ଧୋନିଙ୍କ ଏହି ରେକର୍ଡ ଉପରେ କୋହଲିଙ୍କ ନଜର୍‌

ହାମିଲଟନ୍‌: ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲି ବୁଧବାର ଏଠାରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ହେବାକୁଥିବା ତୃତୀୟ ଟି-୨୦ ମ୍ୟାଚରେ ଆଉ ଏକ ରେକର୍ଡ ନିଜ ନାଁରେ କରିବାକୁ ମଇଦାନକୁ ଓହ୍ଲାଇବେ। କୋହଲି ଯଦି ଏହି ମ୍ୟାଚରେ ୨୫ ରନ୍ କରନ୍ତି, ତାହେଲେ କ୍ୟାପଟେନ୍ ଭାବେ ଟି-୨୦ରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଟପିଯିବେ। କୋହଲି ବର୍ତ୍ତମାନ ଟି-୨୦ରେ କ୍ୟାପଟେନ୍ ଭାବେ ସର୍ବାଧିକ ରନ୍ କରିବା ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ସେହିପରି ଧୋନି କ୍ୟାପଟେନ୍ ଭାବେ ୧୧୧୨ […]

kohli

Ranjit Kumar Jena
  • Published: Tuesday, 28 January 2020
  • , Updated: 28 January 2020, 05:19 PM IST

ହାମିଲଟନ୍‌: ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲି ବୁଧବାର ଏଠାରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ହେବାକୁଥିବା ତୃତୀୟ ଟି-୨୦ ମ୍ୟାଚରେ ଆଉ ଏକ ରେକର୍ଡ ନିଜ ନାଁରେ କରିବାକୁ ମଇଦାନକୁ ଓହ୍ଲାଇବେ। କୋହଲି ଯଦି ଏହି ମ୍ୟାଚରେ ୨୫ ରନ୍ କରନ୍ତି, ତାହେଲେ କ୍ୟାପଟେନ୍ ଭାବେ ଟି-୨୦ରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଟପିଯିବେ।

କୋହଲି ବର୍ତ୍ତମାନ ଟି-୨୦ରେ କ୍ୟାପଟେନ୍ ଭାବେ ସର୍ବାଧିକ ରନ୍ କରିବା ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ସେହିପରି ଧୋନି କ୍ୟାପଟେନ୍ ଭାବେ ୧୧୧୨ ରନ୍ କରି ତୃତୀୟ ସ୍ଥାନରେ ରହିଛନ୍ତି।

ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ କେନ୍ ୱିଲିୟମସନ୍ ୧୧୪୮ ରନ୍ ସହ ଦ୍ୱିତୀୟ ଏବଂ ଦକ୍ଷିଣ ଆଫ୍ରିକାର ଫାଫ୍ ଡୁପ୍ଲେସିସ୍ ୧୨୭୩ ରନ୍ ସହ ପ୍ରଥମ ସ୍ଥାନରେ ରହିଛନ୍ତି। କୋହଲି କ୍ୟାପଟେନ୍ ଭାବେ ୩୫ ମ୍ୟାଚରେ ୧୦୮୮ ରନ୍ କରିଛନ୍ତି ଏବଂ ଆଉ ୨୫ ରନ୍ ଯୋଡ଼ିଲେ, ଧୋନିଙ୍କୁ ପଛରେ ପକାଇ ଦେବେ।

Related story