ଗୁରତର ଭାବେ ହସ୍ପିଟାଲରେ ଭର୍ତ୍ତି ହେଲେ ଶ୍ରୀଲଙ୍କାର ଫାଷ୍ଟ ବୋଲର ଶାମିନ୍ଦା ଏରଙ୍ଗା

କଲୋମ୍ବୋ: ଶ୍ରୀଲଙ୍କାର ଫାଷ୍ଟ ବୋଲର ଶାମିନ୍ଦା ଏରଙ୍ଗା ହୃଦ ଜନିତ କାରଣରୁ ଲଂଲଣ୍ଡର ଏକ ହସ୍ପିଟାଲରେ ଆଜି ଭର୍ତ୍ତି ହୋଇଛନ୍ତି। ଏନେଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଆଉ ଦିନ ଦିନ ପରେ ଶ୍ରୀଲଙ୍କା-ଇଂଲଣ୍ଡ ମଧ୍ୟରେ ନଟିଂହାମ୍‌ରେ ଦିନିକିଆ ମ୍ୟାଚ୍‌ ଆରମ୍ଭ ହେବାକୁ ଥିବା ବେଳେ ସେ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଅନୁପସ୍ଥିତି ଦଳପାଇଁ ମହଙ୍ଗା ସାବ୍ୟସ୍ଥ ହେବା ଆଶଙ୍କା କରାଯାଉଛି। ତାଙ୍କ ବଦଳରେ ଧମିକା ପ୍ରସାଦ ଓ ଡି. […]

shaminda eranga

Rakesh Mallick
  • Published: Sunday, 19 June 2016
  • , Updated: 19 June 2016, 06:09 PM IST

କଲୋମ୍ବୋ: ଶ୍ରୀଲଙ୍କାର ଫାଷ୍ଟ ବୋଲର ଶାମିନ୍ଦା ଏରଙ୍ଗା ହୃଦ ଜନିତ କାରଣରୁ ଲଂଲଣ୍ଡର ଏକ ହସ୍ପିଟାଲରେ ଆଜି ଭର୍ତ୍ତି ହୋଇଛନ୍ତି। ଏନେଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଆଉ ଦିନ ଦିନ ପରେ ଶ୍ରୀଲଙ୍କା-ଇଂଲଣ୍ଡ ମଧ୍ୟରେ ନଟିଂହାମ୍‌ରେ ଦିନିକିଆ ମ୍ୟାଚ୍‌ ଆରମ୍ଭ ହେବାକୁ ଥିବା ବେଳେ ସେ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ତାଙ୍କ ଅନୁପସ୍ଥିତି ଦଳପାଇଁ ମହଙ୍ଗା ସାବ୍ୟସ୍ଥ ହେବା ଆଶଙ୍କା କରାଯାଉଛି। ତାଙ୍କ ବଦଳରେ ଧମିକା ପ୍ରସାଦ ଓ ଡି. ଚାମେରାଙ୍କ ମଧ୍ୟରୁ ଜଣଙ୍କୁ ଦଳରେ ସାମିଲ କରାଯିବା ଚର୍ଚ୍ଚା ହେଉଛି।

ଏରଙ୍ଗା ତାଙ୍କର ତ୍ରୁଟିପୂର୍ଣ୍ଣ ବୋଲିଂ ଆକ୍ସନ ପାଇଁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଚର୍ଚ୍ଚାକୁ ଆସିଥିଲେ। ସୋମବାର ଇଂଲଣ୍ଡରେ ତାଙ୍କର ବୋଲିଂ ଟେଷ୍ଟ କରାଯାଇଥାନ୍ତା।

Related story