ଅନୱରଙ୍କ ପରେ ଇଂଲଣ୍ଡରେ ଶାନ ମାସୁଦ କଲେ ଏହି ରେକର୍ଡ

ମାଞ୍ଚେଷ୍ଟର: ବୁଧବାର ଠାରୁ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଛି ଟେଷ୍ଟ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ସମସ୍ତଙ୍କ ନଜର ବାବର ଆଜମଙ୍କ ଉପରେ ଥିବା ବେଳେ ପାକିସ୍ତାନ ଓପନର ଶାନ ମାସୁଦ ହିରୋ ବନି ଯାଇଛନ୍ତି। ମାସୁଦ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ନିଜ ଟେଷ୍ଟ କ୍ୟାରିୟର ୪ର୍ଥ ଓ କ୍ରମାଗତ ୩ୟ ଶତକ ହାସଲ କରି ରେକର୍ଡ କରିଛନ୍ତି। ମାସୁଦ ପାକିସ୍ତାନର ଦ୍ୱିତୀୟ ଓପନର ଯିଏ ମୁଦାସର ନାସିର(୧୯୮୩)ଙ୍କ ପରେ ଟେଷ୍ଟ […]

uys

Hemant Lenka
  • Published: Thursday, 06 August 2020
  • , Updated: 06 August 2020, 08:33 PM IST

ମାଞ୍ଚେଷ୍ଟର: ବୁଧବାର ଠାରୁ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଛି ଟେଷ୍ଟ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ସମସ୍ତଙ୍କ ନଜର ବାବର ଆଜମଙ୍କ ଉପରେ ଥିବା ବେଳେ ପାକିସ୍ତାନ ଓପନର ଶାନ ମାସୁଦ ହିରୋ ବନି ଯାଇଛନ୍ତି। ମାସୁଦ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ନିଜ ଟେଷ୍ଟ କ୍ୟାରିୟର ୪ର୍ଥ ଓ କ୍ରମାଗତ ୩ୟ ଶତକ ହାସଲ କରି ରେକର୍ଡ କରିଛନ୍ତି।

ମାସୁଦ ପାକିସ୍ତାନର ଦ୍ୱିତୀୟ ଓପନର ଯିଏ ମୁଦାସର ନାସିର(୧୯୮୩)ଙ୍କ ପରେ ଟେଷ୍ଟ ମ୍ୟାଚ୍‌ରେ କ୍ରମାଗତ ୩ଟି ଶତକ ହାସଲ କରିଛନ୍ତି। ସେହିପରି ମାସୁଦ ୨୪ ବର୍ଷ ପରେ ପାକିସ୍ତାନର ଓପନର ଭାବେ ଇଂଲଣ୍ଡରେ ଶତକ ହାସଲ କରିବାର ରେକର୍ଡ କରିଛନ୍ତି।

ଶେଷଥର ସୟିଦ ଅନୱର(୧୭୬) ୧୯୯୬ରେ ଓଭାଲ ମ୍ୟାଚ୍‌ରେ ପାକିସ୍ତାନ ପାଇଁ ଓପନର ଭାବେ ଶତକ ହାସଲ କରିଥିଲେ।

ମାସୁଦଙ୍କ ଶତକ ବଳରେ ପାକିସ୍ତାନ ୮ ୱିକେଟ ହରାଇ ୩୧୧ ରନ୍‌ କରିଛି। ମାସୁଦ ୩୧୧ଟି ବଲରେ ୧୫୦ ରନ୍‌ କରି ଅପରାଜିତ ରହିଛନ୍ତି। ତାଙ୍କ ସହ ଶାହୀନ ଆଫ୍ରିଦି ୧ ରନ୍‌ କରି କ୍ରିଜରେ ରହିଛନ୍ତି।

Related story