ଆହତ ପରେ ପ୍ରଥମଥର ବ୍ୟାଟ୍ ଧରିଲେ ଧୱନ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ଗତମାସରେ ବିଶ୍ୱକପ୍ ବେଳେ ଅଙ୍ଗୁଳିରେ ଆଘାତ ଲାଗିବା ପରେ ପ୍ରଥମଥର ବ୍ୟାଟ୍ ଧରିଛନ୍ତି, କିନ୍ତୁ ଏବେବି ସେ ସମ୍ପୂର୍ଣ୍ଣ ଫିଟ୍ ହୋଇନାହାନ୍ତି। ଧୱନଙ୍କୁ ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ‘ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ’ ପାଇଁ ମନୋନୀତ କରିଥିଲେ, ଯାହା ପରେ ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ବ୍ୟାଟ୍ ଧରିଥିଲେ। ଧୱନଙ୍କ ବ୍ୟତୀତ ଯୁବରାଜ ବ୍ରାଏନ୍ ଲାରା, କ୍ରିସ୍ ଗେଲ୍ ଓ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ଏହି […]

shikhar

Hemant Lenka
  • Published: Thursday, 18 July 2019
  • , Updated: 18 July 2019, 08:29 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ଗତମାସରେ ବିଶ୍ୱକପ୍ ବେଳେ ଅଙ୍ଗୁଳିରେ ଆଘାତ ଲାଗିବା ପରେ ପ୍ରଥମଥର ବ୍ୟାଟ୍ ଧରିଛନ୍ତି, କିନ୍ତୁ ଏବେବି ସେ ସମ୍ପୂର୍ଣ୍ଣ ଫିଟ୍ ହୋଇନାହାନ୍ତି। ଧୱନଙ୍କୁ ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ 'ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ' ପାଇଁ ମନୋନୀତ କରିଥିଲେ, ଯାହା ପରେ ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ବ୍ୟାଟ୍ ଧରିଥିଲେ। ଧୱନଙ୍କ ବ୍ୟତୀତ ଯୁବରାଜ ବ୍ରାଏନ୍ ଲାରା, କ୍ରିସ୍ ଗେଲ୍ ଓ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ଏହି ଚ୍ୟାଲେଞ୍ଜ୍ ଦେଇଥିଲେ।

ଯୁବିଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ଧୱନ୍ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ କହିଛନ୍ତି, ଯୁବି ପାଜି, ଦେଖ ଏହା ମୋର ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ୍। ଆହତ ପରେ ପ୍ରଥମଥର ବ୍ୟାଟ୍ ଧରୁଛି। ପ୍ରତ୍ୟାବର୍ତ୍ତନ କରିବା ଭଲ ଲାଗୁଛି।

'ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ୍' ଏବେ ସୋଶାଲ ମିଡିଆରେ ଖୁବ୍ ଚର୍ଚ୍ଚିତ, ଯେଉଁଥିରେ ଚ୍ୟାଲେଞ୍ଜ୍ ଦିଆଯାଇଥିବା ବଟଲ୍ କ୍ୟାପକୁ ବିତା ହାତ ଲଗାଇ ଖୋଲିବାକୁ ପଡ଼ିଥାଏ। ଅନେକ ସେଲିବ୍ରିଟି ଏହି ଚ୍ୟାଲେଞ୍ଜରେ ଭାଗ ନେଉଛନ୍ତି, ଯେଉଁଥିରେ କ୍ରିକେଟର୍ ମଧ୍ୟ ସାମିଲ୍ ଅଛନ୍ତି।

 

View this post on Instagram

 

Here’s my version of the #bottlecapchallenge . The challenge goes out to @brianlaraofficial @shikhardofficial @chrisgayle333 and @sachintendulkar who has to take this challenge as a left hander 😎

A post shared by Yuvraj Singh (@yuvisofficial) on

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଧୱନ୍ ଆହତ ହୋଇଥିଲେ। ଏହି ମ୍ୟାଚରେ ଧୱନଙ୍କ ଅଙ୍ଗୁଳିଙ୍କ ଶକ୍ତ ଆଘାତ ଲାଗିବା ସତ୍ତ୍ୱେ ସେ ଶତକୀୟ (୧୧୭) ଇନିଂସ୍ ଖେଳି ଭାରତ ବିଜୟରେ ମୁଖ୍ୟ ଭୂମିକା ବହନ କରିଥିଲେ। ଏହା ପରେ ସେ ଆହତ ଯୋଗୁ ପୂରା ବିଶ୍ୱକପରୁ ବାଦ୍ ପଡ଼ିଥିଲେ। ତାଙ୍କ ସ୍ଥାନରେ ରିଷଭ ପନ୍ତଙ୍କୁ ସାମିଲ୍ କରାଯାଇଛି।

ଧୱନଙ୍କ ଅନୁପସ୍ଥିତିରେ ଲୋକେଶ ରାହୁଲ ବିଶ୍ୱକପରେ ରୋହିତ୍ ଶର୍ମାଙ୍କ ସହ ଓପନ୍ କରିଥିଲେ। ତେବେ ଧୱନ୍ ଆଗାମୀ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ନେଇ ଆଶାୟୀ ଅଛନ୍ତି।

Related story