ଭିଏତନାମ୍ ଓପନ୍ ଟାଇଟଲ୍ ଜିତିଲେ ସୌରଭ ବର୍ମା

ହୋ ଚି ମିନ୍ ସିଟି: ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳି ସୌରଭ ବର୍ମା ରବିବାର ଏଠାରେ ଭିଏତନାମ ଓପନ୍ ବିଡବ୍ଲ୍ୟୁଏଫ୍ ଟୁର୍ ସୁପର୍-୧୦୦ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଚୀନର ସୁନ୍ ଫେଇ ଶିଆଙ୍ଗଙ୍କୁ ହରାଇ ଟାଇଟଲ୍ ନିଜ ନାଁରେ କରିଛନ୍ତି। ଦ୍ୱିତୀୟ ସିଡ୍ ସୌରଭ ୭୫ହଜାର ଡଲାର ପୁରସ୍କାର ରାଶି ବିଶିଷ୍ଟ ଟୁର୍ଣ୍ଣାମେଣ୍ଟରେ ୧ ଘଣ୍ଟା ୧୨ ମିନିଟ୍ ଧରି ଚାଲିଥିବା ଟାଇଟଲ୍ ମୁକାବିଲାକୁ ୨୧-୧୨, ୧୭-୨୧, ୨୧-୧୪ ଗେମରେ ଜିତିଛନ୍ତି। ଡିଫେଣ୍ଡିଂ ଜାତୀୟ ଚାମ୍ପିୟନ୍ ସୌରଭ […]

sourabh-

Ranjit Kumar Jena
  • Published: Sunday, 15 September 2019
  • , Updated: 15 September 2019, 04:59 PM IST

ହୋ ଚି ମିନ୍ ସିଟି: ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳି ସୌରଭ ବର୍ମା ରବିବାର ଏଠାରେ ଭିଏତନାମ ଓପନ୍ ବିଡବ୍ଲ୍ୟୁଏଫ୍ ଟୁର୍ ସୁପର୍-୧୦୦ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଚୀନର ସୁନ୍ ଫେଇ ଶିଆଙ୍ଗଙ୍କୁ ହରାଇ ଟାଇଟଲ୍ ନିଜ ନାଁରେ କରିଛନ୍ତି। ଦ୍ୱିତୀୟ ସିଡ୍ ସୌରଭ ୭୫ହଜାର ଡଲାର ପୁରସ୍କାର ରାଶି ବିଶିଷ୍ଟ ଟୁର୍ଣ୍ଣାମେଣ୍ଟରେ ୧ ଘଣ୍ଟା ୧୨ ମିନିଟ୍ ଧରି ଚାଲିଥିବା ଟାଇଟଲ୍ ମୁକାବିଲାକୁ ୨୧-୧୨, ୧୭-୨୧, ୨୧-୧୪ ଗେମରେ ଜିତିଛନ୍ତି।

ଡିଫେଣ୍ଡିଂ ଜାତୀୟ ଚାମ୍ପିୟନ୍ ସୌରଭ ଚଳିତ ବର୍ଷ ହାଇଦ୍ରାବାଦ ଓପନ୍ ଓ ସ୍ଲୋଭେନିଆନ୍ ଅନ୍ତର୍ଜାତୀୟ ଚାମ୍ପିୟନଶିପ୍ ଟାଇଟଲ୍ ମଧ୍ୟ ଜିତିସାରିଛନ୍ତି। ବିଶ୍ୱ ରାଙ୍କିଙ୍ଗରେ ୩୮ତମ ସ୍ଥାନରେ ଥିବା ଏହି ଖେଳାଳି ଏବେ ସେପ୍ଟେମ୍ବର ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁଥିବା କୋରିଆ ଓପନ୍ ୱାର୍ଲ୍ଡ ଟୁର୍ ସୁପର୍-୫୦୦ ଟୁର୍ଣ୍ଣାମେଣ୍ଟ ଖେଳିବେ, ଯାହାର ପୁରସ୍କାର ରାଶି ୪ଲକ୍ଷ ଡଲାର।

ସୌରଭ ପ୍ରଥମ ଗେମରେ ଆକ୍ରମଣାତ୍ମକ ସହ ଆରମ୍ଭ କରି ୪-୦ର ଅଗ୍ରଣୀ ହାସଲ କରିଥିଲେ ଏବଂ ବ୍ରେକ୍ ସମୟରେ ୧୧-୪ରେ ଆଗୁଆ ଥିଲେ। ବ୍ରେକ୍ ପରେ ମଧ୍ୟ ସେ ଲୟ କାଏମ ରଖିଥିଲେ ଏବଂ ସ୍କୋରକୁ ୧୫-୪ରେ ପହଞ୍ଚାଇଥିଲେ। ସୁନ୍ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ କରିଥିଲେ, କିନ୍ତୁ ସୌରଭ ପ୍ରଥମ ଗେମକୁ ସହଜରେ ଜିତିନେଇ ଥିଲେ।

ଦ୍ୱିତୀୟ ଗେମରେ ସୁନ୍ ଚମତ୍କାର ଖେଳ ଦେଖାଇଥିଲେ ଏବଂ ୮-୦ର ଅଗ୍ରଣୀ ହାସଲ କରିଥିଲେ। ବ୍ରେକ୍ ସୁଦ୍ଧା ସେ ନିଜର ଅଗ୍ରଣୀକୁ ୧୧-୫ରେ କରାଇଥିଲେ। ବ୍ରେକ୍ ପରେ ସୌରଭ ସଂଘର୍ଷ କରିଥିଲେ, କିନ୍ତୁ ସୁନ୍ ଏହାର ଫାଇଦା ଉଠାଇ ଗେମକୁ ନିଜ ନାଁରେ କରିଥିଲେ।

ନିର୍ଣ୍ଣାୟକ ତଥା ତୃତୀୟ ଗେମରେ ୨୬ ବର୍ଷୀୟ ସୌରଭ ୨-୪ରେ ପଛୁଆ ଥିଲେ କିନ୍ତୁ ସେ ବ୍ରେକ୍ ସୁଦ୍ଧା ଲୟ ହାସଲ କରି ୧୧-୭ରେ ଆଗୁଆ ରହିଥିଲେ। ଚୀନର ଖେଳାଳି ତାଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ, କିନ୍ତୁ ଭାରତୀୟ ଖେଳାଳି ନିଜର ଅଗ୍ରଣୀ କାଏମ୍ ରଖିଥିଲେ। ଯେତେବେଳେ ସୌରଭ ୧୭-୧୪ରେ ଆଗୁଆ ଥିଲେ, ସେତେବେଳେ ସେ ଲଗାତାର ୪ ପଏଣ୍ଟ ହାସଲ କରି ଚୀନ୍ ଖେଳାଳିଙ୍କ ବିଜୟ ଆଶାକୁ ଧୂଳିସାତ୍ କରିଥିଲେ। ମଧ୍ୟପ୍ରଦେଶର ଏହି ଖେଳାଳି ଗତବର୍ଷ ଡଚ୍ ଓପନ୍ ଏବଂ କୋରିଆ ଓପନ୍ ଟାଇଟଲ୍ ମଧ୍ୟ ଜିତିଥିଲେ।

Related story