ରୌପ୍ୟପଦକ ସହ ଭୁବନେଶ୍ୱର ଫେରିଲେ ଅନ୍ୱେଷା

ANWESHA mishraଭୁବନେଶ୍ୱର: ଗୁରଗାଁଓରେ ଅନୁଷ୍ଠିତ ୧୩ ବର୍ଷରୁ କମ୍ ଜାତୀୟ ଚେସ ଚାମ୍ପିଅନସିପରେ ରୌପ୍ୟ ହାସଲ ପରେ ଓଡ଼ିଶା ଫେରିଛନ୍ତି ଅନ୍ୱେଷା ମିଶ୍ର। ସେ ମଙ୍ଗଳବାର ଭୁବନେଶ୍ୱର ବିମାନବନ୍ଦରରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା। ୧୧ ରାଉଣ୍ଡ ବିଶିଷ୍ଟ  ଏହି ଜାତୀୟ ଟୁର୍ଣ୍ଣାମେଣ୍ଟରେ ଅନ୍ୱେଷା ୭ ରାଉଣ୍ଡରେ ବିଜୟୀ ହେବା ସହ ୪ରାଉଣ୍ଡରେ ଡ୍ର ରଖି ମୋଟ ୯ ପଏଣ୍ଟ ହାସଲ କରି ରୌପ୍ୟ ପଦକ ଜିଣିଥିଲେ। ଜାତୀୟ ସ୍ତରରେ ଅନ୍ୱେଷାଙ୍କ ଏହା ହେଉଛି ପ୍ରଥମ ସଫଳତା।