ସେଞ୍ଚୁରିଅନ: ଦକ୍ଷିଣ ଆଫ୍ରିକାର ବୋଲରମାନଙ୍କୁ ପୁଣି ଥରେ ମାତ୍ ଦେବାରେ ବିଫଳ ହୋଇଥିବା ଭାରତୀୟ ଦଳ ଆଜି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ବି ହାରି ଯାଇଛି। ଏହି ପରାଜୟ ସହିତ ଦଳ ତିନିଟି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ୍ ସିରିଜ୍ ହାରିଯାଇଛି। ଏହି ସହିତ ଦଳ ଏକ ରେକର୍ଡରୁ ବି ବଞ୍ଚିତ ହୋଇଛି। ଏହି ସିରିଜ୍ ଜିତି ଥିଲେ ବରାଟ କୋହଲିଙ୍କ ଦଳ ଲଗାତାର ୧୦ଟି ସିରିଜ୍ ଜିତିବାର ରେକର୍ଡ କରିଥାଆନ୍ତା। ଏଯାଏଁ କୌଣସି ଦଳ ଟେଷ୍ଟରେ ଲଗାତାର ୧୦ଟି ସିରିଜ୍ ଜିତି ନାହାନ୍ତି।
ଟେଷ୍ଟରେ କେଉଁ ଦଳ କେତେ ଥର ଲଗାତାର ଜିତିଛି ସିରିଜ୍?
୨୦୧୫ରୁ ୨୦୧୭ ମଧ୍ୟରେ ଭାରତ ଲଗାତାର ୯ଟି ଟେଷ୍ଟ ସିରିଜ୍ ଜିତିଛି। ୨୦୦୫-୨୦୦୮ ମଧ୍ୟରେ ଅଷ୍ଟ୍ରେଲିଆ ବି ଲଗାତାର ୯ଟି ଟେଷ୍ଟ୍ ମ୍ୟାଚ୍ ଜିତିଥିଲା। ୧୮୮୪-୧୮୯୨ ମଧ୍ୟରେ ଇଂଲଣ୍ଡ ୮ଟି ଟେଷ୍ଟ ସିରିଜ୍ ଜିତିଥିଲା। ୧୯୪୫-୪୬ରୁ ୧୯୫୧-୫୨ ମଧ୍ୟରେ ଅଷ୍ଟ୍ରେଲିଆ ଲଗାତାର ୭ଟି ଟେଷ୍ଟ ସିରିଜ୍ରେ ବିଜୟୀ ହୋଇଥିଲା। ୧୯୫୬-୫୭ରୁ ୧୯୬୧ ମଧ୍ୟରେ ଅଷ୍ଟ୍ରେଲିଆ ଲଗାତାର ୭ଟି ଟେଷ୍ଟ୍ ସିରିଜ୍ ଜିତିଥିଲା। ୧୯୮୨-୮୩ରୁ ୧୯୮୫-୮୬ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ୭ଟି ଟେଷ୍ଟ ସିରିଜ୍ରେ ବିଜୟୀ ହୋଇଥିଲା। ୨୦୦୧-୦୨ରୁ ୨୦୦୩-୦୪ ମଧ୍ୟରେ ଅଷ୍ଟ୍ରେଲିଆ ଲଗାତାର ୭ଟି ଟେଷ୍ଟ ସିରିଜ ଜିତିଥିଲା।
ସୌଜନ୍ୟ-ଆଜ୍ତକ୍
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।