ଭୁବିଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁର ସାମିଲ୍‌

ଚେନ୍ନାଇ: ଭାରତର ଅଭିଜ୍ଞ ପେସ୍ ବୋଲର ଭୁବନେଶ୍ୱର କୁମାର ଆହତ କାରଣରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ମୁମ୍ବାଇର ପେସ୍ ବୋଲର ଶାର୍ଦ୍ଦୁଲ ଠାକୁରଙ୍କୁ ଟିମରେ ସ୍ଥାନ ମିଳିଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଟ୍ୱିଟ୍ କରି ଶନିବାର ଏହାର ସୂଚନା ଦେଇଛି। ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, “ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ରେ ଭୁବନେଶ୍ୱର ନିଜ ଡାହାଣ ତଳିପେଟରେ ଯନ୍ତ୍ରଣା […]

thakur

Ranjit Kumar Jena
  • Published: Saturday, 14 December 2019
  • , Updated: 14 December 2019, 08:57 PM IST

ଚେନ୍ନାଇ: ଭାରତର ଅଭିଜ୍ଞ ପେସ୍ ବୋଲର ଭୁବନେଶ୍ୱର କୁମାର ଆହତ କାରଣରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ମୁମ୍ବାଇର ପେସ୍ ବୋଲର ଶାର୍ଦ୍ଦୁଲ ଠାକୁରଙ୍କୁ ଟିମରେ ସ୍ଥାନ ମିଳିଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଟ୍ୱିଟ୍ କରି ଶନିବାର ଏହାର ସୂଚନା ଦେଇଛି।

ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, "ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ରେ ଭୁବନେଶ୍ୱର ନିଜ ଡାହାଣ ତଳିପେଟରେ ଯନ୍ତ୍ରଣା ହେବା ନେଇ କହିଥିଲେ। ଏହା ପରେ ବିସିସିଆଇର ମେଡିକାଲ୍ ଟିମ୍ ତାଙ୍କର ଅଲଟ୍ରାସାଉଣ୍ଡ୍ ସ୍କାନ୍ କରିଥିଲା, ଯେଉଁଥିରେ ଜଣାପଡ଼ିଛି ଯେ ଭୁବିଙ୍କ ହାର୍ନିଆ ଲକ୍ଷଣ ପୁଣିଥରେ ବାହାରିଛି। ବର୍ତ୍ତମାନ ଏ ସମ୍ବନ୍ଧରେ ବିଶେଷଜ୍ଞଙ୍କ ମତାମତ ନିଆଯିବ ଏବଂ ଶୀଘ୍ର ଏହା ଉପରେ କୌଣସି ନିଷ୍ପତ୍ତି ନିଆଯିବ।"

ଭୁବିଙ୍କ ସ୍ଥାନରେ ଦିନିକିଆ ସ୍କ୍ୱାଡରେ ସାମିଲ୍ ହୋଇଥିବା ଶାର୍ଦ୍ଦୁଲ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ଟିମ୍ ସହ ଥିଲେ ଏବଂ ଗୁରୁବାର ପର୍ଯ୍ୟନ୍ତ ବରୋଦା ବିପକ୍ଷ ରଣଜୀ ମ୍ୟାଚରେ ମୁମ୍ବାଇ ଟିମର ପ୍ରତିନିଧିତ୍ୱ କରିଥିଲେ। ସୂଚନାଯୋଗ୍ୟ, ଶାର୍ଦ୍ଦୁଲ ଭାରତ ପକ୍ଷରୁ ୫ ଦିନିକିଆ ମ୍ୟାଚ୍ ଖେଳି ୬ ୱିକେଟ୍ ନେଇଛନ୍ତି। ଶାର୍ଦ୍ଦୁଲ ନିଜର ଶେଷ ଦିନିକିଆ ସେପ୍ଟେମ୍ବର ୧୮, ୨୦୧୮ରେ ହଂକଂ ବିପକ୍ଷରେ ଖେଳିଥିଲେ।

Related story