ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍: ଶେଷ ୨ଟି ଦିନିକିଆ ଓ ପ୍ରଥମ ୨ଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା, ଟେଷ୍ଟକୁ ଫେରିଲେ ଜାଡେଜା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ୫ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ଦୁଇଟି ମ୍ୟାଚ୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି। ତା’ସହିତ ଦକ୍ଷିଣ ଆଫ୍ରିକା ସହିତ ହେବାକୁ ଥିବା ୪ ଟିକିଆ ଟେଷ୍ଟ୍ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଦଳ ଘୋଷଣା କରାଯାଇଛି। ଦିନିକିଆରେ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଶେଷ ଦୁଇଟି ଦିନିକିଆ ପାଇଁ ଉମେଶ ଯାଦବଙ୍କ ସ୍ଥାନରେ ଏସ.ଅରବିନ୍ଦ ସାମିଲ ହୋଇଛନ୍ତି। ସେହିପରି ଟେଷ୍ଟ୍ ଟିମକୁ ଫେରିଛନ୍ତି […]

jadeja

jadeja

Rakesh Mallick
  • Published: Monday, 19 October 2015
  • Updated: 19 October 2015, 03:12 PM IST

Sports

Latest News

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ୫ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ଦୁଇଟି ମ୍ୟାଚ୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି। ତା’ସହିତ ଦକ୍ଷିଣ ଆଫ୍ରିକା ସହିତ ହେବାକୁ ଥିବା ୪ ଟିକିଆ ଟେଷ୍ଟ୍ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଦଳ ଘୋଷଣା କରାଯାଇଛି। ଦିନିକିଆରେ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଶେଷ ଦୁଇଟି ଦିନିକିଆ ପାଇଁ ଉମେଶ ଯାଦବଙ୍କ ସ୍ଥାନରେ ଏସ.ଅରବିନ୍ଦ ସାମିଲ ହୋଇଛନ୍ତି। ସେହିପରି ଟେଷ୍ଟ୍ ଟିମକୁ ଫେରିଛନ୍ତି ବାଂଲାଦେଶ ଓ ଶ୍ରୀଲଙ୍କା ଗସ୍ତରୁ ବାଦ୍ ପଡ଼ିଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା।

ଶେଷ ଦୁଇଟି ଦିନିକିଆ ପାଇଁ ଘୋଷଣା କରାଯାଇଥିବା ଟିମ୍:  ଏମଏସ ଧୋନି(ଅଧିନାୟକ), ଷ୍ଟୁଆର୍ଡ ବିନ୍ନି, ଶିଖର ଧାୱନ, ବିରାଟ କୋହଲି, ଭୁବନେଶ୍ୱର କୁମାର, ଅକ୍ଷର ପଟେଲ, ଆଜିଙ୍କ୍ୟ ରାହାଣେ, ସୁରେଶ ରାଇନା, ଅମ୍ବାତି ରାୟୁଡୁ,ମୋହିତ ଶର୍ମା, ରୋହିତ ଶର୍ମା, ଏସ ଅରବିନ୍ଦ, ଗୁରକୀରତ ସିଂହ, ଅମିତ ମିଶ୍ରା ଓ ହରଭଜନ ସଂହ।

ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଘୋଷଣା ହୋଇଥିବା ଟିମ୍:  ବିରାଟ କୋହଲି(ଅଧିନାୟକ), ମୁରଲୀ ବିଜୟ, ଶିଖର ଧାୱନ୍, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ରିଦ୍ଧିମାନ ଶାହା, ରବୀନ୍ଦ୍ର ଜାଡେଜା, ଅମିତ୍ ମିଶ୍ର, ଭୁବନେଶ୍ୱର କୁମାର,ଆର ଅଶ୍ୱିନ,ଉମେଶ ଯାଦବ୍, କେଏଲ୍ ରାହୁଲ, ଷ୍ଟୁଆର୍ଟ ବିନ୍ନି, ବରୁଣ ଆରୋନ୍ ଓ ଇଶାନ୍ତ ଶର୍ମା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos