ଅଲରାଉଣ୍ଡର ଭାବେ ଦିନିକିଆରେ ଏହି ରେକର୍ଡ କଲେ ସାକିବ୍

ଲଣ୍ଡନ: ବାଂଲାଦେଶ ଅଲରାଉଣ୍ଡର ସାକିବ୍ ଅଲ୍ ହାସନ୍ ଦିନିକିଆ କ୍ରିକେଟରେ ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ସେ ଦିନିକିଆ କ୍ରିକେଟରେ ଦ୍ରୁତ ୫ହଜାର ରନ୍ ଓ ୨୫୦ ୱିକେଟ୍ ହାସଲକାରୀ ଅଲରାଉଣ୍ଡର ହୋଇଛନ୍ତି। ରବିବାର କେନିଙ୍ଗଟନ୍ ଓଭାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ସାକିବ୍ ଉଭୟ ବ୍ୟାଟ୍ ଓ ବଲରେ କମାଲ୍ କରିଥିଲେ। ଏହି ମ୍ୟାଚରେ ସେ ଦକ୍ଷିଣ ଆଫ୍ରିକା ଟିମ୍ ଓପ୍ନର ଆଇଡେନ୍ ମର୍କରାମଙ୍କୁ କ୍ଲିନ୍ ବୋଲ୍ଡ କରି ଦିନିକିଆରେ ୨୫୦ ୱିକେଟ୍ ପୂରଣ କରିଥିଲେ। […]

sakib

Hemant Lenka
  • Published: Monday, 03 June 2019
  • , Updated: 03 June 2019, 07:15 PM IST

ଲଣ୍ଡନ: ବାଂଲାଦେଶ ଅଲରାଉଣ୍ଡର ସାକିବ୍ ଅଲ୍ ହାସନ୍ ଦିନିକିଆ କ୍ରିକେଟରେ ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ସେ ଦିନିକିଆ କ୍ରିକେଟରେ ଦ୍ରୁତ ୫ହଜାର ରନ୍ ଓ ୨୫୦ ୱିକେଟ୍ ହାସଲକାରୀ ଅଲରାଉଣ୍ଡର ହୋଇଛନ୍ତି।

ରବିବାର କେନିଙ୍ଗଟନ୍ ଓଭାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ସାକିବ୍ ଉଭୟ ବ୍ୟାଟ୍ ଓ ବଲରେ କମାଲ୍ କରିଥିଲେ। ଏହି ମ୍ୟାଚରେ ସେ ଦକ୍ଷିଣ ଆଫ୍ରିକା ଟିମ୍ ଓପ୍ନର ଆଇଡେନ୍ ମର୍କରାମଙ୍କୁ କ୍ଲିନ୍ ବୋଲ୍ଡ କରି ଦିନିକିଆରେ ୨୫୦ ୱିକେଟ୍ ପୂରଣ କରିଥିଲେ। ବିଶ୍ୱର ଏହି ଏକ ନମ୍ବର ଅଲରାଉଣ୍ଡର ଦିନିକିଆରେ ୧୯୯ ମ୍ୟାଚ୍ ଖେଳି ୫୭୧୭ ରନ୍ କରିଛନ୍ତି।

ସାକିବଙ୍କ ପୂର୍ବରୁ ପାକିସ୍ତାନର ଅବଦୁଲ ରଜାକ୍ (୨୫୮ ମ୍ୟାଚ), ଶାହିଦି ଆଫ୍ରିଦି (୨୭୩ ମ୍ୟାଚ୍), ଦକ୍ଷିଣ ଆଫ୍ରିକାର ଜ୍ୟାକ୍ କାଲିସ୍ (୨୯୬ ମ୍ୟାଚ୍), ସନତ ଜୟସୁରିୟା (୩୦୪ ମ୍ୟାଚ୍) ୫୦ ଓଭର କ୍ରିକେଟରେ ଏହି ମାଇଲଖୁଣ୍ଟ ହାସଲ କରିସାରିଛନ୍ତି।

Related story