ଇତିହାସ ରଚିଲେ ସ୍ମୃତି, ସ୍ଥାପନ କଲେ ଆଉ ଏକ ରେକର୍ଡ

ୱେଲିଂଟନ୍‌: ଭାରତୀୟ ମହିଳା କ୍ରିକେଟ୍‌ ଦଳର ଧୂରୀଣ ବ୍ୟାଟ୍ସମ୍ୟାନ୍‌ ସ୍ମୃତି ମାନ୍ଧନା ନ୍ୟୁଜିଲ୍ୟାଣ୍ଡ ବିରୋଧରେ ୱେଲିଂଟନ୍‌ଠାରେ ଖେଳାଯାଉଥିବା ପ୍ରଥମ ଟି୨୦ରେ ଇତିହାସ ରଚିଛନ୍ତି। ସେ ମାତ୍ର ୨୪ ବଲରେ ଅର୍ଦ୍ଧଶତକ କରିବା ସହିତ ସବୁଠାରୁ କମ୍‌ ବଲରେ ଅର୍ଦ୍ଧଶତକ କରିପାରିଥିବା ଭାରତୀୟ ମହିଳା ହୋଇପାରିଛନ୍ତି। ଦଳର ସ୍କୋର ୧୦୨ ରନ୍‌ ହୋଇଥିବାବେଳେ ଆମେଲିଆ କେରଙ୍କ ବଲ୍‌ରେ ବ୍ୟକ୍ତିଗତ ସ୍କୋର ୫୮ ରନ୍‌ରେ ସେ ଆଉଟ୍‌ ହୋଇଥିଲେ। ସେତେବେଳକୁ ଦଳ ୫୮ ରନ୍‌ରେ ପଛୁଆ ଥିଲା। କିନ୍ତୁ ପରିଶେଷରେ […]

smruti

smruti

Subrat Kumar Nayak
  • Published: Wednesday, 06 February 2019
  • Updated: 06 February 2019, 03:09 PM IST

Sports

Latest News

ୱେଲିଂଟନ୍‌: ଭାରତୀୟ ମହିଳା କ୍ରିକେଟ୍‌ ଦଳର ଧୂରୀଣ ବ୍ୟାଟ୍ସମ୍ୟାନ୍‌ ସ୍ମୃତି ମାନ୍ଧନା ନ୍ୟୁଜିଲ୍ୟାଣ୍ଡ ବିରୋଧରେ ୱେଲିଂଟନ୍‌ଠାରେ ଖେଳାଯାଉଥିବା ପ୍ରଥମ ଟି୨୦ରେ ଇତିହାସ ରଚିଛନ୍ତି। ସେ ମାତ୍ର ୨୪ ବଲରେ ଅର୍ଦ୍ଧଶତକ କରିବା ସହିତ ସବୁଠାରୁ କମ୍‌ ବଲରେ ଅର୍ଦ୍ଧଶତକ କରିପାରିଥିବା ଭାରତୀୟ ମହିଳା ହୋଇପାରିଛନ୍ତି।

ଦଳର ସ୍କୋର ୧୦୨ ରନ୍‌ ହୋଇଥିବାବେଳେ ଆମେଲିଆ କେରଙ୍କ ବଲ୍‌ରେ ବ୍ୟକ୍ତିଗତ ସ୍କୋର ୫୮ ରନ୍‌ରେ ସେ ଆଉଟ୍‌ ହୋଇଥିଲେ। ସେତେବେଳକୁ ଦଳ ୫୮ ରନ୍‌ରେ ପଛୁଆ ଥିଲା। କିନ୍ତୁ ପରିଶେଷରେ ଭାରତ ନ୍ୟୁଜିଲ୍ୟାଣ୍ଡଠାରୁ ୨୩ ରନ୍‌ ବ୍ୟବଧାନରେ ହାରିଥିବା ଜଣାଯାଇଛି। ନ୍ୟୁଜିଲ୍ୟାଣ୍ଡ ୨୦ ଓଭରରେ ୧୫୯ ରନ୍‌ କରିପାରିଥିବାବେଳେ ଅରୁନ୍ଧତୀ ରେଡ୍ଡୀ, ଦୀପ୍ତି ଶର୍ମା ଏବଂ ପୂନମ୍‌ ଯାଦବ ଗୋଟିଏ ଲେଖାଏ ୱିକେଟ ପାଇଥିଲେ।

ଏହା ପୂର୍ବରୁ ଭାରତ ବିଜୟ ଲାଭ କରିଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିଥିଲେ। ଏହା ମଧ୍ୟରେ ଏକ ଶତକ ଏବଂ ଅପରାଜିତ ୯୦ ରନ୍‌ ମଧ୍ୟ ସାମିଲ ଥିଲା। ୨୦୧୮ ପରଠାରୁ ସ୍ମୃତି ୧୫ଟି ଦିନିଆ ଖେଳି ୨ଟି ଶତକ ଏବଂ ୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos