ଶ୍ରୀଲଙ୍କା ଗସ୍ତ ପାଇଁ ଜୁଲାଇ ୨୩ରେ ହେବ ଭାରତୀୟ ଟେଷ୍ଟ ଟିମର ଚୟନ

ନୂଆଦିଲ୍ଲୀ: ଆଗାମୀ ଶ୍ରୀଲଙ୍କା ଗସ୍ତ ପାଇଁ ଜୁଲାଇ ୨୩ ତାରିଖରେ ଭାରତୀୟ ଟେଷ୍ଟ କ୍ରିକେଟ୍ ଟିମର ଚୟନ କରାଯିବ। ନୂଆଦିଲ୍ଲୀରେ ବସିବ ଚୟନ କମିଟି ବୈଠକ। ଅଧିନାୟକ ବିରାଟ କୋହଲିଙ୍କ ଦଳରେ କିଏ ରହିବ କିଏ ନରହିବ ସେହି ଦିନ ନିଷ୍ପତ୍ତି ନିଆଯିବ। ଭାରତର ଶ୍ରୀଲଙ୍କା ଗସ୍ତ ତିନୋଟି ୱାର୍ମଅପ୍ ମ୍ୟାଚରୁ ଆରମ୍ଭ ହେବ। ଅଗଷ୍ଟ ୬ରୁ ୯ ମଧ୍ୟରେ ଏହା ଶ୍ରୀଲଙ୍କା ଚେୟାରମ୍ୟାନ ଏକ୍ସଆଇ ସହିତ ତିନୋଟି ୱାର୍ମ ଅପ୍ ମ୍ୟାଚ୍ ଖେଳିବ। ଶ୍ରୀଲଙ୍କା ଗସ୍ତ […]

virat

Rakesh Mallick
  • Published: Wednesday, 15 July 2015
  • , Updated: 15 July 2015, 05:31 PM IST

ନୂଆଦିଲ୍ଲୀ: ଆଗାମୀ ଶ୍ରୀଲଙ୍କା ଗସ୍ତ ପାଇଁ ଜୁଲାଇ ୨୩ ତାରିଖରେ ଭାରତୀୟ ଟେଷ୍ଟ କ୍ରିକେଟ୍ ଟିମର ଚୟନ କରାଯିବ। ନୂଆଦିଲ୍ଲୀରେ ବସିବ ଚୟନ କମିଟି ବୈଠକ। ଅଧିନାୟକ ବିରାଟ କୋହଲିଙ୍କ ଦଳରେ କିଏ ରହିବ କିଏ ନରହିବ ସେହି ଦିନ ନିଷ୍ପତ୍ତି ନିଆଯିବ।

ଭାରତର ଶ୍ରୀଲଙ୍କା ଗସ୍ତ ତିନୋଟି ୱାର୍ମଅପ୍ ମ୍ୟାଚରୁ ଆରମ୍ଭ ହେବ। ଅଗଷ୍ଟ ୬ରୁ ୯ ମଧ୍ୟରେ ଏହା ଶ୍ରୀଲଙ୍କା ଚେୟାରମ୍ୟାନ ଏକ୍ସଆଇ ସହିତ ତିନୋଟି ୱାର୍ମ ଅପ୍ ମ୍ୟାଚ୍ ଖେଳିବ।

ଶ୍ରୀଲଙ୍କା ଗସ୍ତ ସମୟରେ ଭାରତ ତିନୋଟି ଟେଷ୍ଟ୍ ମ୍ୟାଚ୍ ଖେଳିବ। ପ୍ରଥମ ଟେଷ୍ଟ୍ର ଅଗଷ୍ଟ ୧୨ ତାରିଖରୁ ଆରମ୍ଭ ହେବ। ଗାଲେ ଠାରେ ଏହା ଖେଳାଯିବ। ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍ ଅଗଷ୍ଟ ୨୦ ତାରିଖରୁ ତାମିଲ ୟୁନିଅନ୍ ଓଭାଲରେ ଖେଳାଯିବ। ସେହିପରି ତୃତୀୟ ତଥା ଅନ୍ତିମ ଟେଷ୍ଟ୍ କଲୋମ୍ବରେ ଅଗଷ୍ଟ ୨୮ରୁ ଆରମ୍ଭ ହେବ।

୫ ବର୍ଷ ପରେ ଭାରତ ଟେଷ୍ଟ୍ ଖେଳିବା ପାଇଁ ଶ୍ରୀଲଙ୍କା ଯାଉଛି।

Related story