ରିଓ ଗଲେ ଶ୍ରାବଣୀ

ବେଙ୍ଗାଲୁର: ଅଲିମ୍ପିକ୍‌ରେ ଭାଗ ନେବା ପାଇଁ ଓଡ଼ିଆ ସ୍ପ୍ରିଣ୍ଟର ଶ୍ରାବଣୀ ନନ୍ଦ ରିଓ ଅଭିମୁଖେ ଯାତ୍ରା କରିଛନ୍ତି। ଗତକାଲି ସେ ବେଙ୍ଗାଲୁରୁରୁ ଦୁବାଇ ଅଭିମୁଖେ ଯାଇଛନ୍ତି। ସେଠାରୁ ରିଓ ଯିବେ। ରିଓ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ବାର୍ତ୍ତା ତାଙ୍କୁ ଜଣାଇଥିଲେ। ବେଙ୍ଗାଲୁରୁରେ ରହୁଥିବା ଅନେକ ଓଡ଼ିଆ ମଧ୍ୟ ବିମାନବନ୍ଦରରେ ଶ୍ରାବଣୀଙ୍କୁ […]

shrabani

Rakesh Mallick
  • Published: Sunday, 31 July 2016
  • , Updated: 31 July 2016, 09:40 AM IST

ବେଙ୍ଗାଲୁର: ଅଲିମ୍ପିକ୍‌ରେ ଭାଗ ନେବା ପାଇଁ ଓଡ଼ିଆ ସ୍ପ୍ରିଣ୍ଟର ଶ୍ରାବଣୀ ନନ୍ଦ ରିଓ ଅଭିମୁଖେ ଯାତ୍ରା କରିଛନ୍ତି। ଗତକାଲି ସେ ବେଙ୍ଗାଲୁରୁରୁ ଦୁବାଇ ଅଭିମୁଖେ ଯାଇଛନ୍ତି। ସେଠାରୁ ରିଓ ଯିବେ। ରିଓ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ବାର୍ତ୍ତା ତାଙ୍କୁ ଜଣାଇଥିଲେ। ବେଙ୍ଗାଲୁରୁରେ ରହୁଥିବା ଅନେକ ଓଡ଼ିଆ ମଧ୍ୟ ବିମାନବନ୍ଦରରେ ଶ୍ରାବଣୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Related story