ସିନ୍ଧୁ ରଚିଲେ ଇତିହାସ: କୋରିଆ ସୁପର ସିରିଜରେ ଜାପାନର ନୋଜୋମିଙ୍କୁ ହାରାଇ ଚାମ୍ପିୟନ

ଓଡ଼ିଶା ରିପୋର୍ଟର (ଓଡ଼ିଶା ରିପୋର୍ଟର): ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପି. ଭି. ସିନ୍ଧୁ ରଚିଲେ ଇତିହାସ। କୋରିଆ ସୁପର ସିରିଜ ଟାଇଟଲକୁ ନିଜ ନାଁରେ କରିଛନ୍ତି ପି. ଭି. ସିନ୍ଧୁ। ସିନ୍ଧୁ ଫାଇନାଲରେ ଜାପାନର ନୋଜୋମି ଅକୁହାରାଙ୍କୁ ୨୨-୨୦, ୧୧-୨୧, ୨୧-୧୮ ସେଟରେ ହରାଇ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ଏଥିସହ ସିନ୍ଧୁଙ୍କର ଏହା ହେଉଛି ତୃତୀୟ ସୁପର ସିରିଜ ଟାଇଟଲ। କିନ୍ତୁ କୋରିଆ ସୁପର ସିରିଜ ଟାଇଟଲ ଜିତିବାରେ ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ। ୧ ଘଣ୍ଟା ୨୪ ମିନିଟ୍ ଧରି ହୋଇଥିବା ଫାଇନାଲ ମ୍ୟାଚରେ ପ୍ରଥମ ସେଟ୍ ସିନ୍ଧୁ ଜିତିନେଇଥିଲେ। ତେବେ ଦ୍ୱିତୀୟ ସେଟରେ ପ୍ରତ୍ୟାବର୍ତ୍ତନ କରିଥିଲେ ନୋଜୋମି। ପୁଣିଥରେ ତୃତୀୟ ସେଟରେ ସିନ୍ଧୁ କମବ୍ୟକ୍‌ କରି ଚାମ୍ପିଅନ୍ ହୋଇଥିଲେ। ଫଳରେ ସିନ୍ଧୁ ସ୍ୱର୍ଣ୍ଣ ପଦକ ଜିତିବା ସହ ବିଶ୍ୱବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ର ପରାଜୟର ପ୍ରତିଶୋଧ ମଧ୍ୟ ନେଇଛନ୍ତି।  ଗତ ଅଗଷ୍ଟ ମାସରେ ଅନୁଷ୍ଟିତ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନସିପ୍‌ରେ ନୋଜୋମି ଅକୁହାରାଙ୍କ ଠାରୁ ସିନ୍ଧୁ ଫାଇନାଲ୍‌ରେ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ।

ଆହୁରି ପଢ଼ନ୍ତୁ

ବିଏମ୍‌ଡବ୍ଲ୍ୟୁ କାର୍‌ ବିକିବାକୁ ଚାହୁଁଛନ୍ତି ଦୂତୀ ଚାନ୍ଦ, ଜାଣନ୍ତୁ କାହିଁକି?

ଯଦି ସୁନୀଲ ଗାଭାସ୍କରଙ୍କ ବାମ କାନରେ ନଥା’ନ୍ତା ସେହି ଛୋଟ ଜାଇ…

ଗାବ୍ରିଏଲ ଓ ହୋଲ୍ଡରଙ୍କ ଚମକ, ବ୍ୟାକଫୁଟ୍‌ରେ ଇଂଲଣ୍ଡ

ଏସିଆ କପ୍ ସ୍ଥଗିତ

ଭୂତ ଦେଖିଥିଲେ ସୌରଭ ଗାଙ୍ଗୁଲି!

କାହିଁକି ୫ ବର୍ଷ ପାଇଁ ଦାଦାଙ୍କୁ ଟିମ୍‌ରୁ ବାଦ ଦେଇଥିଲା ବିସିସିଆଇ

ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏମିତି ଟ୍ୱିଟ୍ କଲେ ସେହୱାଗ୍ ଓ କୈଫ

ସଚିନ ଓପନ କରନ୍ତି, ହେଲେ କାହିଁକି ପ୍ରଥମ ବଲ୍‌ ଷ୍ଟ୍ରାଇକ୍‌ କରନ୍ତି ନାହିଁ? ଗୁମର ଖୋଲିଲେ ଦାଦା

‘ଜଣେ କାହା ସହିତ କୌଣସି ସମୟରେ ପ୍ରେମରେ ପଡ଼ିପାରେ’

ବରିଷ୍ଠ ଖେଳାଳିଙ୍କୁ ଜେରା ପରେ ୨୦୧୧ ବିଶ୍ୱକପ୍ ଫିକ୍ସିଂ ଅଭିଯୋଗର ତଦନ୍ତ ଉପରେ ରୋକ ଲଗାଇଲା ଶ୍ରୀଲଙ୍କା

୨୦୧୧ ବିଶ୍ୱକପ ଫିକ୍ସିଂ ହୋଇଥିଲା କି? ସାଙ୍ଗାକାରାଙ୍କୁ ୧୦ ଘଣ୍ଟା ଜେରା

କୋଚଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକ୍‌ର ଏହି ପୂର୍ବତନ ବ୍ୟାଟସମ୍ୟାନ!