ଚତୁର୍ଥ ସ୍ଥାନ ପାଇଁ ଶ୍ରେୟସ ଆୟର୍ ଉଚିତ୍ ବିକଳ୍ପ: ଗାଭାସ୍କର

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ପାଇଁ ବର୍ତ୍ତମାନ ଚତୁର୍ଥ ସ୍ଥାନ ବଡ଼ ସମସ୍ୟା। ଏହି ସ୍ଥାନ ପାଇଁ ବିଗତ ଦିନଗୁଡ଼ିକରେ ଏକାଧିକ ଖେଳାଳିଙ୍କୁ ସୁଯୋଗ ମିଳିସାରିଥିଲେ ହେଁ, କେହିବି ଏପର୍ଯ୍ୟନ୍ତ ଫିଟ୍ ହୋଇନାହାନ୍ତି। କିନ୍ତୁ ଭାରତର ପୂର୍ବତନ କ୍ୟାପଟେନ୍ ସୁନୀଲ ଗାଭାସ୍କରଙ୍କ ମତରେ ବର୍ତ୍ତମାନ ଏହି ସ୍ଥାନ ପାଇଁ ଶ୍ରେୟସ ଆୟର ଉଚିତ୍ ବିକଳ୍ପ ଏବଂ ତାଙ୍କୁ ନିୟମିତ ଭାବେ ଚତୁର୍ଥ ସ୍ଥାନରେ ସୁଯୋଗ ମିଳିବା ଦରକାର। ବର୍ଷକ ପରେ ଭାରତୀୟ ଟିମରେ ସ୍ଥାନ ହାସଲ କରିଥିବା ଆୟର୍ […]

iyer

iyer

Ranjit Kumar Jena
  • Published: Monday, 12 August 2019
  • Updated: 12 August 2019, 04:31 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ପାଇଁ ବର୍ତ୍ତମାନ ଚତୁର୍ଥ ସ୍ଥାନ ବଡ଼ ସମସ୍ୟା। ଏହି ସ୍ଥାନ ପାଇଁ ବିଗତ ଦିନଗୁଡ଼ିକରେ ଏକାଧିକ ଖେଳାଳିଙ୍କୁ ସୁଯୋଗ ମିଳିସାରିଥିଲେ ହେଁ, କେହିବି ଏପର୍ଯ୍ୟନ୍ତ ଫିଟ୍ ହୋଇନାହାନ୍ତି। କିନ୍ତୁ ଭାରତର ପୂର୍ବତନ କ୍ୟାପଟେନ୍ ସୁନୀଲ ଗାଭାସ୍କରଙ୍କ ମତରେ ବର୍ତ୍ତମାନ ଏହି ସ୍ଥାନ ପାଇଁ ଶ୍ରେୟସ ଆୟର ଉଚିତ୍ ବିକଳ୍ପ ଏବଂ ତାଙ୍କୁ ନିୟମିତ ଭାବେ ଚତୁର୍ଥ ସ୍ଥାନରେ ସୁଯୋଗ ମିଳିବା ଦରକାର। ବର୍ଷକ ପରେ ଭାରତୀୟ ଟିମରେ ସ୍ଥାନ ହାସଲ କରିଥିବା ଆୟର୍ ରବିବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୬୮ ବଲରେ ୭୧ ରନର ଇନିଂସ୍ ଖେଳିଥିଲେ ଏବଂ ଭାରତର ବିଜୟରେ ପ୍ରମୁଖ ଭୂମିକା ବହନ କରିଥିଲେ।

ଆୟର୍ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବା ପାଇଁ ଦୃଢ଼ ଦାବିଦାର, କିନ୍ତୁ ଟିମ୍ ମ୍ୟାନେଜମେଣ୍ଟ ୫୦ ଓଭର ଫର୍ମାଟ୍ ପାଇଁ ଏହି ସ୍ଥାନରେ ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କୁ ସୁଯୋଗ ଦେଉଛି। ଗାଭାସ୍କର କହିଛନ୍ତି, "ମୋ ମତରେ ପନ୍ତଙ୍କୁ ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ପଞ୍ଚମ କିମ୍ବା ଷଷ୍ଠ ସ୍ଥାନରେ ଫିନିଶର୍ ଭାବେ ପଠାଯିବା ଦରକାର। ଏହା ହେଲେ ପନ୍ତ ନିଜର ସ୍ୱାଭାବିକ ଖେଳ ଦେଖାଇପାରିବେ।

ଯଦି ବିରାଟ୍ କୋହଲି, ଶିଖର ଧୱନ୍ ଓ ରୋହିତ୍ ଶର୍ମା ଭାରତକୁ ଭଲ ଶୁଭାରମ୍ଭ ଦିଅନ୍ତି ଏବଂ ୪୦-୪୫ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରନ୍ତି, ତାହେଲେ ପନ୍ତଙ୍କୁ ଚତୁର୍ଥ ସ୍ଥାନରେ ପଠାଇବା ଠିକ୍ ହେବ। ଯଦି ଟିମକୁ ୩୦-୩୫ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିବାକୁ ପଡ଼େ, ତାହେଲେ ଆୟରଙ୍କୁ ଚତୁର୍ଥ ଏବଂ ପନ୍ତଙ୍କୁ ପଞ୍ଚମ ସ୍ଥାନରେ ଖେଳାଇବା ଦରକାର।"

ଆୟରଙ୍କୁ ନେଇ ଗାଭାସ୍କର ଆହୁରି କହିଛନ୍ତି, ଆୟର୍ ସୁଯୋଗର ଭରପୂର ଫାଇଦା ଉଠାଇଛନ୍ତି। ସେ ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଲେ। ତାଙ୍କ ପାଖରେ ଖେଳିବାକୁ ବହୁତ ଓଭର ଥିଲା ଏବଂ କ୍ୟାପଟେନ୍ ବିରାଟ ତାଙ୍କ ସହ ଖେଳୁଥିଲେ। ଏହାଠାରୁ ହୁଏତ ଭଲ ଆଉ କିଛି ହୋଇନପାରେ। କାରଣ ଜଣେ କ୍ୟାପଟେନ୍ ସର୍ବଦା ନିଜ ଖେଳାଳିମାନଙ୍କ ଉପରୁ ଚାପ କମ୍ କରିଥାନ୍ତି। କ୍ରିକେଟରେ ଶିଖିବା ପାଇଁ ସବୁଠାରୁ ଭଲ ସ୍ଥାନ ହେଉଛି ନନଷ୍ଟ୍ରାଇକର୍ ଏଣ୍ଡ୍। ବିରାଟ୍ ଯେତେବେଳେ ବ୍ୟାଟିଂ କରୁଥିଲେ, ସେହି ସମୟରେ ଆୟର୍ ନନଷ୍ଟ୍ରାଇକର୍ ଏଣ୍ଡରେ ଠିକ୍ ସେୟା କରୁଥିଲେ। ତେଣୁ ବର୍ତ୍ତମାନ ଆୟରଙ୍କୁ ଦିନିକିଆରେ ଅଧିକ ସୁଯୋଗ ମିଳିବା ଦରକାର ବୋଲି ଗାଭାସ୍କର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos