ଶୁବମାନ ଗିଲ୍ ପାଇଲେ ଇମର୍ଜିଂ ପ୍ଲେୟର୍ ଆୱାର୍ଡ

ନୂଆଦିଲ୍ଲୀ: ଆଇପିଏଲର ଦ୍ୱାଦଶ ସଂସ୍କରଣରେ ଅନେକ ଖେଳାଳି ନିଜ ନିଜର ଦମ୍ ଦେଖାଇଛନ୍ତି। କିନ୍ତୁ ୧୯ ବର୍ଷୀୟ ଯୁବ ଖେଳାଳି ଶୁବମାନ ଗିଲ୍ ଚମତ୍କାର ବ୍ୟାଟିଂ କରି ଚଳିତ ଆଇପିଏଲର ଇମର୍ଜିଂ ପ୍ଲେୟର୍ ପୁରସ୍କାର ହାସଲ କରିଛନ୍ତି। ଶୁବମାନ ଚଳିତ ଆଇପିଏଲ୍ ୧୪ ମ୍ୟାଚ୍ ଖେଳି ୩୨.୮୮ ହାରରେ ୨୯୬ ରନ୍ କରି ଏହି ପୁରସ୍କାରର ଅଧିକାରୀ ହୋଇଛନ୍ତି। ଏହା ମଧ୍ୟରେ ସେ ଚାରିଥର ନଟ୍ ଆଉଟ୍ ମଧ୍ୟ ରହିଥିଲେ। ଗିଲ୍ ଏହି ସିଜନରେ ୩ ଅର୍ଦ୍ଧଶତକ […]

gill

Hemant Lenka
  • Published: Monday, 13 May 2019
  • , Updated: 13 May 2019, 10:09 PM IST

ନୂଆଦିଲ୍ଲୀ: ଆଇପିଏଲର ଦ୍ୱାଦଶ ସଂସ୍କରଣରେ ଅନେକ ଖେଳାଳି ନିଜ ନିଜର ଦମ୍ ଦେଖାଇଛନ୍ତି। କିନ୍ତୁ ୧୯ ବର୍ଷୀୟ ଯୁବ ଖେଳାଳି ଶୁବମାନ ଗିଲ୍ ଚମତ୍କାର ବ୍ୟାଟିଂ କରି ଚଳିତ ଆଇପିଏଲର ଇମର୍ଜିଂ ପ୍ଲେୟର୍ ପୁରସ୍କାର ହାସଲ କରିଛନ୍ତି। ଶୁବମାନ ଚଳିତ ଆଇପିଏଲ୍ ୧୪ ମ୍ୟାଚ୍ ଖେଳି ୩୨.୮୮ ହାରରେ ୨୯୬ ରନ୍ କରି ଏହି ପୁରସ୍କାରର ଅଧିକାରୀ ହୋଇଛନ୍ତି।

ଏହା ମଧ୍ୟରେ ସେ ଚାରିଥର ନଟ୍ ଆଉଟ୍ ମଧ୍ୟ ରହିଥିଲେ। ଗିଲ୍ ଏହି ସିଜନରେ ୩ ଅର୍ଦ୍ଧଶତକ ମାରିଛନ୍ତି ଏବଂ ତାଙ୍କର ସର୍ବାଧିକ ସ୍କୋର ୭୬ ରନ୍। ସେ ୨୧ ଚୌକା ଓ ୧୦ ଛକା ମାରିବା ସହ ୭ କ୍ୟାଚ୍ ମଧ୍ୟ ନେଇଛନ୍ତି। ଏହି ପୁରସ୍କାର ଗିଲଙ୍କ ପାଇଁ ବହୁତ ଖାସ, କାରଣ ନିଜର ଦ୍ୱିତୀୟ ସିଜନରେ ସେ ଏହି ସମ୍ମାନ ହାସଲ କରିଛନ୍ତି। ଗତ ସିଜନରେ ସେ ଆଇପିଏଲରେ ଡେବ୍ୟୁ କରିଥିଲେ।

୨୦୦୮ରେ ଆୟୋଜିତ ପ୍ରଥମ ସଂସ୍କରଣରେ ଶ୍ରୀବତ୍ସ ଗୋସ୍ୱାମୀ, ୨୦୦୯ରେ ରୋହିତ ଶର୍ମା, ୨୦୧୦ରେ ସୌରଭ ତିୱାରୀ, ୨୦୧୧ରେ ଇକବାଲ୍ ଅବଦୁଲ୍ଲା, ୨୦୧୨ରେ ମନଦୀପ ସିଂହ, ୨୦୧୩ରେ ସଞ୍ଜୁ ସାମସନ୍, ୨୦୧୪ରେ ଅକ୍ଷର ପଟେଲ, ୨୦୧୫ରେ ଶ୍ରେୟସ ଆୟର୍, ୨୦୧୬ରେ ମୁସ୍ତାଫିଜୁର ରେହମାନ୍, ୨୦୧୭ରେ ବାସିଲ ଥାମ୍ପି ଏବଂ ୨୦୧୮ରେ ଋଷଭ ପନ୍ତ ଇମର୍ଜିଂ ପ୍ଲେୟର୍ ପୁରସ୍କାର ଜିତିଥିଲେ।

Related story