ଦ୍ୱିତୀୟ ଟେଷ୍ଟ: ଭାରତ-ଏ ୪୧୭, ଦକ୍ଷିଣ ଆଫ୍ରିକା-ଏ ୧୫୯/୫

ମହୀଶୂର: ଭାରତ-ଏ ଓ ଦକ୍ଷିଣ ଆଫ୍ରିକା-ଏ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଅନଅଫିସିଆଲ୍ ଟେଷ୍ଟ ଭାରତ-ଏ ଦୃଢ଼ ସ୍ଥିତିରେ ରହିଛି। ଭାରତ-ଏ’ ପ୍ରଥମ ଇନିଂସରେ ୪୧୭ ରନ୍ ଅଲଆଉଟ୍ ହୋଇଥିଲା। ଜବାବରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୫ ୱିକେଟ୍ ବିନିମୟରେ ୧୫୯ ରନ୍ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦକ୍ଷିଣ ଆଫ୍ରିକା-ଏ’କୁ ଫଲୋଅନ୍ ଏଡାଇବା ପାଇଁ ଆହୁରି ୫୮ ରନ୍ ଆବଶ୍ୟକ ହେଉଥିବା ବେଳେ ହାତରେ ୫ ୱିକେଟ୍ ବାକି ରହିଛି। ଷ୍ଟମ୍ପ […]

dube

Ranjit Kumar Jena
  • Published: Wednesday, 18 September 2019
  • , Updated: 18 September 2019, 06:05 PM IST

ମହୀଶୂର: ଭାରତ-ଏ ଓ ଦକ୍ଷିଣ ଆଫ୍ରିକା-ଏ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଅନଅଫିସିଆଲ୍ ଟେଷ୍ଟ ଭାରତ-ଏ ଦୃଢ଼ ସ୍ଥିତିରେ ରହିଛି। ଭାରତ-ଏ' ପ୍ରଥମ ଇନିଂସରେ ୪୧୭ ରନ୍ ଅଲଆଉଟ୍ ହୋଇଥିଲା। ଜବାବରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୫ ୱିକେଟ୍ ବିନିମୟରେ ୧୫୯ ରନ୍ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦକ୍ଷିଣ ଆଫ୍ରିକା-ଏ'କୁ ଫଲୋଅନ୍ ଏଡାଇବା ପାଇଁ ଆହୁରି ୫୮ ରନ୍ ଆବଶ୍ୟକ ହେଉଥିବା ବେଳେ ହାତରେ ୫ ୱିକେଟ୍ ବାକି ରହିଛି। ଷ୍ଟମ୍ପ ଅପସାରଣ ବେଳକୁ କ୍ୟାପଟେନ୍ ଆଇଡେନ୍ ମର୍କରାମ ୮୩ (୧୪୦ ବଲ୍, ୧୨ ଚୌକା) ଓ ୱିଆନ୍ ମୁଲ୍ଡର ୯ ରନ୍ କରି ଅପରାଜିତ ରହିଛନ୍ତି।

ଦକ୍ଷିଣ ଆଫ୍ରିକା-ଏ ଆରମ୍ଭରୁ ଓପ୍ନର ପିଟର୍ ମଲାନ୍ (୬)ଙ୍କ ୱିକେଟ୍ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଅନ୍ୟତମ ଓପ୍ନର ମର୍କରାମ ଓ ଥ୍ୟୁନିସ୍ ଡି'ବ୍ରୁନ୍ ଘରୋଇ ଦଳର ବୋଲରଙ୍କୁ ଆକ୍ରମଣ କରିଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୮୨ ରନ୍ ଯୋଡ଼ି ଟିମ୍ ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ସେଟ୍ ହୋଇସାରିଥିବା ଏହି ଯୋଡ଼ିଙ୍କୁ ଶାହାବାଜ ନଦୀମ ଭାଙ୍ଗିବାରେ ସଫଳ ହୋଇଥିଲେ। ଡି' ବ୍ରୁନ୍ ୫୪ ବଲରେ ୫ ଚୌକା ଓ ୧ ଛକା ସହ ୪୧ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ଦକ୍ଷିଣ ଆଫ୍ରିକା ଲଗାତାର ତିନୋଟି ୱିକେଟ୍ ହରାଇ ବ୍ୟାକଫୁଟକୁ ଚାଲିଆସିଛି । ମଧ୍ୟକ୍ରମରେ ଖାୟା ଜୋଣ୍ଡୋ (୫)ଙ୍କୁ ନଦୀମ ଆଉଟ୍ କରିଥିବା ବେଳେ ସେନୁରାନ ମୁଥୁସାମି (୧୨) ଓ ହେନରିଚ୍ କ୍ଲାସେନ୍ (୨)ଙ୍କୁ କୁଲଦୀପ ଯାଦବ ନିଜର ଶିକାର ବନାଇôଫଲେ। ଭାରତ-ଏ ପକ୍ଷରୁ ନଦୀମ ଓ କୁଲଦୀପ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।

ବୁଧବାର ଦକ୍ଷିଣ ଆଫ୍ରିକା-ଏ ତା'ର ପୂର୍ବଦିନର ସ୍କୋର ୨୩୩/୩ରୁ ଖେଳ ଆରମ୍ଭ କରିଥିଲା । କରୁଣ ନାୟର୍ ନିଜ ସ୍କୋରରେ କୌଣସି ରନ୍ ଯୋଡ଼ିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ । ସେ ୭୮ ରନ୍ କରି ମୁଲ୍ଡରଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ କ୍ୟାପଟେନ୍ ଋଦ୍ଧିମାନ ସାହା ଓ ଶିବମ ଦୁବେ ଭଲ ବ୍ୟାଟିଂ କରି ଅର୍ଦ୍ଧଶତକ ମାରିଥିଲେ। ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୪୭ ରନର ଭାଗୀଦାରୀ କରିଥିଲେ।

ସାହା ୧୨୬ ବଲରେ ୮ ଚୌକା ସହ ୬୦ ରନ୍ କରି ଭର୍ନନ୍ ଫିଲାଣ୍ଡରଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ଦୁବେ ଆକ୍ରମଣାତ୍ମକ ବ୍ୟାଟିଂ କରି ଘରୋଇ ଦଳର ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ। ତାଙ୍କୁ ଜଲଜ ସାକ୍ସେନା ମଧ୍ୟ ଭଲ ସହଯୋଗ କରିଥିଲେ। ଷଷ୍ଠ ୱିକେଟ୍ ପାଇଁ ଦୁହେଁ ୬୩ ରନ୍ ଯୋଡ଼ିଥିଲେ। ଭାରତ-ଏ'ର ସ୍କୋର ୩୪୯ ଥିବା ବେଳେ ଦୁବେଙ୍କୁ ମୁଲ୍ଡର୍ ଆଉଟ୍ କରିଥିଲେ।

ଦୁବେ ୬୮ (୮୪ ବଲ୍, ୧୦ ଚୌକା, ୧ ଛକା) ରନ୍ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କୁଲଦୀପ ଯାଦବ (୨) ଦୁଇଅଙ୍କ ଛୁଇଁପାରି ନଥିଲେ। ଶାହାବାଜ ନଦୀମ ୧୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ଉମେଶ ଯାଦବ ଦ୍ରୁତ ୨୪ (୧୩ ବଲ୍, ୨ ଚୌକା, ୨ ଛକା) ରନ୍ କରି ଆଉଟ୍ ହୋଇଥିଲେ। ସାକ୍ସେନା ୪୮ (୧୦୫ ବଲ୍, ୩ ଚୌକା) ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଦକ୍ଷିଣ ଆଫ୍ରିକା-ଏ ପକ୍ଷରୁ ମୁଲ୍ଡର୍ ଓ ଡେନ୍ ପିଟ୍ ୩ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

Related story