Advertisment

ନିଜ ବହିରେ ଷ୍ଟିଭ୍ ୱା'ଙ୍କୁ 'ଚରମ ସ୍ୱାର୍ଥପର ଖେଳାଳି' କହିଲେ ୱାର୍ଣ୍ଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ପୁଣି ଷ୍ଟିଭ୍‌ ୱା’ଙ୍କ ବିରୋଧରେ ବର୍ଷିଛନ୍ତି ଶେନ୍‌ ୱାର୍ଣ୍ଣ। ନିଜ ଲିଖିତ ବହିରେ ଅଷ୍ଟ୍ରେଲୀୟ ସ୍ପିନ୍‌ ମହାରଥୀ ୱାର୍ଣ୍ଣ, ପୂର୍ବତନ ‘କଙ୍ଗାରୁ ଟିମ୍‌’ ଅଧିନାୟକ ତଥା ସାଥି ଖେଳାଳି ଷ୍ଟିଭ୍‌ ୱା’ଙ୍କୁ ଜଣେ ‘ଚରମ ସ୍ୱାର୍ଥପର ଖେଳାଳି’ ବୋଲି ଉଲ୍ଲେଖ କରିଛନ୍ତି। ୱାର୍ଣ୍ଣ ଲେଖିଛନ୍ତି, “ମୁଁ ଖେଳିଥିବା ସାଥି ଖେଳାଳିଙ୍କ ମଧ୍ୟରେ ଷ୍ଟିଭ୍‌ ଥିଲେ ଜଣେ ଅତି ସ୍ୱାର୍ଥପର ଖେଳାଳି, ଯିଏ କେବଳ ନିଜ ବ୍ୟାଟିଂ ଆଭ୍‌ରେଜ୍‌ ୫୦ କେମିତି ରହିବ, ସେହି ଚିନ୍ତାରେ ବ୍ୟସ୍ତ ଥିଲେ।” […]

ନିଜ ବହିରେ ଷ୍ଟିଭ୍ ୱା'ଙ୍କୁ 'ଚରମ ସ୍ୱାର୍ଥପର ଖେଳାଳି' କହିଲେ ୱାର୍ଣ୍ଣ

cricket

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ପୁଣି ଷ୍ଟିଭ୍‌ ୱା'ଙ୍କ ବିରୋଧରେ ବର୍ଷିଛନ୍ତି ଶେନ୍‌ ୱାର୍ଣ୍ଣ। ନିଜ ଲିଖିତ ବହିରେ ଅଷ୍ଟ୍ରେଲୀୟ ସ୍ପିନ୍‌ ମହାରଥୀ ୱାର୍ଣ୍ଣ, ପୂର୍ବତନ 'କଙ୍ଗାରୁ ଟିମ୍‌' ଅଧିନାୟକ ତଥା ସାଥି ଖେଳାଳି ଷ୍ଟିଭ୍‌ ୱା'ଙ୍କୁ ଜଣେ 'ଚରମ ସ୍ୱାର୍ଥପର ଖେଳାଳି' ବୋଲି ଉଲ୍ଲେଖ କରିଛନ୍ତି। ୱାର୍ଣ୍ଣ ଲେଖିଛନ୍ତି, "ମୁଁ ଖେଳିଥିବା ସାଥି ଖେଳାଳିଙ୍କ ମଧ୍ୟରେ ଷ୍ଟିଭ୍‌ ଥିଲେ ଜଣେ ଅତି ସ୍ୱାର୍ଥପର ଖେଳାଳି, ଯିଏ କେବଳ ନିଜ ବ୍ୟାଟିଂ ଆଭ୍‌ରେଜ୍‌ ୫୦ କେମିତି ରହିବ, ସେହି ଚିନ୍ତାରେ ବ୍ୟସ୍ତ ଥିଲେ।"

Advertisment

୧୯୯୯ ମସିହା ୱେଷ୍ଟ୍‌ଇଣ୍ଡିଜ୍‌ ଗସ୍ତର ଚତୁର୍ଥ ଟେଷ୍ଟ୍‌ରେ ଷ୍ଟିଭ୍‌ ୱା'ଙ୍କ ଜିଦ୍‌ ଯୋଗୁ ଚୂଡ଼ାନ୍ତ ଏକାଦଶରୁ ତାଙ୍କୁ ବାଦ୍‌ ଦିଆଯାଇଥିଲା ଏବଂ ଏହାକୁ ନେଇ ସେ ଖୁବ୍‌ ଭାଙ୍ଗି ପଡ଼ିଥିଲେ ବୋଲି ୱାର୍ଣ୍ଣ ତାଙ୍କ ବହିରେ  ଲେଖିଛନ୍ତି।

ପଡ଼ିଆ ଭିତରେ ୱା'ଙ୍କ ସହ ପୁରୁଣା ବିବାଦ କଥା କହିବାକୁ ଯାଇ ୱାର୍ଣ୍ଣ ଲେଖିଛନ୍ତି ଯେ ୧୯୯୯ ସମିହା ୱେଷ୍ଟ୍‌ଇଣ୍ଡିଜ୍‌ ଗସ୍ତ ପୂର୍ବରୁ ଷ୍ଟିଭ୍‌ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ ଏବଂ ତାଙ୍କୁ ଉପଅଧିନାୟକ ଦାୟିତ୍ୱ ମିଳିଥିଲା। ପ୍ରଥମ ଟେଷ୍ଟ୍‌ରେ କଙ୍ଗାରୁ ଦଳ ୱେଷ୍ଟ୍‌ଇଣ୍ଡିଜ୍‌କୁ ପ୍ରଥମ ଇନିଂସ୍‌ରେ ମାତ୍ର ୫୧ ରନ୍‌ରେ ଅଲ୍‌ଆଉଟ୍‌ କରିଦେବା ସହ ଏହି ମ୍ୟାଚ୍‌କୁ ୩୧୨ ରନ୍‌ର ବୃହତ୍‌ ବ୍ୟବଧାନରେ ଜିତି ନେଇଥିଲା। ତେବେ ଦ୍ୱିତୀୟ ଓ ତୃତୀୟ ଟେଷ୍ଟ୍‌ରେ ବ୍ରାୟାନ୍‌ ଲାରାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଘରୋଇ ଦଳ ୱିନିଂ ଟ୍ରାକ୍‌କୁ ଫେରି ସିରିଜ୍‌ରେ ୨-୧ରେ ଆଗୁଆ ରହିଥିଲା। ଲାରା ଦ୍ୱିତୀୟ ଟେଷ୍ଟ୍‌ରେ ୨୧୩ ଏବଂ ତୃତୀୟରେ ଅପରାଜିତ ୧୫୩ ରନ୍‌ର ଦୁଇଟି ଆକର୍ଷଣୀୟ ଇନିଂସ୍‌ ଖେଳିଥିଲେ।

Advertisment

ଏହି ତିନିଟି ଯାକ ଟେଷ୍ଟ୍‌ରେ ନିଜ ବୌଲିଂ ପ୍ରଦର୍ଶନ ନିହାତି ନିମ୍ନମାନର ଥିଲା ବୋଲି ୱାର୍ଣ୍ଣ ଲେଖିଛନ୍ତି। ୩ଟି ମ୍ୟାଚ୍‌ରେ ୱିକେଟ୍‌ ପିଛା ୧୩୪ ରନ୍‌ ହାରରେ ସେ ମାତ୍ର ଦୁଇଟି ୱିକେଟ୍ ହାସଲ କରିଥିଲେ।

[caption id="attachment_282537" align="aligncenter" width="1071"]cricket photo credit-The Himalayan Times[/caption]

ଆଣ୍ଟିଗୁଆରେ ହେବାକୁ ଚତୁର୍ଥ ଟେଷ୍ଟ୍‌ ପାଇଁ ଠିକଣା ଲୟରେ ନଥିବାରୁ ୱାର୍ଣ୍ଣଙ୍କୁ ଚୂଡ଼ାନ୍ତ ଏକାଦଶରେ ନେବାକୁ ଅଧିନାୟକ ୱା' ଚାହୁଁ ନଥିଲେ। କୋଚ୍‌ ଜେଫ୍‌ ମାର୍ଶଙ୍କ ଉପସ୍ଥିତିରେ ଅନୁଷ୍ଠିତ ଦଳୀୟ ବୈଠକରେ 'ଟୁଗ୍‌ଗା'(ଷ୍ଟିଭ୍‌ ୱା') ତାଙ୍କୁ ସିଧାସଳଖ ଏହି କଥା କହିଥିଲେ ବୋଲି ୱାର୍ଣ୍ଣ ଲେଖିଛନ୍ତି।

କାନ୍ଧ ସର୍ଜରୀରୁ ଫେରିଥିବାରୁ ତାଙ୍କ ପାଇଁ ଥିବା କିଛି ସମସ୍ୟା ଏବେ ଦୂର ହୋଇଯାଇଛି ଏବଂ ସେ ଗତ ତିନିଟି ଟେଷ୍ଟରେ 'ୱିକେଟ୍‌ ମରୁଡ଼ି'କୁ ନେଇ ବ୍ୟସ୍ତ ନୁହନ୍ତି ବୋଲି ଦଳୀୟ ମିଟିଂରେ ୱା'ଙ୍କୁ ୱାର୍ଣ୍ଣ କହିଥିଲେ। ଏହି କଥାରେ କୋଚ୍ ମାର୍ଶ ମଧ୍ୟ ତାଙ୍କ ସହ ଏକମତ ଥିଲେ ଏବଂ ପର ମ୍ୟାଚ୍‌ରେ ତାଙ୍କ ଠାରୁ ଉନ୍ନତ ପ୍ରଦର୍ଶନ ଆଶା କରିଥିବା ୱାର୍ଣ୍ଣ ଲେଖିଛନ୍ତି। ଆଣ୍ଟିଗୁଆରେ ଘରୋଇ ଦଳ ବିପକ୍ଷ ସିରିଜ୍‌ର ନିର୍ଣ୍ଣାୟକ ଟେଷ୍ଟ୍‌ ମ୍ୟାଚ୍‌ ପାଇଁ ଚୂଡ଼ାନ୍ତ ଏକାଦଶ ସମ୍ପର୍କରେ ଶେଷ ନିଷ୍ପତ୍ତି ନେବା ପୂର୍ବରୁ ସେଠାରେ ଥିବା ପୂର୍ବତନ ଅଧିନାୟକ ଆଲାନ୍‌ ବର୍ଡରଙ୍କ ପରାମର୍ଶ ଲୋଡ଼ା ଯାଇଥିଲା। ବର୍ଡର ମଧ୍ୟ ଖରାପ ସମୟରେ ୱାର୍ଣ୍ଣଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଏପରିକି ଅଷ୍ଟ୍ରେଲିଆ କ୍ରିକେଟ୍‌ ପାଇଁ ୱାର୍ଣ୍ଣଙ୍କ ଅବଦାନକୁ ମନରେ ରଖି ତାଙ୍କ ଖରାପ ସମୟରେ ଆମେ ତାଙ୍କୁ ସମର୍ଥନ କରିବା ଜରୁରୀ ବୋଲି ବର୍ଡର, ଅଧିନାୟକ ୱା'ଙ୍କୁ କହିଥିଲେ ବୋଲି ୱାର୍ଣ୍ଣ ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି।

ତେବେ ଦୁଇ ଲିଜେଣ୍ଡ୍‌, କୋଚ୍‌ ମାର୍ଶ ଓ ମନୋନୟକାରୀ ବର୍ଡର୍‌ଙ୍କ ପରାମର୍ଶ ସତ୍ତ୍ୱେ ଷ୍ଟିଭ୍‌ ୱା' ଆଣ୍ଟିଗୁଆ ଟେଷ୍ଟ୍‌ ପାଇଁ ଚୂଡ଼ାନ୍ତ ଏକାଦଶରୁ ଶେନ୍ ୱାର୍ଣ୍ଣଙ୍କୁ ବାଦ୍‌ ଦେଇଥିଲେ ଏବଂ ତାହା ସେତେବଳେ ତାଙ୍କୁ ଗଭୀର ଆଘାତ ଦେଇଥିଲା ବୋଲି ୱାର୍ଣ୍ଣ ଲେଖିଛନ୍ତି।

ଷ୍ଟିଭ୍ ୱା'ଙ୍କ ଏପରି ଆଚରଣକୁ 'ଈର୍ଷାପରାୟଣତା' ବୋଲି ୱାର୍ଣ୍ଣ ତାଙ୍କ ବହିରେ କହିଛନ୍ତି।

ୱାର୍ଣ୍ଣଙ୍କ ବିନା ଅଷ୍ଟ୍ରେଲିଆ କିନ୍ତୁ ନିର୍ଣ୍ଣାୟକ ଟେଷ୍ଟ୍‌ ମ୍ୟାଚ୍‌ରେ ଇଣ୍ଡିଜ୍‌କୁ ପରାସ୍ତ କରି ସିରିଜ୍‌କୁ ୨-୨ରେ ବରାବର୍ ରଖିଥିଲା।

ତେବେ ସେତେବେଳର ପଡ଼ିଆ ଭିତରର ଏହି ତିକ୍ତତାକୁ ଭୁଲି ପରେ ଉଭୟ ୱାର୍ଣ୍ଣ ଓ ଷ୍ଟିଭ୍ ପରସ୍ପରର ଭଲ ବନ୍ଧୁ ହୋଇଥିଲେ ଏବଂ ୧୯୯୯ ମସିହା ୱାର୍ଲଡ୍‌ କପ୍‌ ଜିତିବାରେ ଏହି ଦୁଇ ମହାରଥୀ ଅଷ୍ଟ୍ରଲିଆ ପାଇଁ ପ୍ରମୁଖ ଭୂମିକା ନିଭାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe