ଟସ୍ ଜିତିବା ପାଇଁ ଡ୍ୟୁ ପ୍ଲେସିସଙ୍କ ନୂଆ ଯୋଜନା

ରାଞ୍ଚି: ଏସିଆରେ ଲଗାତାର ୯ ମ୍ୟାଚରେ ଟସ୍ ହାରିଥିବା ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ଟସ୍ ଜିତିବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଟସ୍ ଜିତିବା ପାଇଁ ସେ ଟିମର ଅନ୍ୟ ସଦସ୍ୟଙ୍କୁ ବିରାଟ୍ କୋହଲିଙ୍କ ସାମ୍ନାକୁ ପଠାଇବେ। ଚଳିତ ସିରିଜରେ ଦକ୍ଷିଣ ଆଫ୍ରିକା ଭାରତୀୟ ପରିସ୍ଥିତିରେ ଖୁବ୍ ସଂଘର୍ଷ କରୁଛି। ପ୍ରଥମ ଦୁଇଟି ଟେଷ୍ଟରେ ଟସ୍ ହାରିବା ପରେ ଟିମର ମନୋବଳ ଆହୁରି କମିଯାଇଛି। ଭାରତ ଉଭୟ ବିଶାଖପାଟଣା ଓ ପୁଣେରେ ଟସ୍ […]

faf

Ranjit Kumar Jena
  • Published: Friday, 18 October 2019
  • , Updated: 18 October 2019, 05:17 PM IST

ରାଞ୍ଚି: ଏସିଆରେ ଲଗାତାର ୯ ମ୍ୟାଚରେ ଟସ୍ ହାରିଥିବା ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ଟସ୍ ଜିତିବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଟସ୍ ଜିତିବା ପାଇଁ ସେ ଟିମର ଅନ୍ୟ ସଦସ୍ୟଙ୍କୁ ବିରାଟ୍ କୋହଲିଙ୍କ ସାମ୍ନାକୁ ପଠାଇବେ।

ଚଳିତ ସିରିଜରେ ଦକ୍ଷିଣ ଆଫ୍ରିକା ଭାରତୀୟ ପରିସ୍ଥିତିରେ ଖୁବ୍ ସଂଘର୍ଷ କରୁଛି। ପ୍ରଥମ ଦୁଇଟି ଟେଷ୍ଟରେ ଟସ୍ ହାରିବା ପରେ ଟିମର ମନୋବଳ ଆହୁରି କମିଯାଇଛି। ଭାରତ ଉଭୟ ବିଶାଖପାଟଣା ଓ ପୁଣେରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୫୦୦ରୁ ଅଧିକ ରନ୍ କରିଥିଲା।

ଡ୍ୟୁପ୍ଲେସିସ୍ ମ୍ୟାଚ୍ ପୂର୍ବଦିନ ଏକ ହାଲୁକା ମୁଡରେ କହିଛନ୍ତି, ବୋଧହୁଏ ଆସନ୍ତାକାଲି ଆମେ ଟସ୍ ପାଇଁ ଅନ୍ୟ କାହାକୁ ପଠାଇବି। କାରଣ ଟସରେ ମୋ ରେକର୍ଡ ଏପର୍ଯ୍ୟନ୍ତ ଭଲ ରହିନାହିଁ। ତେଣୁ ଆସନ୍ତାକାଲି ମୁଁ ଟସ୍ ପକାଇବାକୁ ଯିବି ନାହିଁ ଏବଂ ମୋ ସ୍ଥାନରେ ଟିମର ଅନ୍ୟ ଜଣେ ସଦସ୍ୟଙ୍କୁ ପଠାଇବି। ଯଦି ଆମକୁ ପ୍ରଥମେ ବ୍ୟାଟିଂ ପାଇଁ ସୁଯୋଗ ମିଳେ, ତାହେଲେ କିଛି ହୋଇପାରେ। ଯଦି ଗୋଟିଏ ଟିମ୍ ପ୍ରଥମ ଇନିଂସରେ ବଡ଼ ସ୍କୋର କରେ, ତାହେଲେ ମ୍ୟାଚ୍ ସେହି ଟିମ୍ ସପକ୍ଷରେ ରହିବ। ଏଠାକାର ପିଚ୍ ଶୁଖିଲା ଲାଗୁଛି ଏବଂ ଏଭଳି ସ୍ଥିତିରେ ପ୍ରଥମ ଇନିଂସର ରନ୍ ଅଧିକ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଏହା ପରେ ଦ୍ୱିତୀୟ ଇନିଂସରେ କିଛି ବି ହୋଇପାରେ।

Related story