'ସାକିବ ୨୦୨୩ ବିଶ୍ୱକପରେ ବାଂଲାଦେଶର ନେତୃତ୍ୱ ନେବେ'

ଢ଼ାକା: ଆଇସିସି ଦ୍ୱାରା ଦୁଇବର୍ଷ ବାସନ୍ଦ ହୋଇଥିବା ବାଂଲାଦେଶ ଟିମର ଅଲରାଉଣ୍ଡର ସାକିବ୍ ଅଲ୍ ହାସନଙ୍କୁ ଦିନିକିଆ ଟିମ୍ କ୍ୟାପଟେନ୍ ମାସରଫି ମୋର୍ତାଜା ସମର୍ଥନ କରିଛନ୍ତି। ମୋର୍ତାଜା କହିଛନ୍ତି, ସାକିବଙ୍କ ଭଳି ମୋତେ ମଧ୍ୟ ରାତିରେ ନିଦ ହେବ ନାହିଁ। କିନ୍ତୁ ମୋର ବିଶ୍ୱାସ ଯେ ଏହି ଷ୍ଟାର୍ ଅଲରାଉଣ୍ଡର ଜଣକ ୨୦୨୩ ବିଶ୍ୱକପରେ ବାଂଲାଦେଶ ଟିମର ନେତୃତ୍ୱ ନେବେ। ବାସନ୍ଦ ଯୋଗୁ ସାକିବ୍ ଆସନ୍ତାମାସରେ ଭାରତ ଗସ୍ତ କରିବେ ନାହିଁ। ମୋର୍ତାଜା ନିଜ ଟ୍ୱିଟର୍ ହ୍ୟାଣ୍ଡଲରେ […]

mortaza

Ranjit Kumar Jena
  • Published: Wednesday, 30 October 2019
  • , Updated: 30 October 2019, 06:28 PM IST

ଢ଼ାକା: ଆଇସିସି ଦ୍ୱାରା ଦୁଇବର୍ଷ ବାସନ୍ଦ ହୋଇଥିବା ବାଂଲାଦେଶ ଟିମର ଅଲରାଉଣ୍ଡର ସାକିବ୍ ଅଲ୍ ହାସନଙ୍କୁ ଦିନିକିଆ ଟିମ୍ କ୍ୟାପଟେନ୍ ମାସରଫି ମୋର୍ତାଜା ସମର୍ଥନ କରିଛନ୍ତି। ମୋର୍ତାଜା କହିଛନ୍ତି, ସାକିବଙ୍କ ଭଳି ମୋତେ ମଧ୍ୟ ରାତିରେ ନିଦ ହେବ ନାହିଁ। କିନ୍ତୁ ମୋର ବିଶ୍ୱାସ ଯେ ଏହି ଷ୍ଟାର୍ ଅଲରାଉଣ୍ଡର ଜଣକ ୨୦୨୩ ବିଶ୍ୱକପରେ ବାଂଲାଦେଶ ଟିମର ନେତୃତ୍ୱ ନେବେ। ବାସନ୍ଦ ଯୋଗୁ ସାକିବ୍ ଆସନ୍ତାମାସରେ ଭାରତ ଗସ୍ତ କରିବେ ନାହିଁ।

ମୋର୍ତାଜା ନିଜ ଟ୍ୱିଟର୍ ହ୍ୟାଣ୍ଡଲରେ ଉଲ୍ଲେଖ କରିଛନ୍ତି ଯେ, "ସାକିବଙ୍କ ସହ ମୁଁ ୧୩ ବର୍ଷ ଧରି କ୍ରିକେଟ୍ ଖେଳିଛି। ଏହି କାରଣରୁ ହୁଏତ ମୋତେ କିଛି ରାତିରେ ଠିକ୍ ଭାବେ ନିଦ ହେବ ନାହିଁ। କିନ୍ତୁ ଗୋଟିଏ କଥା ଭାବିକି ନିଦରେ ଶୋଇପାରିବି ଯେ ସେ (ସାକିବ) ୨୦୨୩ ବିଶ୍ୱକପରେ ଟିମର ନେତୃତ୍ୱ ନେବେ, କାରଣ ତାଙ୍କ ନାଁ ହେଉଛି ସାକିବ୍ ଅଲ୍ ହାସନ୍।"

ପୂର୍ବତନ କ୍ୟାପଟେନ୍ ମୁଶଫିକର ରହିମ୍ ମଧ୍ୟ ନିଜ ସାଥୀ ଖେଳାଳିଙ୍କ ସପକ୍ଷରେ ବାହାରିଛନ୍ତ। ରହିମ୍ କହିଛନ୍ତି, "ସାକିବଙ୍କ ବିନା ମଇଦାନକୁ ଓହ୍ଲାଇବା କଥା ଭାବୁ ପାରୁନି। ଏଭଳି ସ୍ଥିତିରେ କ'ଣ କହିବା ଦରକାର ମୁଁ ଜାଣିନି। ମୋତେ ଏବେବି ବିଶ୍ୱାସ ହେଉନି ଯେ ଆମକୁ ତାଙ୍କ ବିନା ଖେଳିବାକୁ ପଡ଼ିବ। କିନ୍ତୁ ଗୋଟେ କଥା ଭଲଭାବେ ଜାଣିଛି ଯେ ସାକିବ୍ ଦମଦାର ପ୍ରତ୍ୟାବର୍ତ୍ତନ କରିବେ ଏବଂ ଆମେ ସେହି ଦିନକୁ ଅପେକ୍ଷା କରିଛୁ। ଆମେ ସାକିବଙ୍କ ସହ ଅଛୁ।"

Related story