ଭାରତ ଗସ୍ତ ପାଇଁ ଦକ୍ଷିଣ ଆଫ୍ରିକା ସ୍କ୍ୱାଡ୍ ଘୋଷିତ

କେପ୍ ଟାଉନ୍: ଆଗାମୀ ସେପ୍ଟେମ୍ବର-ଅକ୍ଟୋବରରେ ଭାରତ ଗସ୍ତ ପାଇଁ ଦକ୍ଷିଣ ଆଫ୍ରିକା ଉଭୟ ଟେଷ୍ଟ ଓ ଟି-୨୦ ସ୍କ୍ୱାଡ୍ ଘୋଷଣା କରିଛନ୍ତି। ଟେଷ୍ଟ ଦଳରେ ତିନିଜଣ ନୂଆମୁହଁଙ୍କୁ ସାମିଲ୍ କରାଯାଇଛି। ଡେଲ୍ ଷ୍ଟେନ୍ ଓ ହାଶିମ୍ ଆମଲାଙ୍କ ଅବସର ପରେ ଦକ୍ଷିଣ ଆଫ୍ରିକା ପ୍ରଥମଥର ଟେଷ୍ଟ ମ୍ୟାଚ୍ ଖେଳିବ। ପେସ୍ ବୋଲର ଆନରିଚ୍ ନୋର୍ଟଜେ, ୱିକେଟକିପର ବ୍ୟାଟ୍ସମ୍ୟାନ୍ ରୁଡି ସେକେଣ୍ଡ ଏବଂ ସ୍ପିନ୍ ବୋଲିଂ ଅଲରାଉଣ୍ଡର୍ ସେନୁରାନ୍ ମୁଥୁସାମୀଙ୍କୁ ୧୫ଜଣିଆ ଟେଷ୍ଟ ସ୍କ୍ୱାଡରେ ସାମିଲ୍ କରାଯାଇଛି। ଟେଷ୍ଟ […]

saf

saf

Ranjit Kumar Jena
  • Published: Tuesday, 13 August 2019
  • Updated: 13 August 2019, 08:32 PM IST

Sports

Latest News

କେପ୍ ଟାଉନ୍: ଆଗାମୀ ସେପ୍ଟେମ୍ବର-ଅକ୍ଟୋବରରେ ଭାରତ ଗସ୍ତ ପାଇଁ ଦକ୍ଷିଣ ଆଫ୍ରିକା ଉଭୟ ଟେଷ୍ଟ ଓ ଟି-୨୦ ସ୍କ୍ୱାଡ୍ ଘୋଷଣା କରିଛନ୍ତି। ଟେଷ୍ଟ ଦଳରେ ତିନିଜଣ ନୂଆମୁହଁଙ୍କୁ ସାମିଲ୍ କରାଯାଇଛି। ଡେଲ୍ ଷ୍ଟେନ୍ ଓ ହାଶିମ୍ ଆମଲାଙ୍କ ଅବସର ପରେ ଦକ୍ଷିଣ ଆଫ୍ରିକା ପ୍ରଥମଥର ଟେଷ୍ଟ ମ୍ୟାଚ୍ ଖେଳିବ। ପେସ୍ ବୋଲର ଆନରିଚ୍ ନୋର୍ଟଜେ, ୱିକେଟକିପର ବ୍ୟାଟ୍ସମ୍ୟାନ୍ ରୁଡି ସେକେଣ୍ଡ ଏବଂ ସ୍ପିନ୍ ବୋଲିଂ ଅଲରାଉଣ୍ଡର୍ ସେନୁରାନ୍ ମୁଥୁସାମୀଙ୍କୁ ୧୫ଜଣିଆ ଟେଷ୍ଟ ସ୍କ୍ୱାଡରେ ସାମିଲ୍ କରାଯାଇଛି। ଟେଷ୍ଟ ଟିମର ନେତୃତ୍ୱଭାର ପୁଣିଥରେ ଫାଫ୍ ଡ୍ୟୁପ୍ଲେସିସଙ୍କୁ ପ୍ରଦାନ କରାଯାଇଛି।

ଟିମ୍ ତା'ର ଅନ୍ତରୀଣ ନିର୍ଦ୍ଦେଶକ ଏନୋଚ୍ ଏନକ୍ୱିଙ୍କ ମାର୍ଗଦର୍ଶନରେ ଭାରତ ଗସ୍ତ କରିବ, କାରଣ ୱେଷ୍ଟଇଣ୍ଡିଜ୍ କୋଚ୍ ଓଟ୍ଟିସ୍ ଗିବସନଙ୍କୁ ପୁନଃଚୁକ୍ତି କରିବା ପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ମନା କରିଦେଇଛି। ଟିମ୍ ଚୟନକୁ ନେଇ ବୋର୍ଡର କାର୍ଯ୍ୟକାରୀ ନିର୍ଦ୍ଦେଶକ କୋରି ଭାନ୍ ଜିଲ୍ କହିଛନ୍ତି, "ଗତ ଘରୋଇ ସିଜନରେ ଦମଦାର ପ୍ରଦର୍ଶନ ଆଧାରରେ ଏହି ତିନିଜଣ ନୂଆ ଖେଳାଳିଙ୍କୁ ସ୍କ୍ୱାଡରେ ସୁଯୋଗ ମିଳିଛି।"

ଭାନ୍ ଜିଲ୍ ମଧ୍ୟ ଟି-୨୦ ସ୍କ୍ୱାଡ୍ ଘୋଷଣା କରିଛନ୍ତି, ଯାହାର ନେତୃତ୍ୱ ନେବେ କ୍ୱିଣ୍ଟନ୍ ଡି'କକ୍। ଟି-୨୦ ଟିମରେ ଡ୍ୟୁପ୍ଲେସିସଙ୍କୁ ସାମିଲ୍ କରାଯାଇନାହିଁ। ଭାନ୍ ଜିଲ୍ କହିଛନ୍ତି, ଆସନ୍ତାବର୍ଷ ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଟିମ୍ ଚୟନ କରାଯାଇଛି। ଡ୍ୟୁପ୍ଲେସିସ୍ ଏବେବି ସୀମିତ ଓଭର୍ କ୍ରିକେଟରେ ଟିମର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ। ଆଗାମୀ ଦିନରେ ସେ ଟିମକୁ ଫେରିବେ ବୋଲି ଭାନ୍ ଜିଲ୍ କହିଛନ୍ତି।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ସୀମିତ ଓଭର୍ କ୍ରିକେଟ୍ ଖେଳି ଭାରତ ଗସ୍ତ ଆରମ୍ଭ କରିବ। ସେପ୍ଟେମ୍ବର ୧୫ ତାରିଖରୁ ଟି-୨୦ ସିରିଜ୍ ଆରମ୍ଭ ହେବ। ଏହା ପରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ପ୍ରଥମ ଟେଷ୍ଟ ବିଶାଖାପଟ୍ଟନମ୍ (ଅକ୍ଟୋବର୍ ୨-୬), ଦ୍ୱିତୀୟ ଟେଷ୍ଟ ରାଞ୍ଚି (ଅକ୍ଟୋବର ୧୦-୧୪) ଏବଂ ତୃତୀୟ ଟେଷ୍ଟ ପୁନେ (ଅକ୍ଟୋବର୍ ୧୯-୨୩)ରେ ଅନୁଷ୍ଠିତ ହେବ।

ଟେଷ୍ଟ ସ୍କ୍ୱାଡ୍: ଫାଫ୍ ଡ୍ୟୁପ୍ଲେସିସ୍ (କ୍ୟାପଟେନ୍), ତେମ୍ବା ବାଭୁମା (ଭାଇସ୍ କ୍ୟାପଟେନ୍), ଥିଉନିସ୍ ଡି' ବ୍ରୁନ୍, କ୍ୱିଣ୍ଟନ୍ ଡି'କକ୍, ଡିନ୍ ଏଲଗାର୍, ଜୁବେର୍ ହାମଜା, କେଶବ ମହାରାଜ, ଆଇଡେନ୍ ମର୍କରାମ୍, ସେନୁରାନ୍ ମୁଥୁସାମୀ, ଲୁଙ୍ଗି ଏନଗିଡି, ଆନରିଚ୍ ନୋର୍ଟଜେ, ଭେର୍ନନ୍ ଫିଲାଣ୍ଡର୍, ଡେନ୍ ପିଟ୍, କାଗିସୋ ରବାଡା, ରୁଡି ସେକେଣ୍ଡ।

ଟି-୨୦ ସ୍କ୍ୱାଡ୍: କ୍ୱିଣ୍ଟନ୍ ଡି'କକ୍ (କ୍ୟାପଟେନ୍), ରେସି ଭାନ୍ ଡର୍ ଡୁସେନ୍ (ଭାଇସ୍ କ୍ୟାପଟେନ୍), ତେମ୍ବା ବାଭୁମା, ଜୁନିୟର୍ ଡାଲା, ଜୋର୍ନ ଫଟ୍ୟୁନ୍, ବ୍ୟୁରାନ୍ ହେଣ୍ଡ୍ରିକ୍ସ, ରୀଜା ହେଣ୍ଡ୍ରିକ୍ସ, ଡେଭିଡ୍ ମିଲର୍, ଆନରିଚ୍ ନୋର୍ଟଜେ, ଆଣ୍ଡିଲେ ଫେଲୁକୱାୟୋ, ଡ୍ୱେନ୍ ପ୍ରିଟୋରିୟସ, କାଗିସୋ ରବାଡା, ତାବରେଜ୍ ଶାମସି, ଜନ୍-ଜନ୍ ସ୍ମଟ୍ସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story