ଶୁଟିଂ ବିଶ୍ୱକପ୍: ସ୍ୱର୍ଣ୍ଣ ଜିତି ଅଲିମ୍ପିକ୍ କୋଟା ହାସଲ କଲେ ଯଶସ୍ୱିନୀ

ନୂଆଦିଲ୍ଲୀ: ରିଓ ଡି’ ଜାନେରୋରେ ଚାଲିଥିବା ଆଇଏସଏସଏଫ୍ ବିଶ୍ୱକପର ମହିଳା ୧୦ ମିଟର୍ ଏୟାର ପିସ୍ତଲ ଇଭେଣ୍ଟରେ ଯଶସ୍ୱିନୀ ସିଂହ ଦେସୱାଲ ସ୍ୱର୍ଣ୍ଣ ପଦକ ଜିତି ଭାରତ ପାଇଁ ନବମ ଅଲିମ୍ପିକ୍ ପଦକ କୋଟା ହାସଲ କରିଛନ୍ତି। ପୂର୍ବତନ ଜୁନିୟର ବିଶ୍ୱ ଚାମ୍ପିୟନ୍ ୨୨ ବର୍ଷୀୟା ଯଶସ୍ୱିନୀ ୮ ମହିଳାଙ୍କୁ ନେଇ ଅନୁଷ୍ଠିତ ଫାଇଡ଼ାଲରେ ୨୩୬.୭ ସ୍କୋର ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ପୂର୍ବରୁ ଅଭିଷେକ ବର୍ମା, ଅଭିଷେକ ବର୍ମା, ସୌରଭ ଚୌଧୁରୀ, ସଞ୍ଜୀବ ରାଜପୁତ୍ […]

shooting

shooting

Ranjit Kumar Jena
  • Published: Sunday, 01 September 2019
  • Updated: 01 September 2019, 08:17 PM IST

Sports

Latest News

ନୂଆଦିଲ୍ଲୀ: ରିଓ ଡି' ଜାନେରୋରେ ଚାଲିଥିବା ଆଇଏସଏସଏଫ୍ ବିଶ୍ୱକପର ମହିଳା ୧୦ ମିଟର୍ ଏୟାର ପିସ୍ତଲ ଇଭେଣ୍ଟରେ ଯଶସ୍ୱିନୀ ସିଂହ ଦେସୱାଲ ସ୍ୱର୍ଣ୍ଣ ପଦକ ଜିତି ଭାରତ ପାଇଁ ନବମ ଅଲିମ୍ପିକ୍ ପଦକ କୋଟା ହାସଲ କରିଛନ୍ତି। ପୂର୍ବତନ ଜୁନିୟର ବିଶ୍ୱ ଚାମ୍ପିୟନ୍ ୨୨ ବର୍ଷୀୟା ଯଶସ୍ୱିନୀ ୮ ମହିଳାଙ୍କୁ ନେଇ ଅନୁଷ୍ଠିତ ଫାଇଡ଼ାଲରେ ୨୩୬.୭ ସ୍କୋର ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ପୂର୍ବରୁ ଅଭିଷେକ ବର୍ମା, ଅଭିଷେକ ବର୍ମା, ସୌରଭ ଚୌଧୁରୀ, ସଞ୍ଜୀବ ରାଜପୁତ୍ ଓ ଇଲାଭେନିଲ୍ ଭାଲାରିଭାନ୍ ଏହି ବିଶ୍ୱକପରେ ପଦକ ଜିତିସାରିଛନ୍ତି।

ଇିଶ୍ୱର ଏକ ନମ୍ବର ୟୁକ୍ରେନ୍ ଶୁଟର୍ ଓଲେନା କୋସ୍ତେଭିଚ୍ ୨୩୪.୮ ସ୍କୋର ସହ ରୌପ୍ୟ ଓ ସବିୟାର ଜାସମିନା ମିଲାଭୋନୋଭିଚ୍ ୨୧୫.୭ ସ୍କୋର ସହ ବ୍ରୋଞ୍ଜ ପଦକ ଜିତିଛନ୍ତି। ଅନୁରାଜ ସିଂହ ଓ ଶ୍ୱେତା ସିଂହ ଫାଇନାଲରେ ସ୍ଥାନ ହାସଲ କରିପାରିନଥିବା ବେଳେ ମନୁ ଭାକରଙ୍କ ସର୍ବନିମ୍ନ କ୍ୱାଲିଫିକେସନ୍ ସ୍କୋର ୫୮୦ ରହିଥିଲା।

ଏହା ପୂର୍ବରୁ ପୁରୁଷ ଶୁଟର୍ ସଞ୍ଜୀପ ରାଜପୁତ୍ ଟୁର୍ଣ୍ଣାମେଣ୍ଟର ପୁରୁଷ ୫୦ ମିଟର୍ ରାଇଫଲ୍ ଥ୍ରୀ-ପୋଜିସନ୍ ଇଭେଣ୍ଟରେ ରୌପ୍ୟ ପଦକ ନିଜ ନାଁରେ କରିଥିଲେ। ଏହି ପଦକ ସହ ସଞ୍ଜୀବ ଏହି ଇଭେଣ୍ଟରେ ଭାରତ ପାଇଁ ଅଲିମ୍ପିକ୍ କୋଟା ମଧ୍ୟ ହାସଲ କରିଥିଲେ। ରାଜପୁତ ଅଷ୍ଟମ ଭାରତୀୟ ଆସନ୍ତାବର୍ଷ ଟୋକିଓରେ ହେବାକୁଥିବା ଅଲିମ୍ପିକ୍ ପାଇଁ କୋଟା ହାସଲ କରିଛନ୍ତି। ସଞ୍ଜୀବ ମୋଟ ୪୬୨ ପଏଣ୍ଟ ହାସଲ କରିଥିଲେ ଏବଂ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୦.୨ ପଏଣ୍ଟ ପାଇଁ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ। କ୍ରୋଏସିଆର ପିଟର୍ ଗୋରେସା ରୌପ୍ୟ ଓ ଚୀନର ଚାଙ୍ଗହଙ୍ଗ ଝାଙ୍ଗ ବ୍ରୋଞ୍ଜ ପଦକ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos