪ରେ ଇଂଲଣ୍ଡ ବିପକ୍ଷରେ ଅପରାଜିତ ୪୦୦ ରନ୍ କରିଥିଲେ। ଲାରା ୧୩୧ ଟେଷ୍ଟ ମ୍ୟାଚ୍ ଖେଳି ୫୨.୮୮ ହାରରେ ୧୧୯୫୩ ରନ୍ କରିଛନ୍ତି, ଯେଉଁଥିରେ ୩୪ ଶତକ ଓ ୪୮ ଅର୍ଦ୍ଧଶତକ ସାମିଲ୍ ଅଛି। ସେହିପରି ସେ ୨୯୯ ଦିନିକିଆରେ ୧୯ ଶତକ ଓ ୬୩ ଅର୍ଦ୍ଧଶତକ ସହ ୧୦୪୦୫ ରନ୍ କରିଛନ୍ତି।

Related story