ଚୀନକୁ ହରାଇ ସେମିରେ ପହଞ୍ଚିଲେ ଭାରତୀୟ ଝିଅ ସିନ୍ଧୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରିଓ ଅଲିମ୍ପିକରେ ରୌପ୍ୟ ଵିଜେତା ତଥା ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି  ପି.ଭି.ସିନ୍ଧୁ ଆଜି ବିଶ୍ଵ ବ୍ୟାଡମିଣ୍ଟନ ଚମ୍ପିୟାନସିପରେ ସେମିଫାଇନାଲରେ ପହଞ୍ଚିଛନ୍ତି। କ୍ଵାର୍ଟରଫାଇନାଲରେ ବିଶ୍ୱର ୬ ନମ୍ବର ଖେଳାଳି ଚୀନର ସନ୍‌ ୟାନ୍-ହୋ’କୁ ପରାସ୍ତ କରି ବିଶ୍ୱର ୪ ନମ୍ବର ଖେଳାଳି ସିନ୍ଧୁ ସେମିରେ ପହଞ୍ଚିଛନ୍ତି। ଏହି ବିଜୟ ସହ ଭାରତ ପାଇଁ ଗୋଟିଏ ମେଡାଲ ସୁନିଶ୍ଚିତ କରିଛନ୍ତି ସିନ୍ଧୁ। ୨୧-୧୪ ଓ ୨୧-୯ରେ ସେଟ୍‌ରେ ସିନ୍ଧୁ ମ୍ୟାଚ୍‌କୁ ଜିତିଛନ୍ତି।  ପ୍ରଥମରୁ ହିଁ […]

sindhu_2_1503665671_618x347

sindhu_2_1503665671_618x347

Rakesh Mallick
  • Published: Friday, 25 August 2017
  • Updated: 25 August 2017, 11:01 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରିଓ ଅଲିମ୍ପିକରେ ରୌପ୍ୟ ଵିଜେତା ତଥା ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି  ପି.ଭି.ସିନ୍ଧୁ ଆଜି ବିଶ୍ଵ ବ୍ୟାଡମିଣ୍ଟନ ଚମ୍ପିୟାନସିପରେ ସେମିଫାଇନାଲରେ ପହଞ୍ଚିଛନ୍ତି। କ୍ଵାର୍ଟରଫାଇନାଲରେ ବିଶ୍ୱର ୬ ନମ୍ବର ଖେଳାଳି ଚୀନର ସନ୍‌ ୟାନ୍-ହୋ’କୁ ପରାସ୍ତ କରି ବିଶ୍ୱର ୪ ନମ୍ବର ଖେଳାଳି ସିନ୍ଧୁ ସେମିରେ ପହଞ୍ଚିଛନ୍ତି। ଏହି ବିଜୟ ସହ ଭାରତ ପାଇଁ ଗୋଟିଏ ମେଡାଲ ସୁନିଶ୍ଚିତ କରିଛନ୍ତି ସିନ୍ଧୁ।

୨୧-୧୪ ଓ ୨୧-୯ରେ ସେଟ୍‌ରେ ସିନ୍ଧୁ ମ୍ୟାଚ୍‌କୁ ଜିତିଛନ୍ତି।  ପ୍ରଥମରୁ ହିଁ ସିନ୍ଧୁ ଆକ୍ରାମଣତ୍ମକ ଖେଳ ଜାରି ରଖି ଚୀନ ଖେଳାଳିଙ୍କୁ ହରାଇଥିଲେ। ବର୍ତ୍ତମାନ ଚୀନ ଓ ଭାରତ ମଧ୍ୟରେ ଡୋକଲାମ୍‌ ଘଟଣାକୁ ନେଇ ବିବାଦ ଦେଖାଦେଇଥିବା ବେଳେ ସୀମାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଭାରତୀୟ ଖେଳାଳି ଚୀନକୁ ହରାଇଥିବାରୁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos