ମକାଉ ଓପନ୍ ଫାଇନାଲରେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟିନ୍ ଷ୍ଟାର ପିଭି ସିନ୍ଧୁ ମକାଉ ଓପନ୍ ଗ୍ରାଁ ପ୍ରି ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାର ମହିଳା ଏକକ ଫାଇନାଲରେ ପହଞ୍ଚି ଯାଇଛନ୍ତି। ସେକେଣ୍ଡ ସିଡେଡ୍ ଜାପାନର ଆକାନେ ୟାମାଗୁଚିଙ୍କୁ ୨୧-୮, ୧୫-୨୧, ୨୧-୧୬ରେ ପରାସ୍ତ କରିଛନ୍ତି ୱାର୍ଲ୍ଡ ଚାମ୍ପଅନସିପରେ ଦୁଇ ଥର ବ୍ରୋଞ୍ଜ ପଦକ ବିଜେତା ସିନ୍ଧୁ। ଏହି ଦୁଇ ଷ୍ଟାରଙ୍କ ମଧ୍ୟରେ ୧ ଘଣ୍ଟା ୩ ମିନିଟ ଧରି ଖେଳ ହୋଇଥିଲା।

ପଞ୍ଚମ ସିଡେଡ୍ ସିନ୍ଧୁ ଫାଇନାଲରେ ହି ବିଙ୍ଗଝିଓ କିମ୍ବା ମନାସୁ ମିଟାନିଙ୍କ ମଧ୍ୟରେ ହେବ।

ସୂଚନାଯୋଗ୍ୟ, ଶୁକ୍ରବାର କ୍ୱାର୍ଟର ଫାଇନାଲରେ ଚୀନର ଚେନ ୟୁଫେଇଙ୍କୁ ପରାସ୍ତ କରି ସେମି ଫାଇନାଲରେ ପହଞ୍ଚିଥିଲେ।