ସୌରଭ ଗାଙ୍ଗୁଲି ସିଏବିର ନୂଆ ଅଧ୍ୟକ୍ଷ

କୋଲକାତା: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ହେଲେ ବେଙ୍ଗଲ କ୍ରିକେଟ ଆସୋସିଏସନ (ସିଏବି)ର ନୂଆ ଅଧ୍ୟକ୍ଷ। ସର୍ବସମ୍ମତିକ୍ରମେ ଗାଙ୍ଗୁଲି ଏହ ପଦରେ ନିର୍ବାଚିତ ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘୋଷଣା କରିଥିଲେ। ସିଏବି ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ପରେ ସେ ଏହି ଘୋଷଣା କରିଥିଲେ। ବିସିସିଆଇ ଅଧ୍ୟକ୍ଷ ଜଗମୋହନ ଡାଲମିଆଙ୍କ ପରଲୋକ ପରେ ସିଏବି ଅଧ୍ୟକ୍ଷ ପଦ ଖାଲି ପଡିଥିଲା। ରବିବାର ରାତିରେ ୭୫ ବର୍ଷୀୟ ଡାଲମିଆଙ୍କ ପରଲୋକ […]

ganguli

ganguli

Rakesh Mallick
  • Published: Thursday, 24 September 2015
  • Updated: 24 September 2015, 01:56 PM IST

Sports

Latest News

କୋଲକାତା: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ହେଲେ ବେଙ୍ଗଲ କ୍ରିକେଟ ଆସୋସିଏସନ (ସିଏବି)ର ନୂଆ ଅଧ୍ୟକ୍ଷ। ସର୍ବସମ୍ମତିକ୍ରମେ ଗାଙ୍ଗୁଲି ଏହ ପଦରେ ନିର୍ବାଚିତ ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘୋଷଣା କରିଥିଲେ। ସିଏବି ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ପରେ ସେ ଏହି ଘୋଷଣା କରିଥିଲେ। ବିସିସିଆଇ ଅଧ୍ୟକ୍ଷ ଜଗମୋହନ ଡାଲମିଆଙ୍କ ପରଲୋକ ପରେ ସିଏବି ଅଧ୍ୟକ୍ଷ ପଦ ଖାଲି ପଡିଥିଲା। ରବିବାର ରାତିରେ ୭୫ ବର୍ଷୀୟ ଡାଲମିଆଙ୍କ ପରଲୋକ ହୋଇଥିଲା।

ଡାଲମିଆଙ୍କ ପୁଅ ଅଭିଷେକଙ୍କୁ ସିଏବିର ଯୁଗ୍ମ ସମ୍ପାଦକ ପଦରେ ନିଯୁକ୍ତ କରାଯିବ ‍ବୋଲି ଜଣାପଡିଛି। ପୂର୍ବରୁ ଏହି ପଦରେ ଗାଙ୍ଗୁଲି ଥିଲେ। ତାଙ୍କର ପଦୋନ୍ନତି ପରେ ଏହି ପଦବୀ ଖାଲି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos