ନାନ୍ଜିଙ୍ଗ: ଚୀନ୍ର ନାନ୍ଜିଙ୍ଗଠାରେ ଚାଲିଥିବା ବ୍ୟାଡମିଣ୍ଟନ୍ ବିଶ୍ୱ ଚାମ୍ପିଅନ୍ଶିପ୍ରେ ଭାରତୀୟ ସଟ୍ଲର୍ ତଥା ଅଲିମ୍ପିକ୍ସ ରୌପ୍ୟ ବିଜୟନୀ ପିଭି ସିନ୍ଧୁ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ଆଜିର କ୍ୱାର୍ଟର ଫାଇନାଲ୍ ମୁକାବିଲାରେ ସିନ୍ଧୁ ଜାପାନ୍ର ନୋଜୋମି ଓକୁହାରାଙ୍କୁ ୨-୦ ସେଟ୍ରେ ପରାସ୍ତ କରି ଏହି ସଫଳତା ପାଇଛନ୍ତି।
ପ୍ରଥମ ସେଟ୍ରେ ଦୁଇ ଖେଳାଳିଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ଦେଖିବାକୁ ମିଳିଥିଲା। ତେବେ ସିନ୍ଧୁ ଚତ୍ମକାର ଖେଳ ପ୍ରଦର୍ଶନ କରି ୨୧-୧୭ରେ ଏହି ସେଟ୍କୁ ଜିତି ନେଇଥିଲେ।
ଦ୍ୱିତୀୟ ସେଟ୍ରେ ସିନ୍ଧୁ ୫ ପଏଣ୍ଟ ପଛରେ ରହିଥିଲେ ହେଁ ଜବରଦସ୍ତ କମ୍ବ୍ୟାକ୍ କରିଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଏହି ସେଟ୍ଟିକୁ ସିନ୍ଧୁ ପୁଣି ୨୧-୧୯ରେ ଜିତି ନେଇଥିଲେ। ଏହି ବିଜୟ ସହ ସିନ୍ଧୁ ସିଧାସଳଖ ସେମିଫାଇନାଲ୍ରେ ପହଞ୍ଚି ଯାଇଛନ୍ତି।
ପୂର୍ବରୁ ଅନ୍ୟତମ୍ ଭାରତୀୟ ତାରକା ସାଇନା ନେହ୍ୱାଲ ଓ ପୁରୁଷ ବିଭାଗରେ ସାଇ ପ୍ରଣୀତ କ୍ୱାର୍ଟର ଫାଇନାଲ୍ରୁ ବିଦାୟ ନେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।