ଭାରତକୁ ଲାଗିଲା ପ୍ରଥମ ଝଟକା

ବ୍ରିସ୍‌ବେନ୍‌: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ଶେଷ ଟେଷ୍ଟର ପ୍ରଥମ ଇନିଂସ୍‌ ବ୍ୟାଟିଂ କରୁଥିବା ଭାରତୀୟ ଦଳକୁ ଲାଗିଛି ପ୍ରଥମ ଝଟକା। ଆଉଟ୍ ହୋଇଯାଇଛନ୍ତି ଶୁବମନ ଗିଲ୍। ମାତ୍ର ୭ ରନ୍ କରି ସେ ଆଉଟ୍ ହୋଇଯାଇଛନ୍ତି। ପ୍ୟାଟ୍‌ କମିନ୍ସଙ୍କ ବଲ୍‌ରେ ସେ ଷ୍ଟିଭ୍ ସ୍ମିଥ୍‌ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଖବର ଲେଖାଯିବା ସୁଦ୍ଧା ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରା କ୍ରିଜ୍‌ରେ ରହିଥିଲେ। ରୋହିତ ଶର୍ମା ୧୩ ରନ୍ କରିଥିବା ବେଳେ ପୂଜାରା ୩ […]

shubman

shubman

Jitendra Garnayak
  • Published: Saturday, 16 January 2021
  • Updated: 16 January 2021, 10:48 AM IST

Sports

Latest News

ବ୍ରିସ୍‌ବେନ୍‌: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ଶେଷ ଟେଷ୍ଟର ପ୍ରଥମ ଇନିଂସ୍‌ ବ୍ୟାଟିଂ କରୁଥିବା ଭାରତୀୟ ଦଳକୁ ଲାଗିଛି ପ୍ରଥମ ଝଟକା। ଆଉଟ୍ ହୋଇଯାଇଛନ୍ତି ଶୁବମନ ଗିଲ୍। ମାତ୍ର ୭ ରନ୍ କରି ସେ ଆଉଟ୍ ହୋଇଯାଇଛନ୍ତି। ପ୍ୟାଟ୍‌ କମିନ୍ସଙ୍କ ବଲ୍‌ରେ ସେ ଷ୍ଟିଭ୍ ସ୍ମିଥ୍‌ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।

ଖବର ଲେଖାଯିବା ସୁଦ୍ଧା ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରା କ୍ରିଜ୍‌ରେ ରହିଥିଲେ। ରୋହିତ ଶର୍ମା ୧୩ ରନ୍ କରିଥିବା ବେଳେ ପୂଜାରା ୩ ରନ୍ କରିଛନ୍ତି। ଆଉ ଦଳର ସ୍କୋର ୧୧ ଓଭରରେ ୨୪ ହୋଇଥିଲା।

ଇଞ୍ଜ୍ୟୁରୀ ସମସ୍ୟା ଯୋଗୁ ଅନଭିଜ୍ଞ ବୋଲରମାନଙ୍କୁ ନେଇ ଟିମ୍ ଇଣ୍ଡିଆ ଏହି ଟେଷ୍ଟ ଖେଳୁଥିବା ବେଳେ ପ୍ରଥମ ଇନିଂସ୍‌ରେ ଅଷ୍ଟ୍ରେଲିଆ ୩୬୯ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଛି।

ଗତକାଲି ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଡାଭିଡ୍ ୱାର୍ଣ୍ଣର (୧ ରନ୍‌), ମାର୍କସ ହ୍ୟାରିସ୍‌ (୫ ରନ୍‌), ମାର୍ନସ ଲାବୁଶେନ୍‌ (୧୦୮ ରନ୍‌), ଷ୍ଟିଭ୍ ସ୍ମିଥ୍ (୩୬ ରନ୍‌) ଓ ମାଥ୍ୟୁ ୱାଡେ (୪୫ ରନ୍‌)ଙ୍କୁ ହରାଇଥିଲା। ୨୮ ରନ୍ କରି ଅପରାଜିତ ଥିବା କାମେରନ ଗ୍ରୀନ ଆଜି ୪୭ ରନ୍ କରି ୱାଶିଂଟନ୍ ସୁନ୍ଦରଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ତେବେ ଅଧିନାୟକ ଟିମ୍ ପେନ୍ ୫୦ ରନ୍ କରି ଆଉଟ୍ ହୋଇଥିଲେ। ଶାର୍ଦ୍ଦୁଳ ଠାକୁରଙ୍କ ବଲ୍‌ରେ ରୋହିତ ଶର୍ମାଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ।

ପିଟ୍ କମିନ୍ସ ୨ ରନ୍ କରିଥିବା ବେଳେ ଶାର୍ଦ୍ଦୁଳ ତାଙ୍କୁ ଏଲ୍‌ବିଡବ୍ଲ୍ୟୁ କରିଥିଲେ। ନାଥନ ଲିୟନ ୨୪ ରନ୍ କରି ୱାଶିଂଟନ୍ ସୁନ୍ଦରଙ୍କ ଦ୍ୱାରା ବୋଲ୍ଡ ହୋଇଥିବା ବେଳେ ଜୋଶ ହାଜେଲଉଡ୍‌ ୧୧ ରନ୍ କରିଥିଲେ। ତାଙ୍କ ଟି ନଟରାଜନ ବୋଲ୍ଡ କରିଥିଲେ। ମିଚେଲ ଷ୍ଟାର୍କ ୨୦ ରନ୍ କରି ଅପରାଜିତ ରହିଥିଲେ।

ଭାରତ ପକ୍ଷରୁ ନଟରାଜନ, ଶାର୍ଦ୍ଦୁଳ ଠାକୁର ଓ ୱାଶିଂଟନ ସୁନ୍ଦର ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ ଗୋଟିଏ ୱିକେଟ୍ ନେଇଛନ୍ତି।

ସୂଚନାଯୋଗ୍ୟ, ଚାରି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍‌ରେ ଉଭୟ ଦଳ ଗୋଟିଏ ଗୋଟିଏ ମ୍ୟାଚ୍ ଜିତିଥିବା ବେଳେ ଆଉ ଗୋଟିଏ ମ୍ୟାଚ୍ ଡ୍ର’ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story