ଶିଖର ଧୱନ୍ ଖେଲିଲେ କ୍ୱାରେଣ୍ଟାଇନ୍ ପ୍ରିମିୟର୍ ଲିଗ୍‌, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ସାରା ଦେଶରେ ଲକଡାଉନ୍ ଜାରି ରହିଛି ଏବଂ ଏହି ସମୟରେ ଦେଶର ଅଧିକାଂଶ ନାଗରିକ ନିଜ ନିଜର ଘରେ ରହିଛନ୍ତି। ଟିମ୍ ଇଣ୍ଡିଆର ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ମଧ୍ୟ ନିଜ ପରିବାର ସହ ସମୟ ବିତାଉଛନ୍ତି। ଘରେ ରହିକି ବି ଧୱନ୍ କ୍ରିକେଟ୍ ଖେଳିବା ବନ୍ଦ କରିନାହାନ୍ତି। ନିଜ ଘରେ ପୁଅ ଜୋରାବର ସହ କ୍ରିକେଟ୍ ଖେଳୁଥିବାର ଭିଡିଓ ଧୱନ୍ ଟ୍ୱିଟରରେ ଶେଆର୍ କରିଛନ୍ତି। ଏହି ଭିଡିଓ ସୋଶାଲ ମିଡିଆରେ […]

dhawan

Ranjit Kumar Jena
  • Published: Thursday, 23 April 2020
  • , Updated: 23 April 2020, 01:47 PM IST

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ସାରା ଦେଶରେ ଲକଡାଉନ୍ ଜାରି ରହିଛି ଏବଂ ଏହି ସମୟରେ ଦେଶର ଅଧିକାଂଶ ନାଗରିକ ନିଜ ନିଜର ଘରେ ରହିଛନ୍ତି। ଟିମ୍ ଇଣ୍ଡିଆର ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ମଧ୍ୟ ନିଜ ପରିବାର ସହ ସମୟ ବିତାଉଛନ୍ତି। ଘରେ ରହିକି ବି ଧୱନ୍ କ୍ରିକେଟ୍ ଖେଳିବା ବନ୍ଦ କରିନାହାନ୍ତି।

ନିଜ ଘରେ ପୁଅ ଜୋରାବର ସହ କ୍ରିକେଟ୍ ଖେଳୁଥିବାର ଭିଡିଓ ଧୱନ୍ ଟ୍ୱିଟରରେ ଶେଆର୍ କରିଛନ୍ତି। ଏହି ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ସେ ନିଜ ପୁଅ ଜୋରାବର ସହ ଘରେ ହିଁ 'କ୍ୱାରେଣ୍ଟାଇନ୍ ପ୍ରିମିୟର୍ ଲିଗ୍‌' ଖେଳିଛନ୍ତି। ଧୱନ୍ ଓ ଜୋରାବରଙ୍କ ମଧ୍ୟରେ ଘରେ ଏକ କ୍ରିକେଟ୍ ହୋଇଥିଲା। ଯେଉଁଥିରେ ଧୱନଙ୍କୁ ବ୍ୟାଟିଂ ଓ ପୁଅ ଜୋରାବରଙ୍କୁ କରୁଥିବାର ଦେଖିବାକୁ ମିଳିଥିଲା।


ଭିଡିଓ ବ୍ୟାକଗ୍ରାଉଣ୍ଡରେ ଜବରଦସ୍ତ କମେଣ୍ଟ୍ରୀ ମଧ୍ୟ ଜାରି ରହିଥିଲା। ଧୱନ୍ ଖୁବ୍ ଚୌକା-ଛକା ମାରିଥିଲେ। ଏହା ମଧ୍ୟରେ ଧୱନ୍ ୯୯ ରନରେ ବ୍ୟାଟିଂ କରୁଥିବା ବେଳେ ତାଙ୍କୁ ଶତକ ପାଇଁ ୧ ରନ୍ ଆବଶ୍ୟକ ଥିଲା। କିନ୍ତୁ ଏହି ସମୟରେ ପୁଅ ଜୋରାବର ଧୱନଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ। କରୋନାଭାଇରସ୍ ଯୋଗୁ ଭାରତକୁ ମେ' ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ କରାଯାଇଛି। କୋଭିଡ-୧୯ କାରଣରୁ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ସମେତ ଆଇପିଏଲ୍ ମଧ୍ୟ ସ୍ଥଗିତ ରହିଛି।

Related story