ଜାମାଇକା: ୱେଷ୍ଟଇଣ୍ଡିଜ୍ ପେସ୍ ବୋଲର ଶେଲଡନ୍ କଟ୍ଟରେଲ୍ ଡିଫେଣ୍ଡିଂ ୱାର୍ଲ୍ଡ ଚାମ୍ପିୟନ୍ ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ଟିମ୍ ସହ ଏକ ସେନା ଶିବିରରେ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ଭାରତୀୟ ଦୃଷ୍ଟିହୀନ ଟିମକୁ ଭୂୟସୀ ପ୍ରଶଂସା କରିଛନ୍ତି। ଭାରତୀୟ ଦୃଷ୍ଟିହୀନ ଟିମର ଏହା ପ୍ରଥମ ଜାମାଇକା ଗସ୍ତ। ଏହି ଗସ୍ତରେ ଭାରତ ତିନୋଟି ଦିନିକିଆ ଓ ଦୁଇଟି ଟି-୨୦ ମ୍ୟାଚ୍ ଖେଳିବ।
The Indian Blind Cricket team have made an historic visit to Jamaica - I met them at my work place - my army base Up Camp Park. #salute to these men and their achievements pic.twitter.com/lCCgzgPhqt
— Sheldon Cotterell (@SaluteCotterell) July 23, 2019
କଟ୍ଟରେଲ୍ ଭାରତୀୟ ଦୃଷ୍ଟିହୀନ ଖେଳାଳିଙ୍କ ସହ ଏକ ଫଟୋ ପୋଷ୍ଟ କରି ନିଜର ଚିରାଚରିତ ସେଲିବ୍ରେସନ୍ ଷ୍ଟାଇଲରେ ସାଲ୍ୟୁଟ୍ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ଟିମର ଐତିହାସିକ ଜାମାଇକା ଗସ୍ତରେ ଅଛନ୍ତି। ମୁଁ ସେନା ଶିବିରରେ ସେମାନଙ୍କ ସହ ସାକ୍ଷାତ କରିଛି। ଏହି ଖେଳାଳି ଏବଂ ସେମାନଙ୍କର ଉପଲବ୍ଧି ପାଇଁ ମୁଁ ସାଲ୍ୟୁଟ୍ ଜଣାଉଛି।
ସୂଚନାଯୋଗ୍ୟ, ଜାମାଇକା ଗସ୍ତରେ ଭାରତୀୟ ଟିମ୍ ପ୍ରଥମ ଦୁଇଟି ମ୍ୟାଚରେ ବିଜୟୀ ହୋଇ ସିରିଜ୍ ଆଗୁଆ ଜିତି ନେଇଛି। ଭାରତୀୟ ଦଳରେ ଦୁଇଜଣ ଓଡ଼ିଶା ଖେଳାଳି ଅଛନ୍ତି। ସେମାନେ ହେଲେ ମହମ୍ମଦ ଜାଫର ଇକବାଲ୍ ଓ ପଙ୍କଜ ଭୁଏ।