ଏସିଆନ୍‌ ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିୟନଶିପ୍‌: ଦ୍ୱିତୀୟ ରାଉଣ୍ଡରେ ସାଇନା ଓ ସିନ୍ଧୁ

ୟୁହାନ୍‌: ଏସିଆନ୍‌ ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିୟନଶିପ୍‌ରେ ଭାରତର ଦୁଇ ମହିଳା ଶଟଲର୍‌ ପିଭି ସିନ୍ଧୁ ଓ ସାଇନା ନେହ୍ୱାଲ ନିଜର ଦବଦବା ଦେଖାଇଛନ୍ତି। ଉଭୟ ଖେଳାଳି ସେମାନଙ୍କର ପ୍ରଥମ ରାଉଣ୍ଡ ମ୍ୟାଚ୍‌କୁ ବେଶ ସହଜରେ ଜିତି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅଲିମ୍ପିକ ଓ ବିଶ୍ୱ ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିୟନଶିପ୍‌ର ରୌପ୍ୟ ବିଜେତା ସିନ୍ଧୁ ପ୍ରଥମ ରାଉଣ୍ଡରେ ଜାପାନର ତାକାହାସି ସୟାକାଙ୍କୁ ଭେଟିଥିଲେ। ଏହି ମ୍ୟାଚ୍‌ଟିକୁ ସିନ୍ଧୁ ମାତ୍ର ୨୮ ମିନିଟ୍‌ରେ ଶେଷ କରି ଦେଇଥିଲେ। ପ୍ରଥମ ସେଟ୍‌କୁ ୨୧-୧୪ରେ […]

sdd

Hemant Lenka
  • Published: Wednesday, 24 April 2019
  • , Updated: 24 April 2019, 06:46 PM IST

ୟୁହାନ୍‌: ଏସିଆନ୍‌ ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିୟନଶିପ୍‌ରେ ଭାରତର ଦୁଇ ମହିଳା ଶଟଲର୍‌ ପିଭି ସିନ୍ଧୁ ଓ ସାଇନା ନେହ୍ୱାଲ ନିଜର ଦବଦବା ଦେଖାଇଛନ୍ତି। ଉଭୟ ଖେଳାଳି ସେମାନଙ୍କର ପ୍ରଥମ ରାଉଣ୍ଡ ମ୍ୟାଚ୍‌କୁ ବେଶ ସହଜରେ ଜିତି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ଅଲିମ୍ପିକ ଓ ବିଶ୍ୱ ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିୟନଶିପ୍‌ର ରୌପ୍ୟ ବିଜେତା ସିନ୍ଧୁ ପ୍ରଥମ ରାଉଣ୍ଡରେ ଜାପାନର ତାକାହାସି ସୟାକାଙ୍କୁ ଭେଟିଥିଲେ। ଏହି ମ୍ୟାଚ୍‌ଟିକୁ ସିନ୍ଧୁ ମାତ୍ର ୨୮ ମିନିଟ୍‌ରେ ଶେଷ କରି ଦେଇଥିଲେ। ପ୍ରଥମ ସେଟ୍‌କୁ ୨୧-୧୪ରେ ଜିତିଥିବା ସିନ୍ଧୁ ଦ୍ୱିତୀୟ ସେଟ୍‌କୁ ଏକପାଖିଆ ଭାବେ ୨୧-୭ରେ କବଜା କରିଥିଲେ। ସିନ୍ଧୁ ନିଜର ପରବର୍ତ୍ତୀ ମ୍ୟାଚ୍‌ରେ ଇଣ୍ଡୋନେସିଆର ଚୋଇରୁନିସାଙ୍କୁ ଭେଟିବେ।

ଅନ୍ୟପକ୍ଷରେ ବିଶ୍ୱର ୯ ନଂ ସ୍ଥାନରେ ଥିବା ସାଇନା ବେଶ ସଂଘର୍ଷପୂର୍ଣ୍ଣ ଭାବେ ନିଜର ପ୍ରଥମ ରାଉଣ୍ଡ ମ୍ୟାଚ୍‌ଟିକୁ ଜିତିଛନ୍ତି। ସାଇନାଙ୍କ ମୁକାବିଲା ଚାଇନାର ହାନ ୟୁଇଙ୍କ ସହ ହୋଇଥିଲା। ହାନ ପ୍ରଥମ ସେଟ୍‌କୁ ୨୧-୧୨ରେ ଜିତି ନେଇଥିଲେ। ତେବେ ସାଇନା ଜବରଦସ୍ତ କମ୍‌ବ୍ୟାକ୍‌ କରି ୨୧-୧୧ ଓ ୨୧-୧୭ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସେଟ୍‌କୁ ଜିତି ମ୍ୟାଚ୍‌ କବଜା କରିଥିଲେ। ସାଇନା ଦ୍ୱିତୀୟ ରାଉଣ୍ଡରେ ଦକ୍ଷିଣ କୋରିଆର କିମ ଗା ଇନଙ୍କୁ ଭେଟିବେ।

ପୁରୁଷ ଏକକରେ ସମୀର ବର୍ମା ୨୧-୧୩, ୧୭-୨୧ ଓ ୨୧-୧୮ରେ ଜାପାନର ସାକାଇ କାଜୁମାସାଙ୍କୁ ହରାଇଛନ୍ତି।

Related story